Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କୁଏତ ଅମୀରଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

କୁଏତ ଅମୀରଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାହଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ବାୟନ ପ୍ୟାଲେସରେ ପହଞ୍ଚିବା ପରେ ଶ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ।

ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦୃଢ଼ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି ତଥା ଗଭୀର କରିବା ପାଇଁ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ “ରଣନୀତିକ ଭାଗିଦାରୀ” ସ୍ତରକୁ ଉନ୍ନୀତ କରିବାକୁ ରାଜି ହୋଇଥିଲେ।

କୁଏତରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ ଅମୀରଙ୍କୁ ଧନ୍ୟବାଦ ଜଣାଇଥିଲେ। କୁଏତର ବିକାଶରେ ବୃହତ ଏବଂ ସକ୍ରିୟ ଭାରତୀୟ ସମୁଦାୟର ଅବଦାନକୁ ମହାମହିମ ଅମୀର ପ୍ରଶଂସା କରିଥିଲେ।

କୁଏତ ଦ୍ୱାରା ନିଜର ଭିଜନ ୨୦୩୫କୁ ପୂରଣ କରିବା ଲାଗି କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଚଳିତ ମାସ ଆରମ୍ଭରେ ଜିସିସି ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମହାମହିମ ଅମୀରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗତକାଲି ଆରବିୟାନ ଗଲ୍ଫ କପର ଉଦଘାଟନୀ ସମାରୋହରେ ତାଙ୍କୁ ‘ସମ୍ମାନିତ ଅତିଥି’ ରୂପରେ ଆମନ୍ତ୍ରଣ କରିବା ଲାଗି ମଧ୍ୟ ଅମିରଙ୍କୁ କୃତଜ୍ଞତା ଜଣାଇଥିଲେ । ମହାମହିମ ଅମୀର ପ୍ରଧାନମନ୍ତ୍ରୀଙ୍କ ଭାବନା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କୁଏତ ଓ ଉପସାଗରୀୟ କ୍ଷେତ୍ରରେ ଏକ ମୂଲ୍ୟବାନ ଭାଗିଦାର ରୂପେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ। ମହାମହୀମ ଅମୀର କୁଏତ ଭିଜନ ୨୦୩୫କୁ ସାକାର କରିବା ଦିଗରେ ଭାରତର ବଡ଼ ଭୂମିକା ଓ ଯୋଗଦାନ ପାଇଁ ଆଶା ବ୍ୟକ୍ତ କରିଥିଲେ।

ମହାମହିମ ଅମୀରଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

August 5, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଫାଇଲ ଚୋରି ଘଟଣା: ଆସିଲା ବିଜେପି ର ପ୍ରତିକ୍ରିୟା

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026
Latest News

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026

ଆଜିଠାରୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ

August 5, 2026

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.