Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସାମରେ କଂଗ୍ରେସକୁ ଝଟକା: ରାହୁଲଙ୍କ ନ୍ୟାୟ ଯାତ୍ରା ପରେ ବିଜେପିରେ ଯୋଗ ଦେଲେ ୧୫୦ ରୁ ଅଧିକ କଂଗ୍ରେସ କର୍ମୀ
ଜାତୀୟ ଖବର

ଆସାମରେ କଂଗ୍ରେସକୁ ଝଟକା: ରାହୁଲଙ୍କ ନ୍ୟାୟ ଯାତ୍ରା ପରେ ବିଜେପିରେ ଯୋଗ ଦେଲେ ୧୫୦ ରୁ ଅଧିକ କଂଗ୍ରେସ କର୍ମୀ

January 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ଉତ୍ତର ପୂର୍ବ ଆସାମରେ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ଦିନ ରାଜଧାନୀ ଗୁଆହାଟୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡା ନ୍ୟାୟ ଯାତ୍ରା ପରେ ବହୁ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ସୂଚନାନୁସାରେ, ଏହି ସମୟ ମଧ୍ୟରେ କଂଗ୍ରେସ ଏବଂ ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନର ୧୫୦ ରୁ ଅଧିକ କର୍ମୀ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି।

ଦଳ ଛାଡିଥିବା ବଡ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିସ୍ମିତା ଗୋଗୋଇ, ଆସାମପ୍ରଦେଶର ପୂର୍ବତନ କଂଗ୍ରେସ କମିଟି ସଭାପତି ଅଞ୍ଜନ ଦତ୍ତଙ୍କ ଝିଅ ଅଙ୍ଗକିତା ଦତ୍ତା ଏବଂ ପୂର୍ବତନ ଏଏସୟୁ ସଭାପତି ଦୀପାଙ୍କା କୁମାର ନାଥ ଅଛନ୍ତି। ଏଭଳି ନେତାମାନେ ଆସାମ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଭାବେଶ କଳିତା, ମନ୍ତ୍ରୀ ପୀୟୁଷ ହଜାରିକା ଏବଂ ଜୟନ୍ତ ମଲା ବାରୁଆଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପି କ’ଣ କହିଲା?:

କଂଗ୍ରେସ ନେତାଙ୍କ ବିଜେପିର ସଦସ୍ୟତା grahan ପରେ ପୀୟୁଷ ହଜାରିକା ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଲେଖିଛନ୍ତି ଯେ, “ମୋତେ ସ୍ୱୀକାର କରିବାକୁ ପଡିବ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମରେ ଏକ ବଡ଼ ପ୍ରଭାବ ପକାଇଛି। ଆସାମ କଂଗ୍ରେସ ଏବଂ AASU ର ୧୫୦ ରୁ ଅଧିକ ନେତା ବିଜେପିରେ ଯୋଗ ଦେଉଛନ୍ତି। ଅଙ୍ଗିକା ଦତ୍ତା, ବିସ୍ମିତା ଗୋଗୋଇ, ଦୀପାଙ୍କା କୁମାର ଏବଂ ଅନ୍ୟମାନଙ୍କ ଏହା ଏକ ଭଲ ନିଷ୍ପତ୍ତି। ”

ଅନ୍ୟପକ୍ଷରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବିସ୍ମିତା ଗୋଗୋଇ କହିଛନ୍ତି ଯେ, “ମୁଁ ପରିବର୍ତ୍ତନର ଏହି ନିଷ୍ପତ୍ତି ନେଇଥିଲି କାରଣ ମହିଳାମାନେ କଂଗ୍ରେସରେ ଆଉ ସୁରକ୍ଷିତ ନୁହଁନ୍ତି। ଏପରିକି ମୋର ବ୍ଲାଉଜ କଂଗ୍ରେସରେ ଚର୍ଚ୍ଚାର ବିଷୟ ହୋଇଛି। ମୁଁ ନାମ ନେଇ ପାରିବି ନାହିଁ କିନ୍ତୁ କଂଗ୍ରେସ ନେତା କହିଛନ୍ତି ଯେ ମୁଁ ବିଜେପିରେ ଯୋଗଦେବି କାରଣ ମୋ ବ୍ଲାଉଜରେ ପଦ୍ମ ଫୁଲ ଅଛି। ଏହି କାରଣରୁ ମହିଳାଙ୍କୁ ସମ୍ମାନ ଦେଉନଥିବା ପାର୍ଟିରେ ରହିବାର କୌଣସି ଅର୍ଥ ନାହିଁ।” ବିକାଶ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କୁ ପ୍ରଶଂସା କରିଛନ୍ତି।

assam BJP Congress Election2024 himant biswa sarama lokasabha nirvachan narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.