ଆସାମରେ କଂଗ୍ରେସକୁ ଝଟକା: ରାହୁଲଙ୍କ ନ୍ୟାୟ ଯାତ୍ରା ପରେ ବିଜେପିରେ ଯୋଗ ଦେଲେ ୧୫୦ ରୁ ଅଧିକ କଂଗ୍ରେସ କର୍ମୀ

Published: Jan 29, 2024, 1:54 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ଉତ୍ତର ପୂର୍ବ ଆସାମରେ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ଦିନ ରାଜଧାନୀ ଗୁଆହାଟୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡା ନ୍ୟାୟ ଯାତ୍ରା ପରେ ବହୁ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ସୂଚନାନୁସାରେ, ଏହି ସମୟ ମଧ୍ୟରେ କଂଗ୍ରେସ ଏବଂ ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନର ୧୫୦ ରୁ ଅଧିକ କର୍ମୀ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି।

ଦଳ ଛାଡିଥିବା ବଡ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିସ୍ମିତା ଗୋଗୋଇ, ଆସାମପ୍ରଦେଶର ପୂର୍ବତନ କଂଗ୍ରେସ କମିଟି ସଭାପତି ଅଞ୍ଜନ ଦତ୍ତଙ୍କ ଝିଅ ଅଙ୍ଗକିତା ଦତ୍ତା ଏବଂ ପୂର୍ବତନ ଏଏସୟୁ ସଭାପତି ଦୀପାଙ୍କା କୁମାର ନାଥ ଅଛନ୍ତି। ଏଭଳି ନେତାମାନେ ଆସାମ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଭାବେଶ କଳିତା, ମନ୍ତ୍ରୀ ପୀୟୁଷ ହଜାରିକା ଏବଂ ଜୟନ୍ତ ମଲା ବାରୁଆଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପି କ’ଣ କହିଲା?:

କଂଗ୍ରେସ ନେତାଙ୍କ ବିଜେପିର ସଦସ୍ୟତା grahan ପରେ ପୀୟୁଷ ହଜାରିକା ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଲେଖିଛନ୍ତି ଯେ, “ମୋତେ ସ୍ୱୀକାର କରିବାକୁ ପଡିବ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମରେ ଏକ ବଡ଼ ପ୍ରଭାବ ପକାଇଛି। ଆସାମ କଂଗ୍ରେସ ଏବଂ AASU ର ୧୫୦ ରୁ ଅଧିକ ନେତା ବିଜେପିରେ ଯୋଗ ଦେଉଛନ୍ତି। ଅଙ୍ଗିକା ଦତ୍ତା, ବିସ୍ମିତା ଗୋଗୋଇ, ଦୀପାଙ୍କା କୁମାର ଏବଂ ଅନ୍ୟମାନଙ୍କ ଏହା ଏକ ଭଲ ନିଷ୍ପତ୍ତି। ”

ଅନ୍ୟପକ୍ଷରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବିସ୍ମିତା ଗୋଗୋଇ କହିଛନ୍ତି ଯେ, “ମୁଁ ପରିବର୍ତ୍ତନର ଏହି ନିଷ୍ପତ୍ତି ନେଇଥିଲି କାରଣ ମହିଳାମାନେ କଂଗ୍ରେସରେ ଆଉ ସୁରକ୍ଷିତ ନୁହଁନ୍ତି। ଏପରିକି ମୋର ବ୍ଲାଉଜ କଂଗ୍ରେସରେ ଚର୍ଚ୍ଚାର ବିଷୟ ହୋଇଛି। ମୁଁ ନାମ ନେଇ ପାରିବି ନାହିଁ କିନ୍ତୁ କଂଗ୍ରେସ ନେତା କହିଛନ୍ତି ଯେ ମୁଁ ବିଜେପିରେ ଯୋଗଦେବି କାରଣ ମୋ ବ୍ଲାଉଜରେ ପଦ୍ମ ଫୁଲ ଅଛି। ଏହି କାରଣରୁ ମହିଳାଙ୍କୁ ସମ୍ମାନ ଦେଉନଥିବା ପାର୍ଟିରେ ରହିବାର କୌଣସି ଅର୍ଥ ନାହିଁ।” ବିକାଶ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କୁ ପ୍ରଶଂସା କରିଛନ୍ତି।

Related posts