Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ
ଅନ୍ତରାଷ୍ଟ୍ରୀୟ

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Pakistan to chair the IMF and World Bank boards after 70 years

ଇସଲାମାବାଦ୍/ଜେନିଭା: ଦୀର୍ଘ ୭୦ ବର୍ଷର ବ୍ୟବଧାନ ପରେ ପାକିସ୍ତାନକୁ ମିଳିବାକୁ ଯାଉଛି ଏକ ବଡ଼ ଗ୍ଲୋବାଲ୍ ଦାୟିତ୍ୱ। ୨୦୨୭ ମସିହାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ ଗ୍ରୁପ୍‌ର ‘ବୋର୍ଡ ଅଫ୍ ଗଭର୍ଣ୍ଣର୍ସ’ର ଅଧ୍ୟକ୍ଷତା କରିବ ପାକିସ୍ତାନ। ୧୯୫୩ ମସିହା ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବାକୁ ଯାଉଥିବା ନେଇ ପାକିସ୍ତାନ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ୨୦୨୬ ଡବ୍ଲ୍ୟୁବିଜି-ଆଇଏମ୍‌ଏଫ୍‌ର ବାର୍ଷିକ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହି ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏଥିରେ ବିଶ୍ୱ ବ୍ୟାଙ୍କରେ ପାକିସ୍ତାନର ଗଭର୍ଣ୍ଣର ଥିବା ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଆହାଦ୍ ଖାନ୍ ଚୀମାଙ୍କୁ ଆଗାମୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଅକ୍ଟୋବର ୧୨ ରୁ ୧୮ ପର୍ଯ୍ୟନ୍ତ ଚାଲିଥିବା ଏହି ବାର୍ଷିକ ବୈଠକରେ ୧୯୧ଟି ଦେଶର ୧୫,୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।

ଏହି ନିଯୁକ୍ତିକୁ ଏକ “ଐତିହାସିକ ମାଇଲଖୁଣ୍ଟ” ଭାବେ ବର୍ଣ୍ଣନା କରି ପାକିସ୍ତାନ ସରକାର କହିଛନ୍ତି ଯେ, ଏହା ଦ୍ୱାରା ପାକିସ୍ତାନ ବିଶ୍ୱ ଅର୍ଥନୈତିକ ଏବଂ ବିକାଶମୂଳକ ଆଲୋଚନାରେ ଆଗଧାଡ଼ିର ଭୂମିକା ଗ୍ରହଣ କରିପାରିବ। ତେବେ ଅନ୍ୟପଟେ, ପାକିସ୍ତାନ ନିଜର ଆର୍ଥିକ ସଂକଟରୁ ବର୍ତ୍ତିବା ପାଇଁ ଆଇଏମ୍‌ଏଫ୍‌ର ୭ ବିଲିୟନ୍ ଡଲାରର ‘ଏକ୍ସଟେଣ୍ଡେଡ୍ ଫଣ୍ଡ ଫାସିଲିଟି’ ଏବଂ ୧.୪ ବିଲିୟନ୍ ଡଲାରର ‘ରେଜିଲିଏନ୍ସ ଆଣ୍ଡ ସଷ୍ଟେନାବିଲିଟି ଫାସିଲିଟି’ ସହାୟତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ସମୟରେ ଏହି ଦାୟିତ୍ୱ ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି।

ଆଇଏମ୍ଏଫ୍ ପାକିସ୍ଥାନ ବିଶ୍ୱବ୍ୟାଙ୍କ ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Latest News

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.