Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ୭ ରାଜ୍ୟର କୋଭିଡ ମୁକାବିଲା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

ଆଜି ୭ ରାଜ୍ୟର କୋଭିଡ ମୁକାବିଲା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ୭ ରାଜ୍ୟର କୋଭିଡ ମୁକାବିଲା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ  ଅଧିକ ପ୍ରଭାବିତ ୭ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ।

ଏହି ସାତଟି ରାଜ୍ୟରେ ଦେଶର ୬୩ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । ସେହିପରି ସମୁଦାୟ ଚିହ୍ନଟ ମାମଲାର ୬୫.୫ ପ୍ରତିଶତ ଓ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛି । ଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଓ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ରାଜ୍ୟରେ ସିଏଫଆର (ରୋଗ ମୃତ୍ୟୁ ହାର) ୨ ପ୍ରତିଶତରୁ ଅଧିକ ରହିଛି । ପଞ୍ଜାବ ଓ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ ୫ଟି ରାଜ୍ୟର ପଜିଟିଭ ହାର, ଜାତୀୟ ହାର (୮.୫୨ ପ୍ରତିଶତ) ଠାରୁ ଅଧିକ ରହିଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକର ସରକାରଙ୍କ ସହ ଉତମ ସହଯୋଗ ଓ ସମନ୍ୱୟ ରଖି ଦେଶର କୋଭିଡ ବିରୋଧୀ ଲଢେଇରେ କେନ୍ଦ୍ର ସରକାର ନେତୃତ୍ୱ ନେଉଛନ୍ତି । ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଢାଂଚା ଉନ୍ନତ କରିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏମ୍ସ, ନୂଆଦିଲ୍ଲୀଙ୍କ ସହଯୋଗରେ ଇ-ଆଇସିୟୁ ଟେଲି-ପରାମର୍ଶ ମାଧ୍ୟମରେ ଆଇସିୟୁ ସଂଚାଳନ କରୁଥିବା ଡାକ୍ତରମାନଙ୍କ ନିଦାନ ପ୍ରବନ୍ଧନ କ୍ଷମତା ଉନ୍ନତ କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକ ସହିତ ଉଚ୍ଚସ୍ତରୀୟ ସମୀକ୍ଷାରେ ଡାକ୍ତରଖାନା ତଥା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଚିକିତ୍ସା ପାଇଁ ପର‌୍ୟ୍ୟାପ୍ତ ଅମ୍ଳଜାନ ସୁନିଶ୍ଚିତ କରାଯାଇଛି । ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ କେନ୍ଦ୍ର ସରକାର ନିୟମିତ ଭାବେ ସହାୟତା ପ୍ରଦାନ ତଥା ଆବଦ୍ଧାଚଂଳ, ନୀରିକ୍ଷଣ, ପରୀକ୍ଷଣ ଓ ପଜିଟିଭ ମାମଲାଗୁଡିକର ସଫଳ ନୈଦାନିକ ପ୍ରବନ୍ଧନ ଆଦି ମାମଲାରେ ଦିଗଦର୍ଶନ ପାଇଁ ବିଶେଷଜ୍ଞ ଦଳ ପଠାଉଛନ୍ତି । ଏହି କେନ୍ଦ୍ରୀୟ ଦଳଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସଠିକ ସମୟରେ ନିଦାନ ଓ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସହ ଜଡିତ ଆହ୍ୱାନଗୁଡିକର ନିପୁଣ ପ୍ରବନ୍ଧନ ପାଇଁ ମାର୍ଗଦର୍ଶନ କରୁଛି ।

corona covid19 କୋରନା ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.