Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି
ଜାତୀୟ ଖବର

ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

April 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ରାଜନୀତି ସରଗରମ, ବିଜେପି ଛାଡିଲେ ଭୃଗୁ, ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ ଖପ୍ପା ହେବେ ସେଥିପାଇଁ ବିଜେଡି ତାଙ୍କୁ ଦଳର ଉପସଭାପତି ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ହଠାତ ଦଳ ଏପରି ଦାୟିତ୍ବ ଦେବା ଅର୍ଥ ହେଉଛି ଯେ, ଚନ୍ଦ୍ରଶେଖରଙ୍କ ଆଉ ଟିକେଟ ନାହିଁ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ଆସନରେ ଲଢିବା ପାଇଁ ସୁଯୋଗ ଦେବ ନାହିଁ ଚିନ୍ତା କରି ତାଙ୍କର ଦଳୀୟ କ୍ଷମତାକୁ ବୃଦ୍ଧି କରିଛନ୍ତି।

ଗତ ନିର୍ବାଚନରେ ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ 4 ଲକ୍ଷ 43 ହଜାର ଭୋଟ ପାଇଥିବା ବେଳେ ଭୃଗୁ ବିଜେପିରୁ ପ୍ରାର୍ଥୀ ହୋଇ 3 ଲକ୍ଷ 48 ହଜାର ଭୋଟ ହାତେଇଥିଲେ। କଂଗ୍ରେସରୁ ଭି ଚନ୍ଦେରଶେଖର ନାଇଡୁ ମାତ୍ର ଏକ ଲକ୍ଷ 42 ହଜାର ଭୋଟ ପାଇଥିଲେ।ଏଥିରୁ ସ୍ପଷ୍ଟ ଯେ, ଭୃଗୁ ଗତଥର ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ତେବେ ଏଥର ଗଣିତ ପୁରା ଏପଟସେପଟ ହୋଇଯାଇଛି। କାରଣ ହେଲା ଗତଥର ଗଂଜାମର ପୁରା ସଂଗଠନ ସମ୍ଭାଳି ଥିଲେ ପ୍ରଦୀପ ପାଣିଗ୍ରାହୀ। ହେଲେ ଏଥର ସେ ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଟକ୍କର ଦେବା ପାଇଁ ଦଳ ଚନ୍ଦ୍ରଶେଖରଙ୍କ ଉପରେ ଭରସି ପାରୁ ନାହିଁ। ସେହି ଗଣିତରେ ଭୃଗୁ ବିଜେଡିରେ ମିଶିବା ପରେ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲଢିବେ।

odishaelection2024 ଓଡିଶା ନିର୍ବାଚନ2024 ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଲୋକସଭା ଭୃଗୁ ବକ୍ସିପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.