Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍
ଜାତୀୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

September 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
pandian

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

pandian V K Pandian vkpandian ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.