ଆଜି ମଣି ଭବନରୁ ଅଗଷ୍ଟ କ୍ରାନ୍ତି ମଇଦାନ ପର୍ଯ୍ୟନ୍ତ ମୁମ୍ବାଇରେ ‘ନ୍ୟାୟ ସଂକଳ୍ପ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ

Published: Mar 17, 2024, 7:10 am IST

ମୁମ୍ବାଇ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମାପ୍ତ ହେବାପରେ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଆଜି ଆୟୋଜିତ ହେବାକୁ ଥିବା ଏହି ରାଲି ବିରୋଧୀ ଦଳ ‘ଇଣ୍ଡିଆ’ ଶକ୍ତି ପ୍ରଦର୍ଶନ କରିବେ। ଏହି ରାଲିରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଅଂଶଗ୍ରହଣ କରିବେ। ରାହୁଲ ଗାନ୍ଧୀ ‘ଭରତ ଯୋଡୋ ନ୍ୟାୟ ଯାତ୍ରା’ ସମାପ୍ତ କରିବା ପରେ ଆଜି ସକାଳେ ମଣି ଭବନରୁ ଅଗଷ୍ଟ କ୍ରାନ୍ତି ମଇଦାନ ପର୍ଯ୍ୟନ୍ତ ମୁମ୍ବାଇରେ ‘ନ୍ୟାୟ ସଂକଳ୍ପ ପଦଯାତ୍ରା’ ବାହାର କରିବେ।

ମହାରାଷ୍ଟ୍ର ବିଧାନସଭାରେ ବିରୋଧୀଦଳର ନେତା ବିଜୟ ୱଡେଟିୱାର କହିଛନ୍ତି ଯେ, ସାଂସ୍କୃତିକ ତଥା ସାମାଜିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଗାନ୍ଧୀଙ୍କ ସହ ଯୋଗ ଦେବେ। ଏହା ପରେ ଗାନ୍ଧୀ ଅଗଷ୍ଟ କ୍ରାନ୍ତି ମଇଦାନ ନିକଟ ତେଜପାଲ ହଲରେ ଅଂଶଗ୍ରହଣକାରୀଙ୍କ ସହ କଥା ହେବେ।

Related posts