Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଷି କପୁର: ହିନ୍ଦୀ ରୋମାନ୍ସ ଡ୍ରାମାର ଅନ୍ୟତମ ସଫଳ ନାୟକ
ବିଶେଷ ଖବର

ରିଷି କପୁର: ହିନ୍ଦୀ ରୋମାନ୍ସ ଡ୍ରାମାର ଅନ୍ୟତମ ସଫଳ ନାୟକ

April 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଜନ କୁମାର ମହାପାତ୍ର

ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ରାଜେଶ ଖାନ୍ନାଙ୍କ ପରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି କେହି ରୋମାଟିଂକ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ, ସେ ହେଉଛନ୍ତି ସେ ହେଉଛନ୍ତି ପ୍ରଭାବଶାଳୀ କପୁର ପରିବାରର ଅନ୍ୟତମ ସୁଯୋଗ୍ୟ ଦାୟାଦ ରିଷି କପୁର ଓରଫ ଚିଂଟୁ। ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ଋଷି କପୁର ନିଜ ପରିବାରର ପ୍ରତିଷ୍ଠା ଓ ପୃୃଷ୍ଠପୋଷକତା ବଳରେ ନୁହେଁ ବରଂ ନିଜର ସାଧନା ଓ ସଂଘର୍ଷ ବଳରେ ଦୀର୍ଘ ୫ ଦଶକ ଧରି ବଲିଉଡରେ ନିଜର କ୍ୟାରିଅରକୁ ପରିପୁଷ୍ଟ କରିପାରିଥିଲେ।

ତାଙ୍କ ସମୟରେ ସେ ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ମଧ୍ୟ ରୋମାଟିଂକ ହୀରୋ ଭଳି ଏକ ନିର୍ଦ୍ଦିଷ୍ଟ ଇମେଜରେ ବାନ୍ଧି ହୋଇଯାଇଥିବାରୁ ତାଙ୍କ ଅଭିନୟ ଦକ୍ଷତା ସେ ସମୟର ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଲୁଚି ରହିଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶୋ ମ୍ୟାନ ରାଜକପୁରଙ୍କ ମଝିଆ ପୁଅ ଋଷି କପୁର ପିତାଙ୍କ ନିର୍ଦ୍ଦେଶିତ କ୍ଲାସିକ ‘ମେରା ନାମ ଜୋକର’ ଫିଲ୍ମରେ ଶିଶୁ କଳାକାର ଭାବେ ପଦାର୍ପଣ କରି ସିନେପ୍ରେମୀଙ୍କ ଦୃୃଷ୍ଟି ଆକର୍ଷଣ କରିଥିଲେ। ମେରା ନାମ ଜୋକର ଫ୍ଲପ୍ ହୋଇଯାଇଥିବାରୁ ଏହାର କ୍ଷତି ଭରଣା ପାଇଁ ରାଜ କପୁର ଏକ ଫର୍ମୁଲାଭି ିକ ରୋମାଟିଂକ ଫିଲ୍ମ ନିର୍ମାଣ କରିବାକୁ ଚାହିଁଥିଲେ। ସେତେବେଳେ ଖ୍ୟାତି ଶୀର୍ଷରେ ଥିବା ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ହୀରୋ ଭାବେ ନେବାକୁ ଚାହିଁଥିଲେ ରାଜ କପୁର। ହେଲେ ରାଜେଶ ଖାନ୍ନାଙ୍କ ଅଧିକ ପାରିଶ୍ରମିକ ଦୃଷ୍ଟିରୁ ତାଙ୍କୁ ନେବା ସମ୍ଭବ ହେଲା ନାହିଁ। ଶେଷରେ ପୁଅ ରିଷିଙ୍କୁ ନେଇ ସେ ଫିଲ୍ମ ନିର୍ମାଣ କଲେ। ସେହି ଫିଲ୍ମ ଥିଲା ବବି।

୧୯୭୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରିଷିଙ୍କ ସହ ଡିମ୍ପଲ କାପାଡିଆ ବି ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଶ୍ରୁତିମଧୁର ସଂଗୀତ ସହ ଏହି ଟିନଏଜ ରୋମାଟିଂକ ଡ୍ରାମା ସୁପରଡୁପର ହିଟ୍ ହୋଇଥିଲା। ରାତାରାତି ଷ୍ଟାରଡମ୍ ପାଇଥିଲେ ରିଷି କପୁର। ବବି ପରେ ରିଷି କପୁର ଆଉ ପଛକୁ ଫେର ଚାହିଁ ନାହାନ୍ତି। ସତୁରୀ ଦଶକରେ ଗ୍ୟାଙ୍ଗଷ୍ଟର ଡ୍ରାମା, କ୍ରାଇମ ଥ୍ରିଲର ଓ ଏଂଗ୍ରି ୟଙ୍ଗମ୍ୟାନ୍ ଫିଲ୍ମ ଜେନର ମୁଣ୍ଡ ଟେକୁଥିଲା ବେଳେ ରିଷି କପୁର ଡ୍ରାମା ରୋମାନ୍ସ ଟ୍ରେଂଡ୍ ଆରମ୍ଭ କରିଥିଲେ। ଶ୍ରୁତିମଧୁର ସଂଗୀତ, ସୁନ୍ଦର ଲୋକେସନ, ନାଟକୀୟ କାହାଣୀ ପ୍ରାୟ ସବୁ ରିିଷି କପୁର ଅଭିନୀତ ଫିଲ୍ମର ଥିଲା ଅବିଚ୍ଛେଦ୍ୟ ଅଂଗ।

ଅନେକ ରୋମାନ୍ସ ଡ୍ରାମାରେ ରିଷିଙ୍କ ଅଭିନୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି। ବବି ପରେ ରିଷିଙ୍କ ଅଭିନୀତ ଚର୍ଚ୍ଚିତ ରୋମାନ୍ସ ଡ୍ରାମା ଫିଲ୍ମଗୁଡିକ ମଧ୍ୟରେ ପ୍ରମୁଖ ହେଲା ପ୍ରେମରୋଗ୍ , ଲୈଲା ମଜନୁ, ସରଗମ, ୟେ ବାଦା ରହା, ସାଗର, କର୍ଜ, ୟେ ଇସ୍କ ନେହିଁ ଆସାନ୍ , ନାଗିନା, ଚାନ୍ଦନୀ, ହିନା, ଦିଓାନା ଓ ବୋଲ୍ ରାଧା ବୋଲ୍। ନିଜ କ୍ୟାରିଅରର ପ୍ରଥମ କିଛି ବର୍ଷରେ ସସପେନ୍ସ ଥ୍ରୀଲର ( ଖେଲ ଖେଲ ମେଁ ) ଓ କମେଡି (ରଫୁ ଚକ୍କର)ରେ ମଧ୍ୟ ନିଜ ଅଭିନୟ ଦକ୍ଷତା ପ୍ରମାଣିତ କରିଥିଲେ ରିଷି କପୁର।

ଏକାଧିକ ମଲଟିଷ୍ଟାରରେ ଅଭିନୟ କରି ବେଶ ନିଜ ଅଭିନୟ ଦକ୍ଷତା ପ୍ରମାଣ କରିବା ସହ ଲୋକପ୍ରିୟ ହୋଇପାରିଥିଲେ ରିଷି କପୁର। ହମ୍ କିିସିସେ କମ୍ ନେହିଁ, ଅମର ଆକବର ଆନ୍ଥୋନୀ ଗୋଟିଏ ଗୋଟିଏ ଉଦାହରଣ। ବୋଲ୍ ରାଧା ବୋଲ୍ ରେ ଡବଲ୍ ରୋଲରେ ଅଭିନୟ କରି ବେଶ୍ ସଫଳ ହୋଇଥିଲେ ରିଷି କପୁର। ଏପରିକି ଏହି ଫିଲ୍ମରେ ଏକ ନେଗେଟିଭ ଚରିତ୍ରରେ ବଳିଷ୍ଠ ଅଭିନୟ କରି ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ ରିଷି।

ସମାଲୋଚକମାନେ କହନ୍ତି ଯେ, ରିଷି କପୁର ଏକ ନିର୍ଦ୍ଦିଷ୍ଟ ଇମେଜରେ ବାନ୍ଧି ହୋଇଯାଇଥିଲେ। ତେଣୁ ତାଙ୍କ ଅଭିନୟ ପ୍ରତିଭାକୁ ସ୍ୱୀକୃତି ମିଳି ନ ଥିଲା। ଏଠାରେ ଆଉ ଗୋଟାଏ କଥା ମନେ ରଖିବାକୁ ହେବ ଯେ, ରିଷିଙ୍କ ସମୟରେ ଅମିତାଭ ବଚ୍ଚନ, ବିନୋଦ ଖାନ୍ନା ଓ ଶତ୍ରୁଘ୍ନ ସିହ୍ନାଙ୍କ ପରି ଲୋକପ୍ରିୟ ଅଭିନେତା ବି ଥିଲେ। ହେଲେ ପ୍ରତିଦ୍ୱନ୍ଦିତା ସତ୍ୱେ ତିଷ୍ଠି ରହିବା ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବାଛିନେଇଥିଲେ ରିଷି କପୁର।

ଅଭିନୟ କ୍ୟାରିଅରର ଦ୍ୱିତୀୟାର୍ଧରେ ନିଜ ବୟସକୁ ଦେଖି ଭୂମିକାମାନ ନିଭାଇଥିଲେ ରିଷି। ୧୯୯୫ରେ ରିଲିଜ ହୋଇଥିବା ହମ ଦୋନୋରେ ନାନା ପାଟେକରଙ୍କ ଭାଇ ଭୂମିକାରେ ସେ ଅଭିନୟ କରିଥିଲୋ ୨୦୧୨ରେ କରଣ ଜୋହରଙ୍କ ପ୍ରଯୋଜିତ ଅଗ୍ନିପଥ ରିମେକରେ ଏକ ଖଳନାୟକ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ ରିଷି। ତାଙ୍କ ଭୂମିକା ଛୋଟଥିଲେ ମଧ୍ୟ ସେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୨୦୧୩ର ଔରଙ୍ଗଜେବ୍ ଓ ଡି-ଡେ, ୨୦୧୬ର କପୁର ଆଣ୍ଡ୍ ସନ୍ସ, ୨୦୧୮ର ମୁଲ୍କ ଓ ୧୦୨ ନଟଆଉଟ୍ ଫିଲ୍ମରେ ତାଙ୍କ ଅଭିନୟ କିଏ ବା ଭୁଲିପାରିବ ? ୨୦୧୯ରେ ରିଲିଜ ହୋଇଥିବା ଦି ବଡି ଥିଲା ରିଷିଙ୍କ ଅଭିନୀତ ଅନ୍ତିମ ଫିଲ୍ମ।

ନବେ ଦଶକର ଶେଷ ଭାଗରେ ନିର୍ଦ୍ଦେଶନା କ୍ଷେତ୍ରରେ ବି ଭାଗ୍ୟ ଆପଣାଇଥିଲେ ରିଷି କପୁର। ୧୯୯୭ର ଫିଲ୍ମ ଆ ଅବ ଲୌଟ ଚଲେଁ ହେଉଛି ରିଷିଙ୍କ ନିର୍ଦ୍ଦେଶିତ ଏକମାତ୍ର ଫିଲ୍ମ। ରିଷି ଥିଲେ ଜଣେଦୃଢମନା ଅଭିନେତା। ସବୁବେଳ ସ୍ପଷ୍ଟ ଓ ସିଧାସଳଖ କଥା କହୁଥିଲେ ରିଷି। ନିଜ ସହ କଳାକାରଙ୍କ ପ୍ରଭାବ ଓ ବା ଲୋକପ୍ରିୟତା ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିଲା। ସେ ଜମା ନିଜକୁ ଅସୁରକ୍ଷିତ ମନେ କରୁ ନ ଥିଲେ। ସେ ମଧ୍ୟ ଅନ୍ୟ କୌଣସି ଅଭିନେତାଙ୍କ ଉପରେ ନିଜକୁ ଥୋପିଦେବାର ଉଦ୍ୟମ କରିନାହାନ୍ତି। ରିଷିଙ୍କ ଅବର୍ତମାନ ଭାରତୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

rishikapoor
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !

May 17, 2026

ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

May 16, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.