Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା
ସ୍ବାସ୍ଥ୍ୟ

ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା

ନିମୋନିଆ ଶିଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ମାରାତ୍ମକ ଜୀବାଣୁଜନିତ ରୋଗ। ମୁଖ୍ୟତଃ ‘ନିମୋକୋକସ’ ଜୀବାଣୁ ଦ୍ୱାରା ଫୁସଫୁସରେ ସଂକ୍ରମଣ ହେଲେ ନିମୋନିଆ ହୋଇଥାଏ, ଯାହା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ୫ ବର୍ଷରୁ କମ୍ ବୟସର ଶିଶୁ, କମ୍ ଓଜନ ବିଶିଷ୍ଟ କିମ୍ବା ସମୟ ପୂର୍ବରୁ ଜନ୍ମିତ ଶିଶୁ ଏବଂ କୁପୋଷଣ ବା କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁମାନେ ଏଥିରେ ଅଧିକ ଆକ୍ରାନ୍ତ ହୁଅନ୍ତି। ଧୂଆଁମୟ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ କାଶ ଓ ଛିଙ୍କ ଦ୍ୱାରା ଏହା ବ୍ୟାପିଥାଏ। ତେବେ ସଠିକ୍ ସମୟରେ ପି.ସି.ଭି ଟିକାକରଣ, ପ୍ରଥମ ୬ ମାସ କେବଳ ମା’ କ୍ଷୀର, ସ୍ୱଚ୍ଛତା ଓ ଉପଯୁକ୍ତ ଯତ୍ନ ଦ୍ୱାରା ଏଥିରୁ ଶିଶୁକୁ ରକ୍ଷା କରାଯାଇପାରିବ।

ନିମୋନିଆ ଆଶଙ୍କା:

– ଧୂଆଁ ପାଖରେ ଦୀର୍ଘ ସମୟ ଧରି ବସି ରହିଲେ ଏବଂ ଜଳବାୟୁରେ ପରିବର୍ତ୍ତନ ହେଲେ ନିମୋନିଆ ହେବାର ଆଶଙ୍କା ଅଧିକ ଥାଏ।
– ସେହିପରି ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏବଂ ପୁଷ୍ଟିକର ଖାଦ୍ୟ ନ ଖାଇଲେ ନିମୋନିଆ ହୋଇପାରେ।
– ଓଜନ କମ୍ ଥିବା ଶିଶୁ କିମ୍ବା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ କ୍ଷେତ୍ରରେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।
କିପରି ସତର୍କ ରହିବେ?
– ନିମୋନିଆ ହୋଇଥିବା ଶିଶୁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବେ। ଖାଲି ପାଦରେ ବାହାରକୁ ଯିବାକୁ ଦେବେ ନାହିଁ।
– ପିଇବା ପାଣି ଫୁଟାଇ ଦେବା ସହ ତାକୁ ଘୋଡ଼ାଇ ରଖିବେ।
– ଶିଶୁଙ୍କୁ ଖୁଆଇବା ପୂର୍ବରୁ ଭଲ ଭାବରେ ହାତ ସଫା କରିବେ।
– ଘରେ ଧୂଆଁ ନ କରି ଝରକା କବାଟ ଖୋଲା ରଖିବେ।
– ଶିଶୁ ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶିଶୁକୁ ସଠିକ ସମୟରେ ଟିକା ଦେବେ।
ଲକ୍ଷଣ:

-କାଶ ଓ ଥଣ୍ଡା ହେବ, ଶିଶୁ ଜୋରରେ ନିଶ୍ୱାସ ପ୍ରଶ୍ୱାନ ନେବ।
– ପ୍ରବଳ ଜର ହେବା ସହ ପିଲା ନିସ୍ତେଜ ଭଳି ହୋଇଯିବା। ଗୁରୁତର ହେଲେ ଶିଶୁ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିବ ନାହିଁ। ନିଶ୍ୱାସ ନେବାବେଳେ ଛାତି ତଳ ଭିତରକୁ ପଶିଯିବ ଏବଂ ନାକ ପୁଡ଼ା ଫୁଲିଯିବ। କିଛି ଶିଶୁଙ୍କର ଓଠ ଓ ଜିଭ ନୀଳ ପଡ଼ିଯାଇଥାଏ। ସେମାନେ ଶେଯରେ ପଡ଼ି ରହିଥାନ୍ତି।
କିପରି ବ୍ୟାପେ:

ନିମୋନିଆ ସଂକ୍ରମିତ ରୋଗୀ କାଶିବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ବ୍ୟାପିଥାଏ। ରୋଗୀଙ୍କ ଠାରୁ ଦୂରେଇ ରହିବା ଉଚିତ। ନ ହେଲେ ସଂକ୍ରମିତ କୋଠରୀରେ ଯତ୍ନର ସହ ରଖିବା ଆବଶ୍ୟକ। ରୋଗୀର ବାରମ୍ବାର ଅମ୍ଳଜାନ ସ୍ତର ମାପି ନିରୀକ୍ଷଣ କରିବା।

ନିମୋନିଆ ଶିଶୁ ସାବଧାନତା
Share. Facebook Twitter LinkedIn Email WhatsApp Copy Link

Related Posts

ଗରିବ ରୋଗୀଙ୍କୁ ମିଳିପାରେ ବଡ଼ ସହାୟତା, ଆୟୁଷ୍ମାନ ଯୋଜନାରେ ଅଙ୍ଗ ପ୍ରତିରୋପଣ ପ୍ରସ୍ତାବ

October 19, 2026

ଆଲର୍ଜି ଭାବି ଅଣଦେଖା କରୁଛନ୍ତି କି? ଚର୍ମର ଏହି ଲକ୍ଷଣ ଦେଉଛି ବଡ଼ ସଙ୍କେତ

October 19, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Latest News

ଶୀତ ଆସିବା ପୂର୍ବରୁ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

October 20, 2026

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.