Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପିସିବିର ସର୍ତ୍ତ ପ୍ରତ୍ୟାଖ୍ୟାନ: ଡବ୍ଲ୍ୟୁସିଏଲ୍‌ରୁ ଓହରିଲା ପାକିସ୍ତାନ
ଅନ୍ତରାଷ୍ଟ୍ରୀୟ

ପିସିବିର ସର୍ତ୍ତ ପ୍ରତ୍ୟାଖ୍ୟାନ: ଡବ୍ଲ୍ୟୁସିଏଲ୍‌ରୁ ଓହରିଲା ପାକିସ୍ତାନ

October 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Pakistan withdraws from WCL

ନୂଆଦିଲ୍ଲୀ: ଆୟୋଜକ କମିଟି ସହ ସର୍ତ୍ତ ଅସିଦ୍ଧ ହେବା ପରେ ‘ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଅଫ୍ ଲିଜେଣ୍ଡ୍‌ସ’ (ଡବ୍ଲ୍ୟୁସିଏଲ୍‌)ର ତୃତୀୟ ସିଜନ୍‌ରୁ ଓହରିଯାଇଛି ପାକିସ୍ତାନ ଚାମ୍ପିଅନ୍ସ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜ ଖେଳାଳିଙ୍କୁ ଅନାପତ୍ତି ପ୍ରମାଣପତ୍ର (ଏନଓସି) ପ୍ରଦାନ କରିବା ପାଇଁ କେତେକ କଠୋର ସର୍ତ୍ତ ରଖିଥିଲା। ଏଥିରେ ଗତବର୍ଷର ବିବାଦକୁ ନେଇ ଭାରତୀୟ ଖେଳାଳିଙ୍କ ଠାରୁ ଲିଖିତ କ୍ଷମାପ୍ରାର୍ଥନା ଏବଂ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ମଧ୍ୟରେ କରମର୍ଦ୍ଦନ (ହ୍ୟାଣ୍ଡ୍‌ସେକ୍) କରିବାର ବାଧ୍ୟତାମୂଳକ ସହମତି ସାମିଲ ଥିଲା। ତେବେ ଡବ୍ଲ୍ୟୁସିଏଲ୍‌ ଆୟୋଜକ କମିଟି ପିସିବିର ବ୍ୟବସାୟିକ ସର୍ତ୍ତଗୁଡ଼ିକୁ ଗ୍ରହଣ କରିଥିଲେ ବି, ଲିଖିତ କ୍ଷମାପ୍ରାର୍ଥନା ଓ କରମର୍ଦ୍ଦନ ଦାବିକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ଗତ ସିଜନ୍‌ରେ ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିବାଦରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଥିଲା, ଯାହାଫଳରେ ମ୍ୟାଚ୍‌ଟି ରଦ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ସେମିଫାଇନାଲ୍‌ରେ ମଧ୍ୟ ଭାରତ ପଡ଼ିଆକୁ ଓହ୍ଲାଇ ନଥିବାରୁ ପାକିସ୍ତାନକୁ ୱାକ୍‌ଓଭର୍ ମିଳିଥିଲା ଏବଂ ଦଳ ଫାଇନାଲ୍‌ରେ ପହଞ୍ଚି ସାଉଥ୍ ଆଫ୍ରିକାଠାରୁ ପରାଜିତ ହୋଇଥିଲା। ସେହି ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କୌଣସି ହ୍ୟାଣ୍ଡ୍‌ସେକ୍‌ ହୋଇନଥିଲା। ଏହି ଘଟଣାକୁ କେନ୍ଦ୍ର କରି ପିସିବି ଚଳିତ ବର୍ଷ ଏଭଳି ସର୍ତ୍ତ ରଖିଥିବା ଜଣାପଡ଼ିଛି।

ଡବ୍ଲ୍ୟୁସିଏଲ୍‌ ପାକିସ୍ତାନ ପିସିବି
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନ କିଶନ ତୃତୀୟ ଟି୨୦ ମ୍ୟାଚରୁ ବାଦ୍: ବୈଭବ ନୁହେଁ ଏହି ଖେଳାଳି ନେବ ସ୍ଥାନ

October 26, 2026

ଇସ୍ରାଏଲରେ କାହାର ସରକାର? ନେତାନ୍ୟାହୁଙ୍କ ପାଇଁ ଅଗ୍ନିପରୀକ୍ଷା

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

ମ୍ୟାଚ୍ ଫିକ୍ସିଂରୁ ଜିତିଲା ପାକିସ୍ତାନ: ଶାଦାବ ଖାନଙ୍କ ୱିକେଟ୍ ଉପରେ ବିବାଦ, ଜାଣନ୍ତୁ ପୂରା ମାମଲା

October 26, 2026
Latest News

ସିପିଗ୍ରାମ୍ସ ଜରିଆରେ ଓଡ଼ିଶାର ଦୁଇଟି ଜନଅଭିଯୋଗର ସମାଧାନ

October 26, 2026

ଜୟପୁର-ଟାଟାନଗର-ସାନ୍ତ୍ରାଗାଛି ଏକ୍ସପ୍ରେସ୍‌ର ଶୁଭାରମ୍ଭ

October 26, 2026

ନିର୍ବାଚନ ଆୟୋଗର ବଡ଼ କାର୍ଯ୍ୟାନୁଷ୍ଠାନ: ୬ ବଡ଼ ଅଧିକାରୀ ନିଲମ୍ବିତ

October 26, 2026

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ

October 26, 2026

କେସି ଭେଣୁଗୋପାଲଙ୍କ ଘୋଷଣା : ନଭେମ୍ବର ୪ରେ ସଙ୍ଗରୁର ଗସ୍ତ କରିବେ ରାହୁଲ ଗାନ୍ଧୀ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.