Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାମରାଜ୍ୟ ହେବ କି ନାହିଁ ଭିନ୍ନ କଥା, ହେଲେ ମୋଦିଙ୍କ ଭୂମିପୂଜା ଉତ୍ସବ, ସାରା ଭାରତକୁ କରିଦେଲା ରାମମୟ
ଜାତୀୟ ଖବର

ରାମରାଜ୍ୟ ହେବ କି ନାହିଁ ଭିନ୍ନ କଥା, ହେଲେ ମୋଦିଙ୍କ ଭୂମିପୂଜା ଉତ୍ସବ, ସାରା ଭାରତକୁ କରିଦେଲା ରାମମୟ

August 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାମରାଜ୍ୟ ହେବ କି ନାହିଁ ଭିନ୍ନ କଥା, ହେଲେ ମୋଦିଙ୍କ ଭୂମିପୂଜା ଉତ୍ସବ, ସାରା ଭାରତକୁ କରିଦେଲା ରାମମୟ

ସଂପଦ ଦଳାଇ

ଆଜି ହିନ୍ଦୁ କ୍ୟାଲେଣ୍ଡରରେ ସେମିତି କିଛି ବଡ ତିଥି ନାହିଁ। ସେମିତି କିଛି ବଡ ପୂଜା ବି ନାହିଁ। ହେଲେ ଆଜି ଅଯୋଧ୍ୟାରେ ଯେପରି ଏକ ସମାରୋହର ଆୟୋଜନ ହେଲା ତାହା ହିନ୍ଦୁ କ୍ୟାଲେଣ୍ଡରରେ ଏକ ବଡ ତିଥି ଭାବେ ଯୋଡି ହୋଇଗଲା। ଗତ ଚାରି ଦିନ ଧରି ଭୂମିପୂଜା ପାଇଁ ଯେପରି ଆୟୋଜନ ଚାଲିଥିଲା, ସେଥିରେ ପ୍ରତିଟି ହିନ୍ଦୁ ଭାବେ ନେଲେ ଯେ, ଅଗଷ୍ଟ 5 ତାରିଖ ଏକ ପବିତ୍ର ଦିନ। ସେଥିପାଇଁ ଆଜି ଆମିଶ ବାର ହୋଇଥିଲେ ମଧ୍ୟ ଅନେକ ତାହା ଭକ୍ଷଣ କଲେ ନାହିଁ। ଆମିଶ ନ ଖାଇବା ପାଇଁ କେହି ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ଭୂମିପୂଜନ ପାଇଁ ସାରା ଭାରତର ଅନେକ ଲୋକେ ସ୍ବତଃପ୍ରୁତ ଭାବେ ଏହାକୁ ଏକ ବ୍ରତଦିନ ବୋଲି ଧରି ନେଲେ।

ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଁଚିବାଠାରୁ ଆରମ୍ଭ କରି ପୂଜା ଶେଷ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ ସମସ୍ତେ ତନ୍ନ ତନ୍ନ କରି ଦେଖିଥିଲେ। ନିଜ ଭକ୍ତିପୂତ ମସ୍ତିସ୍କରେ ବିଶ୍ଲେଷଣ ମଧ୍ୟ କରିଥିଲା। ମୋଦି ଅଯୋଧ୍ୟାରେ ପାଦ ଦେବା ପରେ ପ୍ରଥମେ ତାଙ୍କର ପୋଷାକ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ହିନ୍ଦୁ ଧର୍ମର ପୂଜାରେ ବ୍ୟବହୃତ ପୋଷାକ ପିନ୍ଧିବା ଅନେକଙ୍କୁ ପସନ୍ଦ କରିଥିଲେ। ଏହାପରେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା ସହ ଆଳତି କରିବା ମଧ୍ୟ ଥିଲା ତାଙ୍କ ଭକ୍ତିର ପ୍ରମାଣ। ଏପରିକି ରାମଲାଲ ମନ୍ଦିରରେ ଶାଷ୍ଟାଙ୍ଗ ପ୍ରଣିପାତ କରିବା ମଧ୍ୟ ମୋଦିଙ୍କ ଭକ୍ତି ଭାବକୁ ସାଧାରଣ ଲୋକେ ହୃଦୟଙ୍ଗମ କରିଛନ୍ତି। ସେହିପରି ଦୀର୍ଘ ସମୟ ଧରି ପୂଜାରେ ବସି ଶ୍ଲୋକ ଅନୁସାରେ ପ୍ରତିଟି କାର୍ଯ୍ୟ କରିବା ଥିଲା ଆଉ ଏକ ଉଲ୍ଲେଖନୀୟ ଘଟଣା। ଯାହା ଅନେକ ଚିନ୍ତାଶିଳ ଓ ଭକ୍ତିଶିଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରିଛି।

ପୂଜାପାଠ ସରିବା ପରେ ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ମୋଦିଙ୍କ ରାମଚର୍ଚ୍ଚା ମଧ୍ୟ ବହୁ ଲୋକଙ୍କୁ ବେଶ୍ ପ୍ରଭାବିତ କରିପାରିଛି। ମୋଦି ତାଙ୍କ ଭାଷଣରେ ଜୟ ସୀୟା ରାମଚନ୍ଦ୍ର ଜି କି, ଜୟ.. ରୁ ଭାଷଣ ଆରମ୍ଭ କରିଥିଲେ। ଏହି ଉଚ୍ଚାରଣ ବେଳେ ସେଠାକାର ପରିବେଶ ମଧ୍ୟ ବେଶ ରାମମୟ ହୋଇ ଯାଇଥିଲା। ତାପରେ ତାଙ୍କ ଭାଷଣରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ପ୍ରତିଟି ବ୍ୟକ୍ତିଙ୍କୁ ସେ ପ୍ରଣାମ କରିଥିଲେ। ମୋଦି ତାଙ୍କ ଭାଷଣରେ ପ୍ରଭୁ ଶ୍ରୀରାମଙ୍କ ସଂପର୍କରେ ଯେପରି ଆଲୋକପାତ କଲେ ତାହା ସାଧାରଣ ଲୋକେ କାହିଁକି ଉପସ୍ଥିତ ସାଧୁସନ୍ଥଙ୍କୁ ମଧ୍ୟ ଅଶ୍ଚର୍ଯ୍ୟାନ୍ବତ କରି ଦେଇଥିଲା।

ବିଭିନ୍ନ ରାଜ୍ୟରେ କିପରି ରାମନାମ ପ୍ରଚଳିତ ସେ ସଂପର୍କରେ ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। କେଉଁ ରାଜ୍ୟରେ କେଉଁ ରାମାୟଣର ପ୍ରଚଳନ ରହିଛି ତାହା ମଧ୍ୟ ବର୍ଣ୍ଣନା କରିଥିଲେ। ମାଲାଲାୟମ, ତେଲୁଗ, ଓଡିଆ, ବଙ୍ଗଳା ପ୍ରଭୃତି ଭାଷାଭାଷୀ ଅଞ୍ଚଳରେ କି ପ୍ରକାରର ରାମାୟଣ ଆଦୃତି ଲାଭ କରିଛି ସେ ସଂପର୍କରେ ମଧ୍ୟ ଅବଗତ କରାଇଥିଲେ।

କେବଳ ରାଜ୍ୟ ନୁହେଁ ବିଦେଶରେ ମଧ୍ୟ ଶ୍ରୀରାମଙ୍କୁ ଭକ୍ତି କରାଯାଏ ବୋଲି ମୋଦୀ ଉପସ୍ଥିତ ସାଧୁସନ୍ଥଙ୍କ ସମ୍ମିଳନରେ ଯୁକ୍ତି ଉପସ୍ଥାପିତ କରିଥିଲେ। ମୁସଲିମ୍ ବହୁଳ ଦେଶ ଇଣ୍ଡୋନେସିଆରେ ମଧ୍ୟ ରାମାୟଣ ପ୍ରଚଳିତ ରହିଛି। ସେଠାରେ କାକାଦିନ ରାମାୟଣ ଏବଂ ଯୋଗେଶ୍ବର ରାମାୟଣ ରହିଛି ବୋଲି ମୋଦୀ ତାଙ୍କ ଭାଷଣରେ କହିଥିଲେ। ସେହିପରି କାମ୍ବୋଡିଆ, ମାଲେସିଆ ଏବଂ ଥାଇଲାଣ୍ଡ ପରି ଦେଶରେ ମଧ୍ୟ ରାମାୟଣ ପ୍ରଚଳିତ। ଏପରିକି ଇରାନ ଏବଂ ଚୀନରେ ମଧ୍ୟ ରାମକଥା ବେଶ୍ ଆଦୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। କେବଳ ଦେଶ ବିଦେଶ ନୁହେଁ  ବିଭିନ୍ନ ଧର୍ମରେ କିପରି ରାମନାମ ସହିତ ସଂପର୍କ ରହିଛି ତାହାର ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଶେଷରେ ମୋଦି ସୁନ୍ଦର ଭାବେ ପ୍ରମାଣିତ କରିଥିଲେ ଯେ, ପ୍ରଭୁ ଶ୍ରୀରାମ ହେଉଛନ୍ତି ସବୁ ରାଜ୍ୟର, ସବୁ ଦେଶର ଏବଂ ସବୁ ଧର୍ମର।

ଆଧୁନିକ ଭାରତରେ ହିନ୍ଦୁ ଧର୍ମ ପ୍ରଚାରକମାନେ ରାମନାମକୁ କେତେ ପ୍ରଚାର କରିଛନ୍ତି ତାହା ଭିନ୍ନ କଥା, ହେଲେ ଏହି ଭୂମିପୂଜା ଭାରତର ଲୋକଙ୍କୁ ରାମସେତୁରେ ବାନ୍ଧିବାରେ ସକ୍ଷମ ହୋଇପାରିଛି। କହିବାକୁ ଗଲେ ସାରା ଭାରତରେ ଏହି ଭୂମିପୂଜନ ଉତ୍ସବ ରାମନାମ ପ୍ରଚାର କରିବାରେ ବେଶ୍ ସହାୟକ ହୋଇ ପାରିଛି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ରାଜନୈତିକ ଏବଂ ଧାର୍ମିକ କ୍ଷେତ୍ରରେ ଲୋକଙ୍କୁ ବାନ୍ଧି ରଖିବାରେ ମଧ୍ୟ ବେଶ୍ ସକ୍ଷମ ହୋଇପାରିଛନ୍ତି।

bhumi pujan ଅଯୋଧ୍ୟାରେ ମୋଦି ରାମମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026

ଯୋଗୀ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା, ୩ ମାସରେ ପଞ୍ଚାୟତ ନିର୍ବାଚନ

October 14, 2026
Latest News

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.