Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ’ଣ କଲେ ମିଳିଥାଏ ମୋକ୍ଷ?, ଦୁଇ ସାଧୁଙ୍କ ଏହି ସୁନ୍ଦର କାହାଣୀରୁ ବୁଝନ୍ତୁ
ଜାତୀୟ ଖବର

କ’ଣ କଲେ ମିଳିଥାଏ ମୋକ୍ଷ?, ଦୁଇ ସାଧୁଙ୍କ ଏହି ସୁନ୍ଦର କାହାଣୀରୁ ବୁଝନ୍ତୁ

July 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ ତ୍ୟାଗ କଲେ, ଦମ୍ଭୀ ବୋଲି ଗଣା ହୁଏ। ମାନସିକ ତ୍ୟାଗ ହିଁ ମୁଖ୍ୟ ଅଟେ। ଶରୀର ଯେଉଁଠି ବି ଥାଉ, କିନ୍ତୁ ମନ କେବେ ହେଲେ ଇଶ୍ଵରଙ୍କ ଠାରୁ ଦୂରରେ ନରହିବା ଉଚିତ।

ବୃତ୍ତ ଓ ଅବୃତ୍ତ ନାମକ ଦୁଇ ସାଧୁଙ୍କ ଦୃଷ୍ଟାନ୍ତ ଦେଖନ୍ତୁ…

ସେ ଦୁଇଜଣ ଯାତ୍ରା କରୁଥିଲେ। ପ୍ରୟାଗରାଜ ଆଡକୁ ଯାଇଥିଲେ। ଜନ୍ମାଷ୍ଟମୀ ଥିଲା। ତେଣୁ ବେଣୀମାଧବଙ୍କ ଦର୍ଶନ କରିବା ପାଇଁ ଚାହୁଁଥିଲେ। ଚାଲିଚାଲି ରାତି ହେଇଗଲା, ଥକି ଯାଇଥିଲେ। ଏକ ବେଶ୍ୟାଗୃହ ପାଖରେ ପହଞ୍ଚିଲେ।

ଅବୃତ୍ତ କହିଲା, “ଜୋରଦାର ବର୍ଷା ହେଉଛି। ଅନ୍ଧକାର ହେଇଛି, ରାସ୍ତା ଦେଖାଯାଉନାହିଁ। ଏବଂ ମୁଁ ମଧ୍ୟ ଥକି ଗଲାଣି, ତେଣୁ ମୁଁ ଏହି ଘରେ ହିଁ ରହିଯିବି। ତୋର ଯଦି ଯିବାର ଅଛି, ତୁ ଯା’।

ବୃତ୍ତ ଭାବିଲା, ଏହାର ମନ ବୋଧ ହୁଏ ବିଗିଡିଗଲାଣି। ମୁଁ ଏଠାରେ କେବେ ହେଲେ ରହିପାରିବି ନାହିଁ। ସେ ଚାଲିଗଲା ଏବଂ ପ୍ରୟାଗରାଜର ଏକ ମନ୍ଦିରରେ ବିଶ୍ରାମ କଲା।

ଅବୃତ୍ତ ବେଶ୍ୟା ଗୃହରେ ଥିଲା, କିନ୍ତୁ ସେ ବି ଅନୁତାପ କରିବାକୁ ଲାଗିଲା। ସେ ନିଜକୁ ନିଜେ ଧିକ୍କାର କଲା, ମୁଁ କେଡେ ଚଣ୍ଡାଳ ହତଭାଗ୍ୟ ଅଟେ ଯେ, ଜନ୍ମାଷ୍ଟମୀ ଦିନରେ ମୁଁ ମନ୍ଦିର ଭିତରେ ବିଶ୍ରାମ ନକରି ଏଠାରେ ଆସି ରହିଲି। ମୋର ମିତ୍ର କେତେବଡ ଭାଗ୍ୟଶାଳୀ ଯେ, ସେ ବର୍ତ୍ତମାନ ପ୍ରଭୁଙ୍କ ମୁଖାରବିନ୍ଦ ଦର୍ଶନ କରୁଥିବ।

ସେଠାରେ ଭଜନ କୀର୍ତ୍ତନ ଆରତୀ ବନ୍ଦନା ହେଉଥିବ। କେଡେ ଭବ୍ୟ ଓ ପବିତ୍ର ହୋଇଥିବ ସେ ଦୃଶ୍ୟ। ଏହିପ୍ରକାର ବେଶ୍ୟା ଗୃହରେ ଥିଲା ସତ, କିନ୍ତୁ ତାହାର ମନ ତ ବେଣୀମାଧବଙ୍କ ପାଖରେ ଥିଲା। ବଡ ତନ୍ମୟତାର ସହ ମନକୁ ମନ ଜନ୍ମାଷ୍ଟମୀର ପବିତ୍ର ପ୍ରସଙ୍ଗ ସ୍ମରଣ କରୁଥିଲା।

ଏଣେ ମନ୍ଦିରରେ ବୃତ୍ତ ମଧ୍ୟ ପଶ୍ଚାତାପ କରୁଥିଲା। କାରଣ ସେ ଭାବୁଥିଲା, ଏତେ କଷ୍ଟ ସହ୍ୟ କରି ଏଠାକୁ କାହିଁକି ବିଶ୍ରାମ ନେବାକୁ ଆସିଥିଲି। ସେଠାରେ ମୋର ମିତ୍ର ଅବୃତ୍ତ ସୌନ୍ଦର୍ଯ୍ୟବତୀ ବେଶ୍ୟା ସହ କ୍ରିଡା କରୁଥିବ। ଏବଂ ମୁଁ ଏ ଜନଗହଳୀ ଭିତରେ ପେଶୀ ହୋଇଯାଉଛି। କେଡେ ଭାଗ୍ୟଶାଳୀ ମୋର ମିତ୍ର। ତାହାର ଅନ୍ତର ଉତ୍ସବରେ ତ ଲାଗୁନଥିଲା। ତାକୁ ବେଶ୍ୟାର ସୌନ୍ଦର୍ଯ୍ୟର ଦୃଶ୍ୟ ସ୍ମରଣ ହେଉଥିଲା। ତାହାର ଶରୀର ମନ୍ଦିର ଭିତରେ ଥିଲା, କିନ୍ତୁ ମନ ବେଶ୍ୟା ପାଖରେ ଥିଲା।

ଅବୃତ୍ତକୁ ମୋକ୍ଷପ୍ରାପ୍ତ ହେଲା ଏବଂ ବୃତ୍ତକୁ ନରକ। ଅବୃତ୍ତକୁ ନେବାକୁ ଭଗବାନ ବିମାନ ପଠାଇଲେ। କାରଣ ଶରୀର ଯଦିଓ ସେ ବେଶ୍ୟା ଗୃହରେ ଥିଲା, କିନ୍ତୁ ମନ ବେଣୀମାଧବଙ୍କ ପାଖରେ ଥିଲା।

ବୃତ୍ତ ମନ୍ଦିରରେ ତ ଥିଲା, କିନ୍ତୁ ସେ ବାସନା ସୁଖର ଚିନ୍ତନ କରୁଥିଲା। ତେଣୁ ତାକୁ ନରକ ପ୍ରାପ୍ତ ହେଲା।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଉପେନ୍ଦ୍ର ବଳିୟାରସିଂହ ମାନସିକ ତ୍ୟାଗ ମୋକ୍ଷ ଶାରୀରିକ ତ୍ୟାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମେ’ ୯ ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ: ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ

May 6, 2026

ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ

May 6, 2026

ଥାନା ଆଗରୁ ଯୁବକଙ୍କୁ ଅପହରଣ

May 6, 2026

ଥରେ ଦଳର ପୋଷ୍ଟର ବୟ, କିନ୍ତୁ ଏବେ…: ​​ଅନ୍ନାମଲାଇଙ୍କ ଅନୁପସ୍ଥିତି ବିଜେପି ଉପରେ ଗମ୍ଭୀର ପ୍ରଶ୍ନ

May 6, 2026
Latest News

ମେ’ ୯ ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ: ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ

May 6, 2026

ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ

May 6, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ଥାନା ଆଗରୁ ଯୁବକଙ୍କୁ ଅପହରଣ

May 6, 2026

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.