Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମର ଦୃଷ୍ଟି ଶକ୍ତି କେଉଁ ଜ୍ୟୋତି ଦ୍ବାରା ପରିଚାଳିତ ? ଏପରି ଏକ ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଆମର ଦୃଷ୍ଟି ଶକ୍ତି କେଉଁ ଜ୍ୟୋତି ଦ୍ବାରା ପରିଚାଳିତ ? ଏପରି ଏକ ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ମହର୍ଷି ଯାଜ୍ଞବଲକ୍ୟଙ୍କ ନିକଟରେ ବସିଥିବା ଜନକ ମହାରାଜ କହିଲେ, “ ମହର୍ଷେ! ମୋ ମନରେ ଏକ ଶଙ୍କା ଜାତ ହେଉଛି। କୃପା କରି ଏହାର ନିବାରଣ କରନ୍ତୁ। ଆମେ ଯାହା କିଛି ଦେଖି ପାରୁଛେ, ତାହା କେଉଁ ଜ୍ୟୋତି ଦ୍ଵାରା ଦେଖି ପାରୁଛେ?

ମହର୍ଷି ଉତ୍ତର ଦେଲେ, ଇଏ କି ପିଲାଳିଆମୀ କଥା! ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ, ସେ ଯାହା କିଛି ଦେଖୁଛନ୍ତି, ତାହା ସୂର୍ଯ୍ୟଙ୍କ କିରଣର (ଜ୍ୟୋତି) କାରଣରୁ।

ଜନକ ପୁଣି ପଚାରିଲେ, “ କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯା’ନ୍ତି, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଆମେ ଦେଖିପାରୁଛେ? ମହର୍ଷି ଉତ୍ତର ଦେଲେ ଚନ୍ଦ୍ରମା ଜ୍ୟୋତି ଦ୍ଵାରା।

ଜନକ ଆଗାମୀ ପ୍ରଶ୍ନ କଲେ, “ଯେତେବେଳେ ସୂର୍ଯ୍ୟ ନଥାନ୍ତି, ଚନ୍ଦ୍ରମା ନଥାନ୍ତି, ତାରାକ୍ଷେତ୍ର ନଥାନ୍ତି ଏବଂ ଅମାବାସ୍ୟାର ଅନ୍ଧକାର ରାତ୍ରିରେ ବାଦଲ ଦ୍ଵାରା ଆକାଶ ଢାଙ୍କି ହୋଇଯାଇଥାଏ, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଦେଖିପାରିବା? ମହର୍ଷି କହିଲେ, “ଶବ୍ଦର ଜ୍ୟୋତି ଦ୍ଵାରା।

କଳ୍ପନା କରନ୍ତୁ- ଏକ ବିସ୍ତ୍ରୁତ ଘନ ଘୋର ଜଙ୍ଗଲ, ସେହି ଅନ୍ଧକାରମୟ ରାସ୍ତାରେ ଜଣେ ପଥିକ ରାସ୍ତା ଭୁଲି ଯାଇ ଚିକ୍ତାର କରୁଛି, “ କିଏ କେଉଁଠି ଅଛ, ମୋତେ ରାସ୍ତା ଦେଖାଅ? ସେତେବେଳେ ଦୂରରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ସେହି ଶବ୍ଦ ଶୁଣି କୁହେ, ଏଠାକୁ ଆସ ମୁଁ ରାସ୍ତା ଉପରେ ଅଛି ଏବଂ ପ୍ରଥମ ବ୍ୟକ୍ତି ଶବ୍ଦ ଜ୍ୟୋତି ଦ୍ଵାରା ସେହି ଦ୍ଵିତୀୟ ବ୍ୟକ୍ତିର ପାଖରେ ପହଞ୍ଚିଯାଏ।

ଜନକ ପୁଣି ପଚାରିଲେ, “ ଯଦି ଶବ୍ଦ ନଥିବ, ସେତେବେଳେ? ସେତେବେଳେ ଆତ୍ମଜ୍ୟୋତି ଦ୍ଵାରା ଦେଖିପାରିବା, ମହର୍ଷି ଉତ୍ତର ଦେଲେ। ଆତ୍ମଜ୍ୟୋତି ଦ୍ଵାରା ହିଁ ସମସ୍ତ କାର୍ଯ୍ୟ ହୁଏ।

ଜନକ ପଚାରିଲେ ସେ ଆତ୍ମାଟି କିଏ? ଋଷି ଉତ୍ତର ଦେଲେ, ଯୋଅୟମ୍ ବିଜ୍ଞାନ ମୟଃ ପ୍ରାଣେଷୁ ହୃଦ୍ୟନ୍ତର୍ଜ୍ୟୋତିଃ ପୁରୁଷଃ। ଅର୍ଥାତ ଯେ ଏଠାକାର ବିଶେଷ ଜ୍ଞାନ ଦ୍ଵାରା ପରିପୂର୍ଣ୍ଣ, ପ୍ରାଣମୟ ଜ୍ୟୋତି ଦ୍ଵାରା ଭରପୁର ଅଟେ, ଯାହା ଏହି ହୃଦୟର ଜୀବନ ଅଟେ, ଅନ୍ତଃ କରଣର ଜ୍ୟୋତି ସହ ସମଗ୍ର ଶରୀରରେ ବ୍ୟାପ୍ତ ଅଟେ ସେ ହିଁ ହେଉଛି ଆତ୍ମା।

ଜନକଙ୍କର ଶଙ୍କା ଦୂର ହେଲା।

ଜ୍ୟୋତି
Share. Facebook Twitter LinkedIn Email WhatsApp Copy Link

Related Posts

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026
Latest News

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.