Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ
ଜାତୀୟ ଖବର

ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ

August 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PuriSambit
ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ

ପ୍ରକାଶ ଭୋଳ

ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ କଣ ଜଣାପଡି ନ ଥିଲେ ମଧ୍ୟ ଓଡିଶାରୁ ସମ୍ବିତ ପାତ୍ର ନେତୃତ୍ବ ନେବାରେ ଉପଯୁକ୍ତ ବୋଲି ଦିଲ୍ଲୀରେ ଦଳ ଚିନ୍ତା କରିଛି।

ସେଥିପାଇଁ ସମ୍ବିତ, ଗଣ୍ଡାଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭର୍ତ୍ତି କରି ସାରିଲେଣି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ବହୁ କାର୍ଯ୍ୟକ୍ରମ କରି ସମ୍ବିତଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଛନ୍ତି। ସେ ପୁରୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ରଘୁରାଜପୁର ଏବଂ ପିପିଲିରେ ମଧ୍ୟ ଛୋଟଛୋଟ କାର୍ଯ୍ୟକ୍ରମ କରିଛନ୍ତି। ସେସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଏହା ଦ୍ବାରା ପୁରୀରେ ସମ୍ବିତ ପାତ୍ରଙ୍କ ପତିୟାରା ବଢିବାରେ ଲାଗିଛି।

ଏହା ପୂର୍ବରୁ ପୁରୀ ଗସ୍ତରେ ଆସିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ ମଧ୍ୟ ପୁରୀ ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ପିପିଲିରେ ସେ ତ୍ରିରଙ୍ଗା ଯାତ୍ରା ମଧ୍ୟ କରି ଏକ ବଡ ଶୋଭାଯାତ୍ରାରେ ସମ୍ବିତ ପାତ୍ରଙ୍କ ସହ ବୁଲିଥିଲେ। ସେହିପରି ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ବଡ ସଭା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଯାହା ସମ୍ବିତଙ୍କ ପାରିବା ପଣିଆକୁ ପ୍ରତିପାଦନ କରିଛି।

କେବଳ ଯେ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ତାହା ନୁହେଁ ଖୋଦ ସମ୍ବିତ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରତି ପଞ୍ଚାୟତ ଏକା ଏକା ବୁଲି ସାରିଲେଣି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଛୋଟବଡ ସମସ୍ତ କାର୍ଯ୍ୟକ୍ରମରେ ସେ ସିଧା ଲୋକଙ୍କ ପାଖରେ ହାଜର ହେଉଛନ୍ତି।  ସାଧାରଣ ନିର୍ବାଚନକୁ ଢେର ଦିନ ବାକିଥିଲେ ମଧ୍ୟ ସମ୍ବିତଙ୍କ ଏପରି ମାରଥନ ଗସ୍ତ ବର୍ତ୍ତମାନ ତାଙ୍କର ଜିତିବା ରାସ୍ତାକୁ ସୁଗମ କରିବାରେ ଲାଗିଛି।

ଅନ୍ୟପଟେ ପୁରୀ ଲୋକସଭା ଆସନରେ ବିଜେଡିର ନିଷ୍କ୍ରିୟତା ସମ୍ବିତଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ପୁରୀ ସାଂସଦ ପିନାକୀ ମିଶ୍ର ଦିଲ୍ଲୀରୁ ଆଉ ଓଡିଶା ଆସୁ ନାହାଁନ୍ତି। ଆସିଲେ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳିରେ ମୁଣ୍ଡ ପୁରାଉ ନାହାଁନ୍ତି। ସେ କୁଆଡେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ପିନାକୀ ତାଙ୍କ କର୍ମିମାନଙ୍କୁ କହିସାରିଲେଣି। ଫଳରେ ସମ୍ବିତଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ ଯେ, କେନ୍ଦ୍ର ବିଜେପି କଣ ପାଇଁ ସମ୍ବିତଙ୍କ ଜିତିବାକୁ ଗୁରୁତ୍ବ ଦେଉଛି। ଏହାର ଉତ୍ତରରେ ଏତିକି କୁହାଯାଇ ପାରିବ ଯେ, ଭବିଷ୍ୟତରେ ଓଡିଶାରେ ବିଜେପିର ମୁହଁ ହେବେ ସମ୍ବିତ ପାତ୍ର। କାରଣ ପୂର୍ବରୁ ଯେଉଁମାନଙ୍କୁ ଦଳ ଓଡିଶାର ମଙ୍ଗୁଆଳ କରି ଛାଡିଥିଲେ ତାଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଫଳରେ ଓଡିଶାରେ ବିଜେପି ଯେପରି ସଫଳତା ପାଇବା କଥା ତାହା ହୋଇପାରୁ ନାହିଁ।

ହେଲେ ସେଥିରୁ ସମ୍ବିତ ସଂପୂର୍ଣ୍ଣ ଅଲଗା। ସେ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୋଇପାରୁଛନ୍ତି। ସେଥିପାଇଁ ସେ ଚଳିତ ନିର୍ବାଚନରେ ଜିତିବା ପରେ ତାଙ୍କୁ ଶକ୍ତିଶାଳି କରାଯାଇ ଓଡିଶା ବିଜେପିର ମଙ୍ଗ ସମ୍ଭାଳିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ବିଜେପି କରିଛି। ଏଥିପାଇଁ ସମ୍ବିତଙ୍କ ପାଇଁ ଦିଲ୍ଲୀରୁ ଏକ ଟିମ ଭୁବନେଶ୍ବରରେ ରହି କାର୍ଯ୍ୟ କରୁଛନ୍ତି। ସମ୍ବିତଙ୍କ ନିର୍ବାଚନ ଜିତିବା ପାଇଁ ପୁରା ଟିମ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରଣନୀତି ତିଆରି କରୁଛନ୍ତି।

election Election2024 ଡଃ ସମ୍ବିତ ପାତ୍ର ନିର୍ବାଚନ ନିର୍ବାଚନ2024 ପିନାକୀ ମିଶ୍ର ପୁରୀ ଲୋକସଭା ପୁରୀ ସାଂସଦ ପିନାକୀ ମିଶ୍ର ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.