Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକାରେ ଜଙ୍ଗଲ ନିଆଁର ତାଣ୍ଡବ, ୩ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

ଆମେରିକାରେ ଜଙ୍ଗଲ ନିଆଁର ତାଣ୍ଡବ, ୩ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

June 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାସିଂଟନ: ଆମେରିକାର ପଶ୍ଚିମ ଅଞ୍ଚଳରେ ଜଙ୍ଗଲ ନିଆଁ ଭୟାବହ ରୂପ ନେଇଛି। କଲୋରାଡୋ–ଉତା ସୀମା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଅଗ୍ନିକାଣ୍ଡ ନିୟନ୍ତ୍ରଣ ପ୍ରୟାସ ମଧ୍ୟରେ ଦୁଃଖଦ ଘଟଣା ଘଟିଛି। ନିଆଁ ଲିଭାଇବା ସମୟରେ ୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଏହି ସୂଚନା ରବିବାର ୟୁଏସ୍ ୱାଇଲ୍ଡଲ୍ୟାଣ୍ଡ ଅଗ୍ନିଶମ ସେବା ପକ୍ଷରୁ ଦିଆଯାଇଛି।

ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମପ୍ରବାହ, ଶୁଷ୍କ ପରିବେଶ ଓ ପ୍ରବଳ ପବନ ଯୋଗୁଁ ପଶ୍ଚିମ ଆମେରିକାର ବିଭିନ୍ନ ରାଜ୍ୟରେ ଜଙ୍ଗଲ ନିଆଁ ଅଧିକ ଭୟଙ୍କର ରୂପ ଧାରଣ କରିଛି। ଉତା, ଆରିଜୋନା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଡଜନ ଡଜନ ନୂଆ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। କେବଳ ଦକ୍ଷିଣ-ପଶ୍ଚିମ ଉତାରେ ଶନିବାର ସୁଦ୍ଧା ପ୍ରାୟ ୧୪୪ ବର୍ଗ ମାଇଲ ଜଙ୍ଗଲ ଅଞ୍ଚଳ ନିଆଁ କବଳରେ ଆସିଯାଇଛି।

ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏକ ପ୍ରମୁଖ ସ୍କି ରିସର୍ଟ ଓ ଅନେକ ସମର କ୍ୟାବିନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଉତାରେ ଶତାଧିକ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ଉଦ୍ଧାର ଓ ନିଆଁ ନିୟନ୍ତ୍ରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ଆମେରିକାରେ ପ୍ରାୟ ୩ ନିୟୁତ ଏକର ଜଙ୍ଗଲ ନିଆଁରେ ପୋଡ଼ି ନଷ୍ଟ ହୋଇସାରିଛି। ବିଶେଷଜ୍ଞମାନେ କହିଛନ୍ତି, ଉଚ୍ଚ ତାପମାତ୍ରା ଓ ଶୁଷ୍କ ପାଗ ଯୋଗୁଁ ଆଗାମୀ ଦିନରେ ମଧ୍ୟ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।

ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଜଙ୍ଗଲ ନିଆଁର ତାଣ୍ଡବ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଟ୍ରେନର ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା : ୪ ପାଇଲଟ୍ ମୃତ

October 24, 2026

ନଭେମ୍ବରରେ ୟୁଏଇରେ ପୁତିନ୍‌, ଟ୍ରମ୍ପ୍ ଏବଂ ଜେଲେନ୍‌ସ୍କିଙ୍କ ତ୍ରିପାକ୍ଷିକ ଆଲୋଚନା

October 24, 2026

ତାଇୱାନରେ ବାତ୍ୟା ‘ଚାମ୍ପି’ର ତାଣ୍ଡବ: ୧୦୦୦ ବିମାନ ଉଡ଼ାଣ ବାତିଲ

October 24, 2026

ପେଟ୍ରୋଲ-ଡିଜେଲ ଦର ବଢ଼ିବ ନା କମିବ? IOCର ତୈଳ କ୍ରୟ ଯୋଜନାକୁ ନେଇ ବଢ଼ିଲା ଚର୍ଚ୍ଚା

October 22, 2026
Latest News

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.