ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତି ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଧୂମପାନ ଭିଡିଓ ହେଉଛି ଭାଇରାଲ

Published: Sep 12, 2020, 8:10 am IST

ମୁମ୍ବାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତ୍ତୀଙ୍କ ସହିତ ଏକ ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରିୟା ଏବଂ ସୁଶାନ୍ତ ଉଭୟ ଧୂମପାନ କରୁଥିବା ଦେଖାଯାଇଛି । ଭିଡିଓରେ ଦେଖାଯାଉଛି ଯେ ସୁଶାନ୍ତ ଘନିଷ୍ଠ ବନ୍ଧୁମାନଙ୍କ ସହ ନିଜ ଘରେ ଆରାମ କରୁଛନ୍ତି। ସେ ଧୂମପାନ କରି ଏକ ଭକ୍ତି ଗୀତ ଗାଉଛନ୍ତି। ସେହି ପାଖରେ ବସି  ରୀୟା ମଧ୍ୟ ଧୂମପାନ କରୁଥିବା ଦେଖିବାକୁ ମିଳିଛି।

ପାଖରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ସୁଶାନ୍ତଙ୍କୁ ପଚାରନ୍ତି: “ଏହା ଚରସ୍ କି ?” ଏହାର ଉତ୍ତରେ ସୁଶାନ୍ତ ହସିହସି ମଜାରେ କହୁଛନ୍ତି ଯେ ଏହା ହେଉଛି VFX, ଅର୍ଥାତ ଚଳଚିତ୍ର ଭିଜୁଆଲରେ ସ୍ୱତନ୍ତ୍ର ଇଫେକ୍ଟ ଦେବା ପାଇଁ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯାଏ। ତେବେ ଏହାର ଜବାବରେ ରୀୟା କହିଛନ୍ତି ଯେ ଏହା ହେଉଛି ଏକ ରୋଲଡ୍ ସିଗାରେଟ୍।

ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି କହିଛନ୍ତି ଯେ ଏହା ହେଉଛି ହର୍ବାଲ୍ ଷ୍ଟିକ୍। ଏହା ପରେ ସୁଶାନ୍ତ ପୁଣି ଥଟ୍ଟାରେ କହିଛନ୍ତି ନା ନା ଏହା VFX । ଭିଡିଓରେ ରୀୟା କହିଛନ୍ତି ଯେ ମୁଁ ତୁମକୁ ଭଲ ପାଏ। ସୁଶାନ୍ତ ଉତ୍ତର ଦିଅନ୍ତି: “ମୁଁ ଆଶା କରେ”

ଇଣ୍ଡିଆ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ଜୀ ନ୍ୟୁଜ୍ ପ୍ରସାରଣ କରିଥିବା ଏହି ଭିଡିଓରେ ସୁଶାନ୍ତ ଏକ ଭକ୍ତି ଗୀତ ଗାଉଛନ୍ତି ଏବଂ ସେ ମଦ୍ୟପାନ କରୁ ନିଶାସକ୍ତ ଥିବା ଜଣାପଡିଛି। ଏହି ଭିଡିଓରେ ତାଙ୍କର ଫ୍ଲାଟମେଟ ସାମୁଏଲ ହାକିପ ଗିଟାର ବଜାଉଥିବା ଏବଂ ସିଦ୍ଧାର୍ଥ ପିଥାନି ମଧ୍ୟ ବସିଥିବାର ଜଣାପଡିଛି। ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।

Related posts