Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାର ରଘୁ ସାହୁଙ୍କୁ ବହିସ୍କାର ବଦଳରେ ମିଳିଲା ପୁରସ୍କାର, ଅଡୁଆରେ ବିଜେଡି କର୍ମି ଓ ନେତା
ଜାତୀୟ ଖବର

ଚିଲିକାର ରଘୁ ସାହୁଙ୍କୁ ବହିସ୍କାର ବଦଳରେ ମିଳିଲା ପୁରସ୍କାର, ଅଡୁଆରେ ବିଜେଡି କର୍ମି ଓ ନେତା

July 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
RaghuSahu
ଚିଲିକାର ରଘୁ ସାହୁଙ୍କୁ ବହିସ୍କାର ବଦଳରେ ପୁରସ୍କାର ଦେଲା ବିଜେଡି, ଅଡୁଆରେ କର୍ମି ଓ ନେତା

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ବହିସ୍କାର କରିବା ପରିବର୍ତ୍ତେ ପୁରସ୍କାର ଦେଇଛି। କାରଣ ନିକଟରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସଂଗଠନର ସମୀକ୍ଷା ବୈଠକରେ ସେ ସାମିଲ ହୋଇଛନ୍ତି। ବଡ ନେତାଙ୍କ ଗହଣରେ ତାଙ୍କୁ ସ୍ଥାନ ମିଳିଛି। ଯାହା ତାଙ୍କ ପାଇଁ ବିଜେଡିର ବଡ ପୁରସ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ସେ ବିଗତ ଦିନରେ ବିଜେଡିର ବହୁ ନେତାଙ୍କୁ ଗାଳି କରିଥିଲେ, ପଞ୍ଚାୟତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ସମସ୍ତେ ଭାବି ଥିଲେ ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେବ। ହେଲେ ତାହା ହେଲା ନାହିଁ । ବଂର ତାଙ୍କୁ ନିମନ୍ତ୍ରଣ କରି ଶଙ୍ଖ ଭବନରେ ବସାଇଲେ। ଯାହାକୁ ନେଇ ବହୁ ବିଜେଡି କର୍ମି ଏବଂ ନିର୍ବାଚିତ ପ୍ରତିନିଧ ଦଳର ଏପରି ପଦକ୍ଷେପକୁ ନାମପସନ୍ଦ କରିଛନ୍ତି।

ରଘୁନାଥ ଏକଦା ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଗାଳି କରିଥିଲେ। ପରୋକ୍ଷରେ ନୁହେଁ ସିଧା ସେମାନଙ୍କ ନାଁ ଧରି ସେମାନେ ଦୁର୍ନିତିଗସ୍ତ ନେତା ବୋଲି କହିଥିଲେ। ସେମାନେ ପିସି କାରବାର କରୁଛନ୍ତି ବୋଲି କହିଥିଲେ। ଏହାର ଉଚିତ ଜବାବ ଦିଆଯିବ ବୋଲି ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ବାଲୁଗାଁରେ ଆୟୋଜିତ ବିଜେଡି ବୈଠକରେ କହିଥିଲେ। ହେଲେ ସେଥିରେ ମଧ୍ୟ କିଛି କିଛି ହେଲା ନାହିଁ।

ବିଜେଡିର ନେତାମାନଙ୍କୁ ଖୋଲମଖୁଲା ଗାଳି କରିବା, ସେମାନେ ଦୁର୍ନିତି ଗସ୍ତ ବୋଲି କହିବା, ସେହି ଦୁର୍ନିତିଗସ୍ତ ନେତାଙ୍କ ପାଇଁ ଚିଲିକାରେ ବିଜେଡି ହାରିବ ବୋଲି କହିବା ପରେ ମଧ୍ୟ ରଘୁନାଥଙ୍କୁ ବିଜେଡି କୋଳରେ ବସାଇଲା। ଫଳରେ କର୍ମିମାନେ ଭାବିଲେଣି ଯେ, ଦଳରେ ରହି ଦଳ ବିରୋଧୀ କାମ କଲେ ବୋଧହୁଏ ବିଜେଡି ଖୁସି ହେଉଛି। ବିଜେଡିକୁ ରଘୁନାଥ କି ପ୍ରକାରର ଗଦ ଶୁଙ୍ଘାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଚିଲିକାର ବିଜେଡି ରାଜନୀତିକୁ ନିରେକ୍ଷୀ ଦେଖାଯାଏ ତେବେ ବିଜେଡିରୁ ବହିସ୍କାର ହୋଇଥିଲେ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ବହୁ କର୍ମି ଓ ନେତା ରହିଛନ୍ତି। ଏବେ ବି ସେମାନେ ବିଧାୟକଙ୍କୁ ସମର୍ଥନ କରୁଛନ୍ତି। ରଘୁନାଥଙ୍କୁ ବିରୋଧ କରୁଛନ୍ତି। ଯଦି ଆଗାମୀ ଦିନରେ ବିଜେଡି ରଘୁନାଥଙ୍କୁ ଟିକେଟ ଦିଏ, ତେବେ ବିରୋଧୀ ଗୋଷ୍ଠୀଙ୍କୁ ସେ କିପରି ସାଥୀରେ ନେବେ ଏବଂ ସେମାନେ ରଘୁନାଥଙ୍କୁ କିପରି ସାହାଯ୍ୟ କରିବେ ତାହା ସନ୍ଦେହ ଯୁକ୍ତ।

ଚିଲିକା ଚିଲିକା ବିଜେଡି ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରଘୁ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.