Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାହାରେ ପରୀକ୍ଷା କଲେ କଣ ହେବ ବିଧାନସଭା ଭିତରେ ତ କରୋନା ଉଠେଇବ ପକେଇବ
ବିଶେଷ ଖବର

ବାହାରେ ପରୀକ୍ଷା କଲେ କଣ ହେବ ବିଧାନସଭା ଭିତରେ ତ କରୋନା ଉଠେଇବ ପକେଇବ

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାହାରେ ପରୀକ୍ଷା କଲେ କଣ ହେବ ବିଧାନସଭା ଗୃହ ଭିତରେ ତ କରୋନା ଉଠେଇବ ପକେଇବ

ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେସନ। ଏହି ଅଧିବେସନ ରାଜନୈତିକ, ସାମାଜିକ ତଥା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍ ଗୁରୁତ୍ବ ପୂର୍ଣ୍ଣ ରହିବ। କାରଣ କୋଭିଡ19 ମାହାମାରି ସମୟରେ ଏହା ହେଉଛି ପ୍ରଥମ ଅଧିବେସନ। ଏହା ପୂର୍ବରୁ କରୋନା ଭୟରେ ପ୍ରଥମ ଥର ପାଇଁ ବିଧାନସଭାର ଅଧିବେସନ ଲୋକସେବା ଭବନ ପ୍ରେକ୍ଷାଳୟରେ ହୋଇଥିଲା।

ସ୍ବାସ୍ଥ୍ୟଗତ କାରଣରୁ ଏହି ଅଧିବେସନ ନିଶ୍ଚିତ ଭାବେ ପ୍ରଥମ ଏବଂ ଗୁରୁତ୍ବ ପୂର୍ଣ୍ଣ ହେବ। ସେଥିପାଇଁ ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମି ଏପରିକି ଡ୍ରାଇଭରଙ୍କ ମଧ୍ୟ କୋଭିଡ19 ପରୀକ୍ଷା କରାଯାଉଛି। ଏହା ଦ୍ବାରା କୋରନା ଭୟ ଗୃହ ଭିତରେ ରହିବ ନାହିଁ ବୋଲି ଏପରି ପଦକ୍ଷେପ ନିଆଯାଉଛି। ଏପରିକି କରୋନା ଭୟ ଦୂର କରିବା ପାଇଁ ଅଧିବେସନ ପୂର୍ବଦିନ ପୁରା ଗୃହକୁ ସାନିଟାଇଜେସନ କରାଯିବ।

ଯେତେ ଯାହା କଲେ ମଧ୍ୟ ହେଲେ ରାଜନୈତିକ ଦୃଷ୍ଟିକୋଣରୁ ଏଥର ଗୃହ ଭିତରେ କରୋନା ଉଠେଇବ ପକାଇବ। କାରଣ ସରକାରୀ ଦଳକୁ ବିରୋଧୀ ବିଜେପି ଓ କଂଗ୍ରେସ ଦଳ କରୋନା ମାଡ କରିବା ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି। ମାସ୍କ କିଣା ଦୁର୍ନିତି, ଚିକିତ୍ସା ଅବହେଳା, ଭେଣ୍ଟିଲେଟର ଅଭାବ ପରି ବହୁ କରୋନା ପ୍ରସଂଗ ଧରି ସରକାରଙ୍କୁ ଘେରିବେ। ସେଥିପାଇଁ ଦୁଇ ବିରୋଧୀ ଦଳ ସେମାନଙ୍କର ରଣନୀତି ପ୍ରସ୍ତୁତ କରି ରଖିଛନ୍ତି। ଅନ୍ୟପଟେ ଆଗକୁ ଉପନିର୍ବାଚନ ଥିବାରୁ ବିରୋଧୀ ଦଳ ନିଶ୍ଚିତ ହଟଚମଟ ସୃଷ୍ଟି କରିବାର ସମ୍ଭାବନା ରହିଛି।

ବିଶେଷ ଭାବେ ବିଜେପି ଏଥର ନିଜର ଠାଣି ଦେଖାଇବାକୁ ବାଧ୍ୟ ହେବ। କାରଣ ସାଧାରଣ ଲୋକେ ଭାବି ନେଇଛନ୍ତି ଯେ, ବିଜେପି ଏବଂ ବିଜେଡି ମୁଦ୍ରାର ଦୁଇ ପାର୍ଶ। ଏହି ଦୁଇଦଳ ସଲାସୁତରା ହୋଇ କେନ୍ଦ୍ରରେ ଏବଂ ରାଜ୍ୟରେ ସରକାର ଚଳାଉଛନ୍ତି। ହେଲେ ଉପନିର୍ବାଚନ ପୂର୍ବରୁ ସେହି ଚିନ୍ତାଧାର ଲୋକଙ୍କ ମନରୁ ଭାଙ୍ଗିବାକୁ ପଡିବ। ସେଥିପାଇଁ ବିଜେପି  ଗୃହ ଭିତରେ ନିଜର ସ୍ବତନ୍ତ୍ରତା ବଜାଇ ରଖିବା ପାଇଁ ଚେଷ୍ଠା କରିବ। ବିଜେଡି ଆମରୁ ଶତ୍ରୁ ବୋଲି ଲୋକଙ୍କୁ ଜଣାଇବା ପାଇଁ ଅନ୍ତତଃ ପକ୍ଷେ ଏହି ଅଧିବେସନରେ ବିଜେପି ନିଶ୍ଚିତ ନାଟକ ପ୍ରଦର୍ଶନ କରିବ।

ଏପଟେ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ମିଲିଭଗତ ଶାସନ କରୁଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ଗୃହ ଭିତରେ ଶତ ଚେଷ୍ଠା କରିବ। ବିଜେପି କେତେକ କ୍ଷେତ୍ରରେ ଚୁପ ରହୁଥିବା ବେଳେ କଂଗ୍ରେସ କିନ୍ତୁ କାହାକୁ ଛାଡିବାର ନାହିଁ। ସେଥିପାଇଁ ଦଳ ଓଡିଶା ସରକାରଙ୍କ କରୋନା ମୁକାବିଲାରେ ବିଫଳ, ମାସ୍କ ଦୁର୍ନିତି, ବିଦ୍ୟୁତ ଶୁଳ୍କ ବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କର କୃଷି ବିଲ୍, ଦରଦାମ ବୃଦ୍ଧି ପରି ବିଭିନ୍ନ ପ୍ରସଂଗକୁ ଧରି ଉଭୟ ଦଳକୁ ଘେରିବ।

ତେବେ ସରକାରୀ ବିଜେଡି ଦଳ ଏ ସବୁ ମୁକାବିଲା କରିବା ପାଇଁ ପୂର୍ବରୁ ରାସ୍ତା ନିର୍ମାଣ କରି ରଖିଛନ୍ତି। କାରଣ କୋରନା କଟକଣା ପାଇଁ ଏଥର ଗୃହର ଅବଧି ସଂକ୍ଷିପ୍ତ କରାଯାଇଛି। ଗୃହରେ ପ୍ରଶ୍ନକାଳ ରହିବ ନାହିଁ। ସଂସଦୀୟ ଢାଞ୍ଚାରେ ଏଥର ଗୃହ ପରିଚାଳିତ ହେବ। ଅନ୍ୟପକ୍ଷରେ ବିଧାୟକ ଓ ମନ୍ତ୍ରୀ ଚାହିଁଲେ ଭିଡିଓ କନଫ୍ରେସିଂରେ ମଧ୍ୟ ଯୋଗ ଦେଇ ପାରିବେ। ଫଳରେ ମନ୍ତ୍ରୀମାନେ ଆଉ ଗୃହକୁ ନ ଆସି ଘରେ ଉତ୍ତର ଦେଇ ଦେବେ ବୋଲି ପ୍ରସ୍ତୁତ ହେଉଛନ୍ତି। ଯଦି ଗୃହ ଭିତରେ ମନ୍ତ୍ରୀ ରହିବେ ନାହିଁ ତେବେ ବିରୋଧୀ ଦଳ କାହାକୁ ନେଇ ହାଙ୍ଗାମା କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଧାନସଭାର ମୌସୁମୀ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.