Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଜୋରଦାର ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ
ଜାତୀୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଜୋରଦାର ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

May 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ଦାସଙ୍କ ପାଇଁ ଜୋରଦାର ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି। ସେ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଶାଣିତ ଆକ୍ରମଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି ପାଣ୍ଡିଆନ କହିଥିଲେ।

ସେ ଜନସଭାରେ କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି କହିଥିଲେ। ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ ବୋଲି ସେ ଜନସମାଗମକୁ ନିବେଦନ କରିଥିଲେ। ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ ଆଶୀର୍ବାଦ କଲେ ଏ ଅଞ୍ଚଳରେ ବିକାଶ ଜୋରଦାର ହେବ ବୋଲି ସେ କହିଥିଲେ।

ସେହିପରି ସେ କହିଥିଲେ ଯେ, ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ନିଜେ କାମ କରିବେନି, କି ଆଉ କାହାକୁ କରାଇ ଦେବେନି। ତେଣୁ ପ୍ରଣବବାବୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ। ସେହିପରି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୧୦ ବର୍ଷ ବିଜେପି ସରକାର ରହିଲା, ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା, ବେରୋଜଗାରୀ ମଧ୍ୟ ବଢିଲା, ଯାହା କହିଥିଲେ ଗୋଟେ ବି କାମ କଲେନି, ଯଦି ଆପଣମାନେ ତାଙ୍କୁ ଆଉ ଥରେ ଆଣିବେ, ତା ହେଲେ ଦରଦାମ ପୁଣି ବଢିବ। ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, କୁଚିଣ୍ଡାରେ ୫୦ ହଜାର ଚାଷୀ ଲଙ୍କା ଚାଷ କରନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ, ଶିତଳଭଣ୍ଡାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସେ କୁଚିଣ୍ଡାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାମର ହିସାବ ପ୍ରଦାନ କରିଥିଲେ। ଆପଣଙ୍କ ଅଞ୍ଚଳରେ କାମ କରିକି ମୁଖ୍ୟମନ୍ତ୍ରୀ ବହୁତ ଖୁସି ବୋଲି କହିଥିଲେ। ସେ କହିଥିଲେ ଯେ, ବାମରାକୁ ଏନ୍‌ଏସି କରାଯାଇଛି,  ବୁରୁବୁଡା ମହାବୀର ଧାମ, କିରଶାସନ ସପ୍ନେଶ୍ୱର ବାବା ଶିବ ମନ୍ଦିର, ପାନପାଲ୍ଲି ଶିବ ମନ୍ଦିରର ରୂପାନ୍ତର କରାଯାଇଛି , କୁଚିଣ୍ଡା କମ୍ୟୁନିଟି ସେଣ୍ଟର କରାଯାଇଛି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ପାଇଁ ୨୯ କୋଟି ଟଙ୍କାର ସହାୟତା ଦେଇ ପ୍ରକଳ୍ପ କରିଛନ୍ତି, ଏଇଟା ସବୁଠାରୁ ଅଧିକ, ଅନ୍ୟ ଅଞ୍ଚଳ ଠାରୁ ୨ ଗୁଣ ଅଧିକ ବୋଲି ପାଣ୍ଡିଆନ କହିଥିଲେ। ସେହିପରି କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ITI କରାଯାଇଛି। କୁଚିଣ୍ଡାରେ ଜଳସେଚନ ପାଇଁ ବିଭିନ୍ନ ଯାଗାରେ ଆଡିବନ୍ଧ କରାଯାଇଛି।  ବୁଡୁଲାପାଲ୍ଲି ଆଡିବନ୍ଧ ପାଇଁ ୧୨୮ କୋଟି ଟଙ୍କା ପ୍ରଦାନ କରାଯାଇଛି।  ବୁଢାରାଜା ଆଡିବନ୍ଧ ପାଇଁ ୫୮ କୋଟି, କିରଶାସନ ଆଡିବନ୍ଧ ପାଇଁ ୪୭ କୋଟି, ସଇଡା ଆଡିବନ୍ଧ ପାଇଁ ୩୮ କୋଟି ଓ ଗୋଚର ଆଡିବନ୍ଧ ପାଇଁ ୩୫ କୋଟି ଟଙ୍କା,  କୁଚିଣ୍ଡା, ବାମରା ଓ ଜମନକିରାର ୫୧ଟି ପଞ୍ଚାୟତରେ ପାଇପ ପାଣି ପାଇଁ ୩୧୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ ଜଣାଇଥିଲେ।

ସେହିପରି ନରେନ୍ଦ୍ରରୁ କୁଚିଣ୍ଡା ରାସ୍ତା ପାଇଁ ୪୨ କୋଟି, ଫସିମଲରୁ ଲଇଡା ରାସ୍ତା ପାଇଁ ୨୨.୫୦ କୋଟି, କେସାଇବାହାଲରୁ ସରଗିଡିହି ରାସ୍ତା ପାଇଁ ୧୬ କୋଟି, ଲାଡଫାସିମାଲରୁ ଷଣ୍ଢ ପଥର ରାସ୍ତା ପାଇଁ ୬ କୋଟି,  ୬୦ ଟି ସିମେଣ୍ଟ କଂକ୍ରିଟ ରାସ୍ତା ପାଇଁ ୫ କୋଟି,  ୪ଟି ବୃହତ ସେତୁ ପାଇଁ ୪୦ କୋଟି ଟଙ୍କା, ହକି ଟ୍ରେନିଙ୍ଗ ସେଣ୍ଟର ଓ ଇନଡୋର ଷ୍ଟାଡିୟମ ପାଇଁ ୨୦ କୋଟି ଟଙ୍କା,  ହାଇଟେକ ସର୍ଭେ କରାଯାଇଛି, ସମସ୍ତଙ୍କୁ ଜମିପଟ୍ଟା ଦିଆଯିବ,  କୁଚିଣ୍ଡାର ୭୨ ହାଇସ୍କୁଲ, ୧୮ଟି ହାୟର ସେକେଣ୍ଡାରି ସ୍କୁଲ ଓ କଲେଜର ରୂପାନ୍ତର କରାଯାଇଛି ବୋଲି ସେ ହିସାବ ଦେଇଥିଲେ।

ଅନ୍ୟପକ୍ଷରେ ୫୦ ହଜାର ଚାଷୀଙ୍କୁ କାଳିଆ ସହାୟତା, ୩୨୫୦ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି, ୨୩ ହଜାର ଚାଷୀଙ୍କ ଫସଲ ବୀମା ପାଇଁ ରାଜ୍ୟ ସରକାର ପ୍ରିମିୟମ ଦେଉଛନ୍ତି, କୁଚିଣ୍ଡାରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ଅଛନ୍ତି, ମା ମାନଙ୍କୁ ୧୩୫ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୧,୫୦୦ ଲୋକ ସୁବିଧା ପାଉଛନ୍ତି, ଗତବର୍ଷ ୫ ହଜାର ଲୋକଙ୍କ ପାଇଁ BSKY ରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ହିସାବ ଦେଇଥିଲେ।

odishaelection2024 OdishaLoksabhaElection sambalpur ଓଡିଶା ନିର୍ବାଚନ 2024 ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସମ୍ବଲପୁରରେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.