Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ ଲୋକସଭା ପ୍ରାର୍ଥୀ ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!! ଖୋଜା ଚାଲିଛି ଜିତିବା ପରି ଆସନ
ଜାତୀୟ ଖବର

ଓଡିଶାରୁ ଲୋକସଭା ପ୍ରାର୍ଥୀ ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!! ଖୋଜା ଚାଲିଛି ଜିତିବା ପରି ଆସନ

June 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରୁ ଛିଡା ହେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ !! ଚାଲିଛି ଆସନ ଖୋଜା

ନୂଆଦିଲ୍ଲୀ: ଓଡିଶାରୁ ଏଥର ଲୋକସଭା ନିର୍ବାଚନ ଲଢେଇ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି ସେମାନେ ସବୁ ଲୋକସଭା ଜିତି ଆସିବାକୁ କୁହାଯାଇଛି। ଏହି ନିଷ୍ପତି କୁଆଡେ ଆରଏସଏସ ନେଇଛି ବୋଲି ଜଣାପଡିଛି।

ଫଳରେ ଅଶ୍ବିନୀଙ୍କ ପରି ଯେତେ ରାଜ୍ୟସଭା ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ନଚେତ ୨୦୨୪ ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦଳ ତରଫରୁ କୁଆଡେ ରୋକଠୋକ ଜଣାଇ ଦିଆଯାଇଛି। ଫଳରେ ଅଶ୍ବିନୀଙ୍କ ପରି ପ୍ରାୟ ୨୮ ଜଣ ରାଜ୍ୟସଭା ସଦସ୍ୟ ଏଥର ନିର୍ବାଚନ ଲଢିବାକୁ ବାଧ୍ୟ।

ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପିୟୁସ ଗୋଏଲ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିଆ, ଅଶ୍ବିନୀ ବୈଷ୍ଣବ, ହରଦୀପ ପୁରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ। ଏମାନଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀ ଥିବା ବେଳେ ୧୮ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏପରି ଅଘୋଷିତ ନିର୍ଦ୍ଦେଶନାମା ଜାରୀ ପରେ ଏହି ସୁବିଧାବାଦୀ ନେତାଙ୍କ ମୁଣ୍ଡବଥା ଆରମ୍ଭ ହୋଇଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଉଭୟ ଓଡିଶାରୁ ଲୋକସଭା ପାଇଁ ଲଢେଇ କରିବେ। ତେବେ ପୂର୍ବରୁ ଧର୍ମେନ୍ଦ୍ର ଓଡିଶାରୁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇସାରିଛି। ସେ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଛିଡା ହେବେ ବୋଲି ସେଠାରେ ଏବେଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଅଡୁଆ ହେବ ନାହିଁ। ହେଲେ ଅଶ୍ବିନୀ ବୈଷ୍ଣବ ଯଦି ଛିଡା ହେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସେ ଓଡିଶା ଲୋକ ନୁହଁନ୍ତି। ହେଲେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଥିଲେ। ତେଣୁ ତାଙ୍କ ପାଇଁ କେଉଁ ସ୍ଥାନଟି ଜିତିବା ପାଇଁ ସୁବିଧା ହେବ ସେ ନେଇ ଦଳ ତରଫରୁ ଆସନ ଖୋଜା ଚାଲିଛି। ଏ ନେଇ କେନ୍ଦ୍ରକୁ ଜଣାଇବା ପାଇଁ କୁଆଡେ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଛି।

Election24 ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.