Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ
ଅନ୍ତରାଷ୍ଟ୍ରୀୟ

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

ବୁଏନ୍ସ ଆୟର୍ସ: ବିଶ୍ୱ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ଖେଳାଳି ଲିଓନେଲ୍ ମେସି ନିଜ ଜାତୀୟ ଦଳ ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳି ଏକ ସ୍ମରଣୀୟ ବିଦାୟ ନେଇଛନ୍ତି। ବୁଏନ୍ସ ଆୟର୍ସର ସ୍ଥାନୀୟ ମୋନୁମେଣ୍ଟାଲ୍ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଐତିହାସିକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ବେନିନ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ନିକୋଲାସ୍ ଓଟାମେଣ୍ଡି ପ୍ରଥମ ଗୋଲ୍ କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ନିକୋଲାସ୍ ପାଜ୍ ଦ୍ୱିତୀୟ ଗୋଲ୍ କରି ସ୍କୋର୍ ୨-୦ କରିଥିବା ବେଳେ, ମେସି ନିଜର ଶେଷ ମ୍ୟାଚ୍‌ର ଅନ୍ତିମ ଭାଗରେ ପେନାଲ୍ଟିରୁ ଚମତ୍କାର ଗୋଲ୍ ସୋରି ସ୍କୋର୍‌କୁ ୩-୦ରେ ପହଞ୍ଚାଇଥିଲେ।

ଏହି ସ୍ୱତନ୍ତ୍ର ବିଦାୟୀ ମ୍ୟାଚ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଷ୍ଟାଡିୟମ୍‌ରେ ଲାଇଭ୍ ମ୍ୟୁଜିକ୍, ଆଲୋକସଜ୍ଜା, ଡ୍ରୋନ୍ ଶୋ’ ଏବଂ ବାଣଫୋଡ଼ି ଉତ୍ସବ ପାଳନ କରାଯାଇଥିଲା। ଗୋଲ୍ ପରେ ଏବଂ ମ୍ୟାଚ୍ ଶେଷରେ ପୂରା ଷ୍ଟାଡିୟମ୍ ‘ଓଲେ ଓଲେ ମେସି’ ନାରାରେ କମ୍ପିଉଠିଥିଲା। ମ୍ୟାଚ୍ ପରେ ପ୍ରଶଂସକଙ୍କୁ ସମ୍ବୋଧିତ କରି ମେସି କହିଥିଲେ, ଆର୍ଜେଣ୍ଟିନାର ଜର୍ସି ପିନ୍ଧିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ଏବଂ ସେ ଆଗାମୀ ଦିନରେ ବାହାରେ ରହି ଦଳକୁ ସଦାସର୍ବଦା ସମର୍ଥନ କରିବେ।

ସୂଚନାଯୋଗ୍ୟ ଯେ, ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୨୧ ଓ ୨୦୨୪ କୋପା ଆମେରିକା ଟ୍ରଫି ଏବଂ ୨୦୨୨ ଫିଫା ବିଶ୍ୱକପ୍ ଜିତି ଅସାଧାରଣ ସଫଳତା ହାସଲ କରିଛି। ତାଙ୍କର ଏହି ଭାବପୂର୍ଣ୍ଣ ବିଦାୟ ଆର୍ଜେଣ୍ଟିନା ଫୁଟ୍‌ବଲ୍ ଇତିହାସରେ ସଦାସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଲିଓନେଲ୍ ମେସି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026

ହୁତି ଆକ୍ରମଣ ନେଇ ନାଟୋ ମୁଖ୍ୟଙ୍କ ସହ ସାଉଦି ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା

October 30, 2026

ସାତ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ: ଫିଲିପ୍ସଙ୍କ ବିସ୍ଫୋରକ ଶତକ

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026
Latest News

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026

ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ

October 30, 2026

RBI ବଢାଇଲା ସୁଧ ହାର: ବାର୍ଷିକ ୭.୨୬% ମିଳିବ ରିଟର୍ଣ୍ଣ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.