Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ
ଜାତୀୟ ଖବର

ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ

March 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ

ଭୁବନେଶ୍ବର: ମେଣ୍ଟକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରାଜନୀତି ପଡୁଛି ଉଠୁଛି। ହେଲେ ଏହା କେବ ହେବ କେମିତି ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ତଥ୍ୟ ଆସିପାରି ନାହିଁ। ଏପରି କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ବୟାନ ପୁଣି ଥରେ ଏହି ଚର୍ଚ୍ଚାକୁ ଜୋରଦାର କରିଛି। ପାଣ୍ଡିଆନ ମେଣ୍ଟକୁ ନେଇ ବେଶ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଛନ୍ତି। ହେଲେ ମେଣ୍ଟ ହେବ କି ନାହିଁ ତାହାକୁ ମଧ୍ୟ ସେ ସୁନ୍ଦର ଭାବେ ଏଡାଇଯାଇଛନ୍ତି।

ନୂଆଦିଲ୍ଲୀରେ ନ୍ୟୁଜ-18 ତରଫରୁ ଆୟୋଜିତ ଏକ କନକ୍ଲେଭରେ ସେ ଯୋଗଦେଇ ରାଜ୍ୟ ତଥା ଦେଶର ରାଜନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେହି ମଞ୍ଚରେ ଓଡିଶାରେ ମେଣ୍ଟ ହେବ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ମେଣ୍ଟ ସଂପର୍କରେ ବହୁ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଥିଲେ। ଏପରିକି ତାଙ୍କର ମେଣ୍ଟ ସଂପର୍କରେ ବକ୍ତବ୍ୟ ବେଶ୍ ଗବେଷଣାତ୍ମକ ମଧ୍ୟ ଥିଲା। ହେଲେ ସେ ବେଶ ଚତୁରତା ସହିତ ମେଣ୍ଟ ହେବ କି ନାହିଁ ତାହାକୁ ସ୍ପଷ୍ଟ କରି ନ ଥିଲେ।

ମେଣ୍ଟ ସଂପର୍କରେ ସେ କହିଥିଲେ ଯେ, ଓଡିଶାରେ ନବୀନ ପଟ୍ଟନାୟକ ବିଜେପିର ବିନା ମେଣ୍ଟରେ ସରକାର ଗଠନ କରିବେ। ଷଷ୍ଠଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଦେଶରେ ବିଜେଡି ସହିତ ବିନା ମେଣ୍ଟରେ ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତଥାପି ଦେଶର ଏହି ଦୁଇ ମହାନ ନେତା ଏକାଠି ହେଲେ ଏକ ବୃହତର ସ୍ବାର୍ଥ ହାସଲ ହୋଇପାରିବ ବୋଲି ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ଆହୁରି କହିଥିଲେ ଯେ, ସାଧାରଣତଃ ମେଣ୍ଟ ଅର୍ଥ ବୁଝାଯାଏ ଯେ, ଦୁଇଟି ଦଳ ମିଶିଲେ ଆସନ ଭାଗବଣ୍ଟା ଗଣିତରେ ପରିବର୍ତ୍ତନ ହେବ। ମେଣ୍ଟ ହେଲେ ଦୁଇ ରାଜନୀତିକ ଦଳ ବିଜୟର ସମ୍ଭାବନା ଅଧିକ ରହିବ। ମେଣ୍ଟ ହେଲେ ରାଜନୈତିକ ସଂଗଠନ ସଦୃଢ ହେବ। ହେଲେ ଏଠାରେ ସେମିତି କିଛି ଗଣିତ ନାହିଁ। ଓଡିଶାରେ ବିଜେପି ସହିତ ମେଣ୍ଟ କଲେ ବିଜେଡି ଜିତିବ ନ ହେଲେ ହାରିବ ସେ କଥା ନାହିଁ। ସେହିପରି ଦେଶରେ ମୋଦି ଆସିବା ପାଇଁ ବିଜେଡିର କୌଣସି ଆବଶ୍ୟକତା ନାହିଁ। ତେବେ ମେଣ୍ଟରେ ରାଜନୈତିକ ଗଣିତ ଅପେକ୍ଷା ବୃହତ୍ତର ସ୍ବାର୍ଥ ଅଧିକ ରହିଛି।

ତେବେ କାର୍ତ୍ତିକ ପାଣ୍ଡିଆନ ତାଙ୍କର ମନ୍ତବ୍ୟକୁ ଏପରି ଢଙ୍ଗରେ ଦେଇଛନ୍ତି ଯେ, ଯେପରି ସାଧାରଣ ଲୋକେ କାହିଁକି ବିଜ୍ଞ ଲୋକେ ମଧ୍ୟ ବୁଝିବା କଷ୍ଟକର ହେବ। କାରଣ ଗୋଟିଏ ପଟେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ, ବିଜେଡି ବିଜେପି ମେଣ୍ଟ ହେବ, ପୁଣି ଅନ୍ୟପଟେ ବିଚାର କଲେ ତାଙ୍କ କଥାରୁ ଜଣାପଡୁଛି ଯେ ମେଣ୍ଟ ହେବ ନାହିଁ।

ତେବେ ପାଣ୍ଡିଆନ ଦ୍ବିତୀୟ ଥର ପାଇଁ ଜାତୀୟ ଗଣମାଧ୍ୟମରେ ଯେପରି ଢଙ୍ଗରେ ଏବଂ ଜଣେ ବିଚକ୍ଷଣ ରାଜନେତା ପରି ଉତ୍ତର ରଖିଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

BJDBJP Alliance KartikPandian news18 କାର୍ତ୍ତିକ ପାଣ୍ଡିଆନ ବିଜେଡିବିଜେପି ମେଣ୍ଟ ମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.