Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ‘ପ୍ରତୀକ୍ଷା”: ବ୍ରହ୍ମପୁରରେ ପ୍ରମୋସନ୍ ପାଇଁ ଟିମ୍
ଆଜିର ଖବର

ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ‘ପ୍ରତୀକ୍ଷା”: ବ୍ରହ୍ମପୁରରେ ପ୍ରମୋସନ୍ ପାଇଁ ଟିମ୍

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥୁପାଇଁ ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳରେ ‘ପ୍ରତୀକ୍ଷା’ ଟିମ ଦ୍ବାରା ଜୋରସୋରରେ ପ୍ରମୋସନ କାର୍ଯ୍ୟ ଚାଲିଛି। ରାଉରକେଲା,ବାଲେଶ୍ବର, ମୟୁରଭଞ୍ଜ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପରେ ଆଜି ‘ପ୍ରତୀକ୍ଷା’ ଟିମ ରେଶମ ସହର ବ୍ରହ୍ମପୁର ଯାଇଥିଲେ।

ସାଇ କୁମାର ଓ ସଚିନ୍‌ ପଣ୍ଡାଙ୍କ ପରିଚାଳନାରେସର୍ବ ପ୍ରଥମେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ଅଭିନେତା ଦୀପନ୍ବିତ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଲାଇନ୍ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡେଇ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେବା ସହ ଚଳଚ୍ଚିତ୍ରଟି ଦେଖୁବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ପ୍ରତାପ ମହାନ୍ତି ଏବଂ ରେଜିଷ୍ଟାର ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କ ସହ ଛାତ୍ର-ଛାତ୍ରୀମାନଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ପ୍ରତୀକ୍ଷା’ ଟିମକୁ ଉତ୍ସାହିତ କରିବା ସହ ଚଳଚ୍ଚିତ୍ର ଦେଖୁବା ପାଇଁ ସହମତି ପ୍ରଦାନ କରିଥିଲେ । ପରେ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ଚଳଚ୍ଚିତ୍ରଟିର ପ୍ରଚାର କରାଯାଇଥିଲା ।

ପରିଶେଷରେ ରାମଲିଙ୍ଗମ ଟ୍ୟାଙ୍କ ପାଖରେ ଆୟୋଜିତ ପ୍ରେସ ମିଟରେ ଯୋଗଦେଇ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ସମେତ ସମସ୍ତଙ୍କୁ ଚଳଚ୍ଚିତ୍ରଟି ଦେଖିବା ସହ ‘ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରାଯାଇଥୁଲା ।

ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ବପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଡଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଜୁରୀ ମେମ୍ବର ତଥା ଦର୍ଶକଙ୍କ ଦ୍ବାରା ବହୁଳ ଭାବରେ ଆଦୃତ ହୋଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି ।

ଅନୁପମ ପଟ୍ଟନାୟକ ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା ବ୍ରହ୍ମପୁର ମୁକ୍ତିଲାଭ କରିବ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026
Latest News

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.