Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜନଔଷଧୀ ଯୋଜନାରେ ସାମିଲ ହେଲା ଆଉ ଆଠଟି ପ୍ରାକୃତିକ ପୃଷ୍ଟି ବର୍ଦ୍ଧକ ଔଷଧ, ଜାଣନ୍ତୁ କଣ
ଜାତୀୟ ଖବର

ଜନଔଷଧୀ ଯୋଜନାରେ ସାମିଲ ହେଲା ଆଉ ଆଠଟି ପ୍ରାକୃତିକ ପୃଷ୍ଟି ବର୍ଦ୍ଧକ ଔଷଧ, ଜାଣନ୍ତୁ କଣ

September 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜନଔଷଧୀ ଯୋଜନାରେ ସାମିଲ ହେଲା ଆଉ ଆଠଟି ପ୍ରାକୃତିକ ପୃଷ୍ଟି ବର୍ଦ୍ଧକ ଔଷଧ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ଆଜି ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଅବସରରେ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ। ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ ୨୬ ଶତାଂଶ ଶସ୍ତା।

ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ। ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ, ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ, ଇମ୍ୟୁନିଟି ବୁଷ୍ଟର ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନରେ ସହାୟକ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶରେ ଏବେ ୬୫୦୦ରୁ ଅଧିକ ଜନୌଷଧୀ କେନ୍ଦ୍ର ରହିଛି ଏବଂ ସେଠାକୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ରୋଗୀ ଔଷଧ କିଣିଥାନ୍ତି । ଏହିସବୁ କେନ୍ଦ୍ରରେ ଶସ୍ତାରେ ଜେନେରିକ୍ ଔଷଧ ଯୋଗାଇ ଦିଆଯାଉଛି । ଏହି ଯୋଜନାଟି ଡାଇବେଟିସ୍‌, ବ୍ଲଡପ୍ରେସର ଓ ସାଇକୋଟ୍ରପିକ୍ ଭଳି ପୁରୁଣା ରୋଗ ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେଉଛି । ସେ ଆହୁରି କହିଛନ୍ତି ଯେ ଏହିସବୁ ଜନୌଷଧୀ କେନ୍ଦ୍ରର ଗୁରୁତ୍ୱ କେତେ ଅଧିକ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖରେ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ସ୍ପଷ୍ଟ କରିଦେଇଛନ୍ତି ।

ଏସବୁ କେନ୍ଦ୍ରରେ ସାନିଟାରି ନାପ୍‌କିନ ପ୍ୟାଡ୍ ପିଛା ୧ ଟଙ୍କାରେ ବିକ୍ରି ହେଉଛି । ମହିଳାଙ୍କୁ ଋତୁକାଳୀନ ସ୍ୱାସ୍ଥ୍ୟଗତ ନିରାପତ୍ତା ଯୋଗାଇ ଦେବାକୁ ଏହା ‘ସୁବିଧା ସ୍କିମ୍‌’ରେ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହିସବୁ ପ୍ୟାଡ୍‌ରେ ଯେଉଁ ସାମଗ୍ରୀ ବ୍ୟବହାର କରାଯାଉଛି ତାହା ପରିବେଶ ଅନୁକୂଳ ଏବଂ ଶସ୍ତା । ମନ୍ତ୍ରୀ କହିଛନ୍ତି ଯେ ୨୦୦୮ରେ ଜନୌଷଧୀ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ୨୦୧୬ ମାର୍ଚ୍ଚ ପର‌୍ୟ୍ୟନ୍ତ ମାତ୍ର ୯୯ଟି କେନ୍ଦ୍ର ସାରା ଦେଶରେ ଖୋଲାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମକ୍ରମେ ଏହି ଯୋଜନାର ପୁନର୍ବିନ୍ୟାସ କରାଯାଇଥିଲା। ଏଥିରେ ଔଷଧପତ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ସଂଗ୍ରହ, ବିକ୍ରିବଟା, ପରିବହନ, ଆଇଟି ଓ ନୂଆ କେନ୍ଦ୍ର ଖୋଲିବା ଆଦି ବ୍ୟବସ୍ଥା ହୋଇଥିଲା । ୨୦୧୭ରେ ଜନୌଷଧୀ ଯୋଜନା ଏକ ନୂଆ ରୂପ ନେଇଥିଲା। ବର୍ତ୍ତମାନ ଦେଶର ୭୩୪ଟି ଜିଲାରୁ ୭୩୨ଟିରେ ୬୫୮୭ଟି ଜନୌଷଧୀ କେନ୍ଦ୍ର କାର‌୍ୟ୍ୟ କରୁଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଜନୌଷଧୀ କାର‌୍ୟ୍ୟକ୍ରମର ପୁନର୍ବିନ୍ୟାସ ପରେ ଏସବୁ ବିକ୍ରୟ କେନ୍ଦ୍ରରେ ଜେନେରିକ୍ ଔଷଧର ଅନୁପାତ ବଢିଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁସାରେ ଏହା କାର‌୍ୟ୍ୟ କରୁଛି । ଆଜି ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ନୂଆ ପୁଷ୍ଟିକର ସାମଗ୍ରୀ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ।

କରୋନା ମହାମାରୀ ସମୟରେ ଏଭଳି ସାମଗ୍ରୀର ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ ଆହୁର କହିଛନ୍ତି ଯେ ଲୋକଙ୍କୁ ଶସ୍ତା ଓ ଉଚ୍ଚମାନର ଜେନେରିକ୍ ଔଷଧ ଯୋଗାଇ ଦେବାରେ ଜନୌଷଧୀ କେନ୍ଦ୍ରଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଏସବୁ କେନ୍ଦ୍ରର ପୁନର୍ବିନ୍ୟାସ ପରେ ଜେନେରିକ୍ ଔଷଧର ବିକ୍ରିବଟା ଓ ବ୍ୟବହାର ବିଶେଷ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଫାର୍ମାସ୍ୟୁଟିକାଲ ସଚିବ ଡ. ପି.ବି ବଘେଲା ଉଦ୍‌ବୋଧନ ଦେଇଥିଲେ।

ଜନଔଷଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ଗୀତିକାର ଓ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଜୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ନିଯୁକ୍ତ

May 3, 2026

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026
Latest News

ଅମୃତ ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା

May 3, 2026

ପ୍ରସିଦ୍ଧ ଗୀତିକାର ଓ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଜୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ନିଯୁକ୍ତ

May 3, 2026

ଜମିର ରେକର୍ଡିଂ ସମ୍ବନ୍ଧୀୟ ଏସଓପି ପୁନର୍ବିଚାର ଓ ସଂଶୋଧନ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

May 3, 2026

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026

ଆଜି ମଇ ୩ ତାରିଖ ରବିବାରରେ ଛଅଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.