ସୂର୍ଯ୍ୟମୁଖୀ ଫୁଲ ଯେ କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ, ଏହାର ମଞ୍ଜି ମଧ୍ୟ ବିଶେଷ ଉପକାରୀ। ଏହାର ତେଲକୁ ଆମେ ବ୍ୟଞ୍ଜନ ଭାବେ ବ୍ୟବହାର କରିଥାଉ। ଏଥୁସହିତ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଏହାର ମଞ୍ଜି ବିଶେଷ ଉପଯୋଗୀ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଓ ଖଣିଜ ତତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜିକୁ ନିୟମିତ ଖାଇବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ ।
ସୂର୍ଯ୍ୟମୁଖୀ ମଞ୍ଜି କେତେ ଉପକାରୀ:
ହୃଦୟ ସୁସ୍ଥ ରଖେ : ସୂର୍ଯ୍ୟମୁଖୀ ମଞ୍ଜିରେ ଫାଇଟୋ ଷ୍ଟେରୋଲ୍ସ ଓ ହେଲଦି ଫୁଟ୍ସ (ଯେପରି ମୋନୋଅନସାଚୁରେଟେଡ୍ ଓ ପାଲିଅନସାଚୁରେଟେଡ ଫ୍ୟାଟ୍ ) ରହିଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବା ସହିତ ହୃଦୟକୁ ସୁସ୍ଥ ରଖିଥାଏ। ତେଣୁ ସୂର୍ଯ୍ୟମୁଖୀ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଖୁବ୍ ଭଲ।
ଓଜନ ହ୍ରାସ ହୁଏ: ଏଥିରେ ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଭୋକ କମ ହୁଏ ଓ ପେଟ ପୂରି ରହିବା ଭଳି ଅନୁମେୟ ହୁଏ।
ତ୍ୱଚା ଓ କେଶକୁ ସୁସ୍ଥ ରଖେ: ଏଥିରେ ଥବା ଭିଟାମିନ୍ – ଇ ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ହାଇଡ୍ରେଟେଡ ଓ ସୁସ୍ଥ ରଖିଥାଏ। ଏଥିସହ କେଶକୁ ମଜଭୁତ ଓ ଚମକ କରିଥାଏ।
ହାଡ଼ ସୁସ୍ଥ ରହେ:ଏଥିରେ ମାଗ୍ନେସିୟମ, କ୍ୟାଲସିୟମ୍ ଓ ଅନ୍ୟ ଖଣିଜ ପଦାର୍ଥ ଗଚ୍ଛିତ ରହିଛି । ଯାହା ହାଡକୁ ମଜଭୁତ କରିଥାଏ ଓ ଅଷ୍ଟିଓପୋରୋସିସ୍ ଭଳି ସ୍ଥିତିରୁ ରକ୍ଷା କରିଥାଏ।
ପାଚନ ସୁଧାର: ଏଥିରେ ଥିବା ଫାଇବର ପାଚନ କ୍ରିୟା ସୁଧାରିଥାଏ ଯଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
କିପରି ଖାଇବେ : ଆପଣ ଅଳ୍ପ ମାତ୍ରାରେ ସୂର୍ଯ୍ୟମୁଖୀ ମଞ୍ଜିକୁ ଭାଜି ତାହାକୁ ଚୋବାଇ ଖାଇପାରିବେ।
- ଯଦି ସ୍ମୁଦି ବନାଉଛନ୍ତି। ତେବେ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ଏହାକୁ ପୌଷ୍ଟିକ ବନାଇ ପାରିବେ।
- ଆପଣ ବ୍ରେକଫାଷ୍ଟରେ ସୁଜି ବା ଓଟ୍ସରେ ସୂର୍ଯ୍ୟମୁଖୀ ମଞ୍ଜି ମିଶାଇ ଖାଇପାରିବେ।
- ଦହି ଉପରେ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ସ୍ନାକ୍ସ ବା ଡେଜର୍ଟ ରୂପେ ଖାଇପାରିବେ।
- ବ୍ରେଡ୍, ମଫିନ୍ସ ଓ କୁକିଜରେ ସୂର୍ଯ୍ୟମୁଖୀ ମଞ୍ଜି ଉପଯୋଗ କରି ଖାଇପାରିବେ।


