Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନର ଭୁଲ, ପୁନରାବୃତ୍ତି କରୁଛି କି ରାଜ୍ୟ ବିଜେପି ?
ବିଶେଷ ଖବର

ବିଜେପୁର ଉପ ନିର୍ବାଚନର ଭୁଲ, ପୁନରାବୃତ୍ତି କରୁଛି କି ରାଜ୍ୟ ବିଜେପି ?

March 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାଇକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଆଧାରରେ ୨୦୧୯ ସାଧାରଣ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗରୁ ଆଜିର ରଣନୀତି ଭିତରେ ବିଶେଷ କିଛି ଫରକ ଦେଖିବାକୁ ମିଳୁନାହିଁ। ବୋଧହୁଏ ବିଜେପୁର ଉପ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ବିଶେଷ କିଛି ଶିକ୍ଷା ଲାଭ କରିନାହିଁ!! ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସ୍ଥାନୀୟ ନେତାଙ୍କ ଉପରେ ଭରସା ନରଖି ବିଜୁ ଜନତା ଦଳରୁ ବହିଷ୍କୃତ  ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ବରିଷ୍ଠ ବିଜେପି ନେତା ଗୌର ପାଣିଗ୍ରାହୀ ଦଳ ଛାଡିଥିଲେ। ଯାହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଲା। ବିଜେପୁର ଉପ ନିର୍ବାଚନକୁ ସେମି ଫାଇନାଲ ବୋଲି ଘୋଷଣା କରିଥିବା ବିଜେପି ପରାଜିତ ହେଲାପରେ ଆଗାମୀ ଫାଇନାଲରେ ମଧ୍ୟ ସେଇ ସମାନ ଭୁଲର ପୁନରାବୃତ୍ତି କରିବାକୁ ଯାଉଛି।

ଏବେ ନିର୍ବାଚନ ଘୋଷଣା ହେବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି। ସେଇ ସମୟରେ ଗତ ବର୍ଷେ ଭିତରେ ବିଜୁ ଜନତା ଦଳରୁ ନିର୍ବାସିତ, ବହିଷ୍କୃତ ଓ ପଦଚ୍ୟୁତ ନେତାମାନଙ୍କୁ ବିଜେପି ନିଜ ଦଳରେ ସାମିଲ କରିଚାଲିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ପ୍ରମୁଖ ବିଜେପିରେ ଯୋଗଦେବାର ସୂଚନା ମିଳୁଛି। ଅର୍ଥାତ ବିଜେପି ଏବେ ବହିଷ୍କୃତ ବିଜେଡି ନେତାମାନଙ୍କର ଆଶ୍ରୟସ୍ଥଳ ପାଲଟିଛି। ଯେଉଁମାନେ ବିଜେଡି ଟିକଟ ପାଇବେନାହିଁ ସେମାନେ ଅବିକା ବିଜେପି ଆସି ଟିକଟ ଆଶାୟୀ ହୋଇ ରହିଛନ୍ତି। ଯଦି ଏଇ ନେତାମାନେ ଦଳକୁ ଆସୁ ଆସୁ ଟିକଟ ନେଇ ନିର୍ବାଚନ ଲଢିବେ, ତାହେଲେ ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଆସୁଥିବା ପୁରୁଣା ନେତାମାନେ କରିବେ କଣ? ଯେଉଁ ଦାମୋଦର ରାଉତ ଗୋଟେ ସମୟରେ ବିଜେପି କୁ ଯାବତୀୟ କଟୁ କଥା କହୁଥିଲେ ଏବେ ତାଙ୍କ ପଛରେ ବିଜେପି କର୍ମୀ ଜୟ ଜୟକାର କରିପାରିବେ ତ! ବୈଜୟନ୍ତ ପଣ୍ଡାଙ୍କ ସହିତ ଏବେ ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ବିଜେପିରେ ଯୋଗଦେବେ। କୋଲକାତା ରେ ନବୀନ ନନ୍ଦଙ୍କ ପୋଲିସ ହିଫାଜତ କାହାଣୀ ଏବେ ଲୋକ ଆଉଥରେ ଶୁଣିବେ। ସେହିପରି ଦାମ ରାଉତ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଯେତେ ସବୁ ଟାହି  ଟାପରା କରିଥିଲେ, ତାର ଭିଡିଓ ମଧ୍ୟ ଭାଇରାଲ ହେବ। ତେଣୁ ବିଜେଡି ର ବହିଷ୍କୃତ ନେତାଏ ବିଜେପିର ସମ୍ପତ୍ତି ହେବା ତୁଳନାରେ ଅଧିକ ବିପତ୍ତି ବଢାଇବାକୁ ଯାଉଛନ୍ତି।

ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ଦଳ ଭିତରକୁ ପୁଣିଥରେ ଫେରାଇ ଆଣିବାକୁ ଏବେ କୁଆଡେ ଉଦ୍ୟମ ହେଉଛି। ଏହା ହେଲେ କେବଳ ବିଜେପିର କ୍ଷତି ହେବନାହିଁ, ଏଥିରେ ବିଜୟ ଓ ଦିଲ୍ଲୀପଙ୍କ ବ୍ୟକ୍ତିତ୍ବ ଲୋକ ଲୋଚନରେ ଧୂଳିସାତ ହୋଇଯିବ। ବିଜେଡି ନେତାଙ୍କ ବଳରେ ବିଜେପି ନିର୍ବାଚନ ଜିତିବ ବୋଲି ଭାବିବା ବିଜେପିର ସବୁଠୁ ବଡ ଆତ୍ମଘାତ ହେବ। ବିଜେଡି ନିଜ ଦଳରୁ ଏହି ନେତାମାନଙ୍କୁ ବହିଷ୍କାର କଲାବେଳେ ସେମାନଙ୍କ ବିକଳ୍ପ ତିଆରି କରିସାରିଛି। ହେଲେ ଏମାନେ ବିଜେପିକୁ ଆସିବା ପରେ ଦଳର ପୁରୁଣା ସଂଗଠକମାନେ ଏବେ କରିବେ କଣ? ବିଜେପୁରରେ ଯାହା ହେଲା, ସାରା ଓଡିଶାରେ ସେଇ ଅବସ୍ଥା ସୃଷ୍ଟି ହେବ। ଏହାର ଏକ ଝଲକ କେନ୍ଦ୍ରାପଡାରେ ମିଳିସାରିଛି। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ ସେଠିକାର ଆଶାୟୀ ପ୍ରାର୍ଥୀ ତଥା ଦଳର ମୁଖପାତ୍ର ଜ୍ଞାନ ବେଉରା ବିଦ୍ରୋହ ଘୋଷଣା କରିସାରିଲେଣି। ଅବିକା ଦଳର ଦୁଇ ପ୍ରମୁଖ ଯୁବନେତା ପୃଥ୍ବୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସି ପାତ୍ର ଅସନ୍ତୁଷ୍ଟ ଅଛନ୍ତି ବୋଲି ଶୁଣା ଯାଉଛି। ଯାହା ଜଣା ପଡୁଛି, ଭୃଗୁ ବକ୍ସି ପାତ୍ର ବିଜେଡିରେ ଖୁବ ଶୀଘ୍ର ଯୋଗଦାନ କରିପାରନ୍ତି।

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀ ନିଜର ସଂଗଠନ ଆରମ୍ଭ କଲାପରେ ବିଜେପିର ପୁରୁଣା କର୍ମୀମାନେ ବାଟ କାଟିବା ଆରମ୍ଭ କରିଛନ୍ତି। ଏବେ ହଠାତ ଭୁବନେଶ୍ବରର କେତେଜଣ ବିଜେଡି ଅସନ୍ତୁଷ୍ଟ ନେତା ବିଜେପିରେ ପ୍ରବେଶ କରି ଟିକଟ ପାଇବେ ବୋଲି ଶୁଣା ଗଲାଣି। ଏହାର ପ୍ରତିକ୍ରିୟା ଏବେ ବିଜେପିର ତୃଣମୂଳ  ସ୍ତରରେ ଦେଖିବାକୁ ମିଳୁଛି। ବିଜେପି ଅସନ୍ତୁଷ୍ଟ ବିଜେଡ଼ିଙ୍କ ଉପରେ ଆଖି ପକାଇଥିବା ବେଳେ ବିଜେଡି କଂଗ୍ରେସର କିଛି ପ୍ରଭାବଶାଳୀ ନେତାଙ୍କୁ ନିଜ ପକ୍ଷକୁ ଟାଣୁଛି। ଏହି ଟଣା ଓଟରା ଭିତରେ ବର୍ଷ ବର୍ଷ ଧରି ଦଳରେ ପଡି ରହିଥିବା ନେତାଙ୍କ ମନୋବଳ ଭାଙ୍ଗିବା ସ୍ଵାଭାବିକ।

ବିଜେପି ନିଜକୁ ଏକ କ୍ୟାଡର ଭିତ୍ତିକ ଦଳ ବୋଲି କହି ଆସୁଛି। ହେଲେ ନିର୍ବାଚନ ପୂର୍ବରୁ ଏହା ନିଜର ସବୁ ଦୁଆର ଖୋଲି ଦେଇଛି। ଏହି ପ୍ରକ୍ରିୟାରେ ବିଜେପି ଭିତରକୁ ଯେତେ ବହିଷ୍କୃତ ବିଜେଡି ନେତା ଆସୁଛନ୍ତି, ସେତେ ପରିମାଣରେ ଦଳର ପ୍ରତିବଦ୍ଧ ସଂଗଠକ ଓ କର୍ମକର୍ତ୍ତା ଦଳ ଛାଡୁଛନ୍ତି। ବୋଧହୁଏ, ବିଜେପି ଚଳିତ ସାଧାରଣ ନିର୍ବାଚନରେ ବିଜେପୁର ଉପ ନିର୍ବାଚନର ଭୁଲକୁ ପୁନଶ୍ଚ ଦୋହରାଇବାକୁ ଯାଉଛି!!

Share. Facebook Twitter LinkedIn Email WhatsApp Copy Link

Related Posts

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ମହାରାଷ୍ଟ୍ର ରାଜନୀତିରେ ଆସୁଛି କି ନୂଆ ଝଡ଼? ଉଦ୍ଧବ ଠାକରେ ଡାକିଲେ ଜରୁରୀ ବୈଠକ

June 12, 2026

ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ: ବିବୃତ୍ତି ଜାରି କଲେ ଟ୍ରମ୍ପ

June 12, 2026

Kolkata Fire: କୋଲକାତାରେ ବଡ ଧରଣର ଅଗ୍ନିକାଣ୍ଡ, ୪,୦୦୦ ଇଭିଏମ ଜଳିପୋଡି ଛାରଖାର

June 12, 2026
Latest News

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

June 13, 2026

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସ- ଏକାମ୍ର କାନନ ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‌ଘାଟନ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.