Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??
ବିଶେଷ ଖବର

ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??

August 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର ସୀମା ଭିତରକୁ ଅନୁପ୍ରବେଶ କରିନାହିଁ, ତା ହେଲେ ଏ ଉତ୍ତେଜନା କାହିଁକି ଓ କେଉଁ କାରଣରୁ ଆମର ୨୦ ଜବାନ ସହିଦ ହେଲେ, ତାର ସ୍ପଷ୍ଟ ଉତ୍ତର ଆମକୁ ମିଳିଲା ନାହିଁ। ମଇ ମାସରୁ ଗଲାୱାନ ନଦୀ ଉପତ୍ୟକାରେ ଚୀନ ସେନା ନିଜର ଡେରା ପକାଇ ରହିବା ଓ ଭାରତୀୟ ସେନାଙ୍କୁ ନିଜ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଅଟକାଇବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ବିଶ୍ଵସ୍ତ ଗଣମାଧ୍ୟମ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ପ୍ରଧାନମନ୍ତ୍ରୀ ଜୁନ ମାସରେ ଯାହା କହିଥିଲେ, ଠିକ ତାର ବିପରୀତ ତଥ୍ୟ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବ ସାଇଟରେ ରଖିଛନ୍ତି। ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ନଥି ମାଧ୍ୟମରେ ପ୍ରଘଟ କରିଛନ୍ତି ଯେ “ମଇ ମାସ ୧୭-୧୮ ତାରିଖରେ “ଚୀନ ସେନା ଉତ୍ତର ହଟ ସ୍ପ୍ରିଙ୍ଗ-ପେଟ୍ରୋଲିଂ ପଏଣ୍ଟ  ୧୫ ପାଖରେ ଥିବା କୁଗ୍ରାଙ୍ଗ ନାଳ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ”। ସରକାରଙ୍କ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ଭାବେ ମାନିଛନ୍ତି ଯେ ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଅତି ସ୍ପଷ୍ଟ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ଅନୁକ୍ରମଣ ବା transgression ଶବ୍ଦ ବ୍ୟବହାର କରିଛନ୍ତି। ମଇ ୫-୬ ତାରିଖରୁ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଚୀନ ସେନା ସହିତ ଆମର ମୁହାଁମୁହିଁ ଆରମ୍ଭ ହେଲାଣି। ଆଗକୁ ମଧ୍ୟ ଚୀନ ସେନା ସହିତ ଆମର ଏ ପ୍ରକାର ମୁହାଁମୁହିଁ ପରିସ୍ଥିତି ଲାଗି ରହିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ତେବେ ଏହି ନଥି ସରକାରୀ ୱେବ ସାଇଟରେ ଉପଲବ୍ଧ ହେବାର ଅଳ୍ପ ସମୟ ଭିତରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଏହାରି ଆଧାରରେ ସେତେବେଳକୁ ସବୁ ଗଣମାଧ୍ୟମ ରେ ଏ ଖବର ପ୍ରକାଶ ପାଇ ସାରିଥିଲା। ପ୍ରତିରକ୍ଷା ବିଭାଗର ଏହି ତଥ୍ୟ ଆସିବା ପରେ ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି- କିଏ ସତ କହୁଛି? ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ଆମ ସୀମାକୁ କେହି ଅତିକ୍ରମଣ କରି ନାହାନ୍ତି ବୋଲି ସ୍ପଷ୍ଟ କହିଥିବା ବେଳେ ମନ୍ତ୍ରଣାଳୟ କହୁଛି, ଅତିକ୍ରମଣ ହୋଇଛି। ଆଜି ଆମେ ସତ ମିଛର ଚକ୍ରବ୍ୟୁହରେ ଠିଆ ହୋଇଛୁ। ଦେଶର ସାଧାରଣ ନାଗରିକ ଭାବରେ ଅନ୍ତତଃ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମକୁ ସତ କୁହାଯିବ ବୋଲି ଆମେ ବିଶ୍ଵାସ ରଖୁଛୁ। ଏଠି କିନ୍ତୁ ସରକାର ଭିତରେ ଦୁଇଟି ପରଷ୍ପର ବିରୋଧୀ ମତ ଆସୁଛି। ପ୍ରଧାନମନ୍ତ୍ରୀ ଛାତିରେ ହାତ ଦେଇ ଲୋକଙ୍କୁ ଯାହା କହିଥିଲେ, ତାର ବିପରୀତ କଥା ପ୍ରତିରକ୍ଷା ବିଭାଗର ସରକାରୀ ନଥି କହୁଛି।

୧୫ ଜୁନରେ ଚୀନ ସେନା ଆମର ୨୦ ଜଣ ଜବାନଙ୍କୁ ନୃଶଂସ ଭାବେ ହତ୍ୟା କରିବା ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଛାପିଥିଲେ। ଚୀନ ସେନା ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ଅତିକ୍ରମ କରୁଛି ବୋଲି ପ୍ରମାଣ ମିଳୁଥିବା ବେଳେ ସେମିତି କିଛି ଘଟୁନାହିଁ ବୋଲି ଆମକୁ ସରକାର କହୁଥିଲେ। ଜୁନ ୧୫ରେ ଆମର ୨୦ ସୈନିକ ସହିଦ ହେଲେ ଓ ପଚାଶରୁ ଅଧିକ ଆହତ ହେଲେ। ଆମର କିଛି ସୈନିକ ଓ ସେନା ଅଧିକାରୀଙ୍କୁ ଚୀନ ସେନା ବନ୍ଦୀ କରିଥିବାର ଖବର ମଧ୍ୟ ଆସିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ତଥା ଉତ୍ତେଜନାର ବାତାବରଣ ତିଆରି ହୋଇଥିଲା। ଏହି ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ସରକାର କେତେକ ଚାଇନିଜ ଆପ୍ଲିକେସନ କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ସହିତ ଚୀନ-ଭାରତ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଚାଲିଥିବା ବେଳେ ସୀମାନ୍ତରେ ଚୀନ ପଛକୁ ହଟିବାର ନାଁ ଧରୁନାହିଁ, ବରଂ ସୀମାରେ ଅଧିକ ସାମରିକ ଗତିବିଧି ବଢାଇ ଚାଲିଛି।

ଏବେ ଚୀନ ସେନା ଆକ୍ରାମକ ଗୋଟି ଚାଳନା କରୁଛି ବୋଲି ସ୍ପଷ୍ଟ ଜଣା ପଡୁଥିବା ବେଳେ ଭାରତ ସରକାର ଏ ପ୍ରସଙ୍ଗରେ ଅଧା ଲୁଚାଇବା-ଅଧା ଦେଖାଇବା ନୀତି ଆପଣେଇଛନ୍ତି। ଚୀନ ସେନା ଆମ ସୀମାରେ ଅନୁପ୍ରବେଶ କରିଥିବା ସତ୍ୟ ଓ ଆମ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମର ସେନାବାହିନୀ ପ୍ରାଣାମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଭାରତୀୟ ସୀମା ଅତିକ୍ରମଣ କରିଥିବା ଚୀନକୁ ତାଙ୍କରି ଭାଷାରେ ଉତ୍ତର ଦେବା ଲାଗି ଆମର ସେନାବାହିନୀ ସମର୍ଥ।

ହେଲେ ଆମର ପ୍ରଧାନମନ୍ତ୍ରୀ ଏହି ସତ୍ୟକୁ ଅସ୍ଵୀକାର କରୁଛନ୍ତି କାହିଁକି?

ଅନୁପ୍ରବେଶ କେଦାର ମିଶ୍ର ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.