Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ କଣ ଭର୍ତ୍ତୁହରି ଓ ସିଦ୍ଧାନ୍ତ ନିଜର ପତିୟାରା ଦେଖାଇପାରିବେ ?
ଜାତୀୟ ଖବର

ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ କଣ ଭର୍ତ୍ତୁହରି ଓ ସିଦ୍ଧାନ୍ତ ନିଜର ପତିୟାରା ଦେଖାଇପାରିବେ ?

March 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ କଣ ଭର୍ତ୍ତୁହରି ଓ ସିଦ୍ଧାନ୍ତ ନିଜର ପତିୟାରା ଦେଖାଇପାରିବେ ?

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ।

ଗତକାଲି ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ସାଂସଦ ଭର୍ତ୍ତୁହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର। ତା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ଅରବିନ୍ଦ ଢାଲି ଏବଂ ଦେବାଶିଷ ନାୟକ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ଦୁଇଥର ଏବଂ ଭର୍ତ୍ତୁହରି ମହତାବ ସେହି ବିଜେଡି ବ୍ରାଣ୍ଡରେ ଛଅ ଥର ସାଂସଦ ହୋଇଛନ୍ତି।

ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ସମୟ ଚକ୍ରରେ ଉଭୟଙ୍କୁ ମଧ୍ୟ ବିଜେଡି ଦଳରୁ ବହିସ୍କାର କରିଥିଲା। ଆଉ ଉଭୟ ସେତେବେଳେ ବିଜେପିରେ ସାମିଲ ହୋଇଥିଲେ।

ଦାମୋଦର ରାଉତଙ୍କୁ ବିଜେପି ଦଳର ପ୍ରଚାର କମିଟର ଅଧ୍ୟକ୍ଷ କରିଥିଲା। ସେତିକି ନୁହେଁ ନିର୍ବାଚନରେ ଲଢେଇ କରିବା ପାଇଁ ବାଲିକୂଦା ଏରସମାରୁ ବିଜେପି ଟିକେଟ ମଧ୍ୟ ଦେଇଥିଲା। ହେଲେ ଦାମୋଦର ଜିତିବା ଦୂରେ ଥାଉ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ସେଠାରେ ରଘୁନନ୍ଦନ ଦାସ ଜିତିଥିବା ବେଳେ ଦ୍ବିତୀୟରେ ଥିଲେ କଂଗ୍ରେସ ପ୍ରାର୍ଥୀ।

ନିଜର ପତିୟାରା ଏବଂ ସାତଥର ବିଧାୟକ ସହ ବହୁବାର ମନ୍ତ୍ରୀ ଥାଇ ମଧ୍ୟ ବିଜେଡି ଛାଡିବା ପରେ ତାଙ୍କର ସ୍ଥିତି ସାଂଘାତିକ ହୋଇଗଲା। ଅନ୍ୟପଟେ ହାରିବା ପରେ ବିଜେପି ତାଙ୍କୁ କଣଠୋସା କରିଦେଲା। ପରିସ୍ଥିତି ଏପରି ହେଲା ଯେ, ସେ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ। ତେବେ ବିଜେଡି ଦାମୋଦରଙ୍କ ମୃତ୍ୟୁ ପୂର୍ବରୁ ନିଲମ୍ବନ ହଟାଇ ଦେଇଥିଲା।

ସେହିପରି ରଘୁନାଥ ମହାନ୍ତିଙ୍କ ଏକଦା ବିଜେଡିରେ ଥିଲେ ଅନ୍ୟତମ ପତିୟାରା ଥିବା ନେତା। ଏକାଥରେ ସେ ଥିଲେ ବହୁ ବିଭାଗର ମନ୍ତ୍ରୀ। ତାଙ୍କ ଉପରେ ନବୀନଙ୍କ ଭରସା ବେଶ ଭଲଥିଲା। ହେଲେ ପୁଅ ବୋହୂଙ୍କ ବିବାଦ ନେଇ ଛନ୍ଦି ହୋଇଗଲେ ରଘୁନାଥ। ଶେଷରେ ଜେଲ ଯିବାକୁ ମଧ୍ୟ ପଡିଲା। ରଘୁଙ୍କୁ ବିଜେଡି ବହିସ୍କାର କଲା। ସେ ମଧ୍ୟ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ବସ୍ତାରୁ ଗତ ନିର୍ବାଚନରେ ଲଢେଇ କରିଥିଲେ। ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଜିତିବା ଦୂରେ ଥାଉ ତୃତୀୟ ସ୍ଥାନକୁ ଖସି ଆସିଥିଲେ ରଘୁନାଥ।

ଉଭୟ ନେତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳିରେ ରହିଥିଲା ବେଶ ଦବଦବା। ହେଲେ ସେମାନଙ୍କୁ ଯେଉଁଦିନ ବିଜେଡି ଦୂରେଇ ଦେଲା, ସେହିଦିନ ଲୋକସବୁ ତାଙ୍କଠାରୁ ଦୂରେଇ ଗଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ବିଜେଡି ବିନା ଏମାନଙ୍କର ସ୍ଥିତି ନାହିଁ। ସେମାନେ ଯେତେ ବଡ ବଡ ଦଳରେ ଯୋଗ ଦିଅନ୍ତୁ ପଛେ ନବୀନଙ୍କ ବିନା ଏମାନେ ତିଷ୍ଠିବା ଅସମ୍ଭବ।

ବର୍ତ୍ତମାନ ସେମିତି ବିଜେଡିର ଦୁଇ ନେତା ଭର୍ତ୍ତୁହରି ଏବଂ ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ନେତା ହୋଇ ସାଂସଦ ହୋଇଥିଲେ। ବର୍ତ୍ତମାନ ସେମାନେ ବିନା ବିଜେଡିରେ କିପରି ନିଜର ରାଜନୈତିକ କ୍ୟାରିରୟରକୁ ଆଗକୁ ନେବେ ତାହା ସନ୍ଦେହ ଘେରରେ ରହିଛି।

Election2024 ନିର୍ବାଚନ2024 ଭର୍ତ୍ତୁହରି ମହତାବ ସାଂସଦ ଭର୍ତ୍ତୁହରି ମହତାବ ସିଦ୍ଧାନ୍ତ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.