Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ
ଅନ୍ତରାଷ୍ଟ୍ରୀୟ

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ଅଧିବେଶନରେ ଯୋଗଦେବାକୁ ନ୍ୟୁୟର୍କସ୍ଥିତ ୟୁଏନ୍‌ ମୁଖ୍ୟାଳୟରେ ପହଞ୍ଚିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ମୁଖ୍ୟାଳୟରେ ପ୍ରବେଶ ଓ ବାହାରିବା ସମୟରେ ସାମ୍ବାଦିକମାନେ ତାଙ୍କୁ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍ ଏବଂ ପାକିସ୍ତାନର ଆତଙ୍କବାଦୀ ଆଶ୍ରୟଛଳନା ନେଇ ପ୍ରଶ୍ନ କରିଥିଲେ।

ସାମ୍ବାଦିକମାନେ ଶେହବାଜଙ୍କୁ ପଚାରିଥିଲେ, ’ପ୍ରଧାନମନ୍ତ୍ରୀ, ଆପଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା କେବେ ବନ୍ଦ କରିବେ?’ ଶେହବାଜ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ। ବାହାରକୁ ଆସିବା ସମୟରେ ସାମ୍ବାଦିକମାନେ ପୁଣି ପଚାରିଥିଲେ ଯେ ପାକିସ୍ତାନ ହାଫିଜ୍ ସୟିଦ୍ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, କିନ୍ତୁ ଶେହବାଜ ପୁନର୍ବାର କୌଣସି ଉତ୍ତର ଦେଇନଥିଲେ। ତେବେ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଏଡ଼ାଇ ଦେଇ ଶେହବାଜ ଚୁପଚାପ୍ ଆଗକୁ ବଢ଼ିଯାଇଥିଲେ।

ହାଫିଜ୍ ସୟିଦ୍ ହେଉଛି ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ମୁଖ୍ୟ। ଭାରତ ତାକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି। ସେ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏପ୍ରିଲ ୨୦୨୫ର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ରେ ହାଫିଜ୍‌କୁ ୮ମ ଅଭିଯୁକ୍ତ ଭାବେ ଦର୍ଶାଇବା ସହ ଏଥିରେ ପାକିସ୍ତାନ-ସ୍ଥିତ ଲସ୍କର ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ଭୂମିକା ଥିବା ଦର୍ଶାଇଛି।

୧୯୮୭ ମସିହାରେ ଓସାମା ବିନ୍ ଲାଡେନ୍‌ଙ୍କ ଗୁରୁ ଅବଦୁଲ୍ଲା ଅଜ୍ଜାମ୍ ଓ ତାଙ୍କ ସହଯୋଗୀମାନେ ‘ମରକଜ୍‌-ଅଦ୍‌-ଦାୱା-ୱଲ୍‌-ଇରସାଦ୍‌’ ନାମକ ଧାର୍ମିକ ସଂଗଠନ ଗଠନ କରିଥିଲେ। ୧୯୮୯ ବେଳକୁ ଏହା ଏକ ସାମରିକ ବାହିନୀ ‘ଲସ୍କର-ଏ-ତୋଏବା’ର ରୂପ ନେଇଥିଲା। ପ୍ରାରମ୍ଭରେ ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୋଧରେ ଲଢ଼ୁଥିବା ଏହି ସଂଗଠନ, ୧୯୮୯ରେ ସୋଭିଏତ୍ ସେନା ପ୍ରତ୍ୟାହାର ପରେ ଜମ୍ମୁ-କାଶ୍ମୀରକୁ ନିଜର ମୁଖ୍ୟ ଲକ୍ଷ୍ୟ ବନାଇଥିଲା। ସେହି ବର୍ଷ ପେଶାୱର ବୋମା ବିସ୍ଫୋରଣରେ ଅବଦୁଲ୍ଲା ଅଜ୍ଜାମ୍‌ଙ୍କ ମୃତ୍ୟୁ ପରେ ହାଫିଜ୍ ସୟିଦ୍ ଏହି ଆତଙ୍କୀ ସଂଗଠନର କମାଣ୍ଡ୍ ସମ୍ଭାଳିଥିଲା।

ୟୁଏନ୍‌ଜିଏ ହାଫିଜ୍ ସୟିଦ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026
Latest News

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026

ପେନସନ୍ ମଞ୍ଜୁର ଲାଞ୍ଚ ମାମଲାରେ ଶିକ୍ଷକ ଓ କିରାଣୀଙ୍କୁ ୪ ବର୍ଷ ଜେଲ୍

October 17, 2026

ରାଜ୍ୟରେ ଅଷ୍ଟମୀ ପର୍ଯ୍ୟନ୍ତ ଜାରି ରହିବ ବର୍ଷା !

October 17, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ

October 17, 2026

‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଶୀର୍ଷକ ଏକ ସଚେତନତାଧର୍ମୀ ଭିଡ଼ିଓ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ୱୀରାଜ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.