Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମେନ୍ଦ୍ରଙ୍କୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ? କଟାକ୍ଷ କଲେ ପ୍ରଣବ ପ୍ରକାଶ
ଜାତୀୟ ଖବର

ଧର୍ମେନ୍ଦ୍ରଙ୍କୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ? କଟାକ୍ଷ କଲେ ପ୍ରଣବ ପ୍ରକାଶ

May 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ରଙ୍କୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ? କଟାକ୍ଷ କଲେ ପ୍ରଣବ ପ୍ରକାଶ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନରେ ଚାଲିଛି କଡା ଟକ୍କର। ଉଭୟ ଦଳର ହେଭି ୱେଟ ନେତାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ। ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ। ଉଭୟଙ୍କର ଚାଲିଛି ଦମଦାର ପ୍ରଚାର। ତେବେ ଏହି ପ୍ରଚାର ଭିତରେ ସାମାଜିକ ଗଣମାଧ୍ୟମ ମଧ୍ୟ ବାଦପଡିନି। ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ କାହିକି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ ତାହାର ଏକ ସମାଲୋଚନା କରିଛନ୍ତି।

ପ୍ରଣବ ପ୍ରକାଶ କହିଛନ୍ତି ଯେ, ” ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ ରୁ ତଳକୁ ଖସି ଆସିବ।”

ପ୍ରଣବ ଆହୁରି କହିଛନ୍ତି ଯେ, ” ଶ୍ରୀ ପ୍ରଧାନ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ୧୦ ବର୍ଷ ଧରି ଯଥା ସମ୍ଭବ ଉଦ୍ୟମ କଲେ। ହେଲେ ସେଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ, ନିଜ ପଞ୍ଚାୟତ, ବ୍ଲକ୍ ଆଉ ଜିଲ୍ଲା ପରିଷଦରେ ହାରିଲେ। ସେଥିରୁ ସେ ଜାଣିପାରିଲେ ଢେଙ୍କାନାଳରୁ ଲଢିଲେ ଜିତିବା ଅସମ୍ଭବ। ଖାସ୍ ଏଥିପାଇଁ ସେ ସମ୍ବଲପୁର ଆସିଲେ।”

ସେ କହିଛନ୍ତି ଯେ, “ଭାରତବର୍ଷର ସେ ହେଉଛନ୍ତି ଏକମାତ୍ର ରାଜନେତା, ଯିଏ ନିର୍ବାଚନରେ ନ’ଜିତି ମଧ୍ୟ ତାଙ୍କ ବିରୋଧରେ ଜନମତ ରହିଛି। ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ’ଣ ସମ୍ବଲପୁରବାସୀ ଭରସା କରିବେ? ସମ୍ବଲପୁରବାସୀ ସତର୍କ ହେବେ ଏବଂ ନିଜର ବହୁମୂଲ୍ୟ ମତ ଉଚିତ ଜାଗାରେ ବ୍ୟକ୍ତ କରିବେ।”

ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶ ଦାସଙ୍କ ଏପରି କଟାକ୍ଷ ଓଡିଶା ରାଜନୀତିରେ ବେଶ ହଲଚଲ ସୃଷ୍ଟି କରିଛି।

bobbydas LoksabhaElection2024 odishaelection2024 PranabPrakashDas ସମ୍ବଲପୁର ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.