Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଜାତୀୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

July 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ଏଥି ସହିତ ଆଗାମୀ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ନୀତି ଆୟୋଗର ୯ ତମ ସାଧାରଣ ପରିଷଦ ବୈଠକ” ଏବଂ ନଭେମ୍ବର ୨୦୨୪ରେ ହେବାକୁ ଥିବା “ ୪ର୍ଥ ଜାତୀୟ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ” ରେ ଆଲୋଚ୍ୟ ପ୍ରସଙ୍ଗ “ବିକଶିତ ଭାରତ ଅ ୨୦୪୭” ପରିପ୍ରେକ୍ଷୀରେ ରାଜ୍ୟର କାର‌୍ୟ୍ୟସୂଚୀ (ଏଜେଣ୍ଡା) ସଂପର୍କିତ ତଥ୍ୟ ପ୍ରଦାନ କରିବା ସଂପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ନିରନ୍ତର ବିକାଶ ଲକ୍ଷ୍ୟ-ଭାରତ-ସୂଚକାଙ୍କ-୨୦୨୩-୨୪’ ରେ ଓଡ଼ିଶାର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହ ବିକଶିତ ଭାରତ, ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ ରହିଥିବା ବିଭିନ୍ନ ମାନଦଣ୍ଡରେ ପ୍ରଦର୍ଶନରେ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା କରାଯାଇଛି।

ବୈଠକରେ କ୍ଷୁଧାମୁକ୍ତ ସମାଜ, ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ-ପୁରୁଷ ସମାନତା, ବିଶୁଦ୍ଧ ପାନୀୟ ଜଳ, ସମନ୍ୱିତ ଜଳସେଚନ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କାର‌୍ୟ୍ୟକ୍ରମ ଗ୍ରହଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏଥି ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜୁନ୍-୨୦୨୪ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା।

୫ ବର୍ଷିଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କାର୍ଯ୍ୟନ୍ୱୟନ, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି, ୨୦୪୭ ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ ରଖି ବିକାଶର ଆଭିମୁଖ୍ୟ କିପରି ରହିବ, ସେଥିପାଇଁ ସହଭାଗୀ ଓ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି, କୃଷି, ଶିକ୍ଷା, ଜଳସେଚନ, ଶିଳ୍ପାନୁକୂଳ ସହଜ ବାତାବରଣ, ଲୋକଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ, ନିଯୁକ୍ତି ସୁଯୋଗ ଆଜି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଯେଉଁଠି ଆନ୍ତଃ ବିଭାଗୀୟ ସମନ୍ୱୟର ଆବଶ୍ୟକତା ରହୁଛି, ସେ କ୍ଷେତ୍ରରେ ପାରସ୍ପରିକ ଆଲୋଚନା କରି ବିଭିନ୍ନ କାର‌୍ୟ୍ୟକ୍ରମ କରାଯିବା ଏବଂ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଶୁ ସମାଧାନ ପାଇଁ ସେ ମଧ୍ୟ ସମସ୍ତ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୀ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ମନୋଜ ଆହୁଜା ଲୋକସେବା ଭବନ ସଚିବସ୍ତରୀୟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026
Latest News

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.