Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା
ଜାତୀୟ ଖବର

Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା

August 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Foundation
Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା

Reliance Foundation: କେରଳର ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆଗକୁ ଆସିଛି। ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

ପୀଡିତମାନଙ୍କୁ ତୁରନ୍ତ ସହାୟତା ଭାବରେ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାସନ, ରୋଷେଇ ବାସନକୁସନ, ପାନୀୟ ଜଳ, ମୌଳିକ ସ୍ୱଚ୍ଛତା ସାମଗ୍ରୀ, ଟେଣ୍ଟ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଉପଲବ୍ଧ କରାଯାଉଛି।

ପ୍ରଭାବିତ ପରିବାର ଯେଭଳି ପୁଣିଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରିପାରିବେ ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପୁସ୍ତକ ଏବଂ କ୍ରୀଡା ସାମଗ୍ରୀ ସହିତ ଶିକ୍ଷା ସହାୟତା ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳର କାର୍ଯ୍ୟ ସୁଗମ କରିବା ପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ଟାୱାର ସ୍ଥାପନ କରିଛି।

ଯାହାଦ୍ୱାରା ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁବ୍ୟବସ୍ଥିତ କରାଯାଇପାରିବ। ମନୋବୈଜ୍ଞାନିକ ଓ ସାମାଜିକ ଆଘାତ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ବିଶେଷଜ୍ଞ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।

କେରଳର ଏହି ଦୁଃଖଦ ଘଟଣା ନେଇ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନିତା ଅମ୍ବାନୀ କହିଛନ୍ତି, “ୱାୟାନାଡ଼ର ଲୋକଙ୍କ ଦୁଃଖ ଏବଂ ଭୂସ୍ଖଳନ ହେତୁ ହୋଇଥିବା ଅଶେଷ କ୍ଷୟକ୍ଷତିକୁ ନେଇ ଆମେ ଦୁଃଖିତ।

ଏହି ଦୁଃଖ ସମୟରେ ସମସ୍ତ ପ୍ରଭାବିତ ବ୍ୟକ୍ତି ଓ ପରିବାର ପ୍ରତି ଆମର ସମବେଦନା ଜଣାଉଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଆମର ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ଦିନରାତି କାର୍ଯ୍ୟ କରୁଛନ୍ତି। ଆମେ ଏହି କଠିନ ସମୟରେ କେରଳର ଲୋକମାନଙ୍କ ସହିତ ରହିଛୁ।”

ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ରିଲିଫ ସାମଗ୍ରୀ ସହିତ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ରାଜ୍ୟର ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି।

ପ୍ରତ୍ୟେକ କାର୍ଯ୍ୟ ରାଜ୍ୟ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟକାରୀ କରାଯାଉଛି ଯାହା ଦ୍ୱାରା ସହାୟତା ଠିକ୍ ସମୟରେ ପହଞ୍ଚିବ। ରିଲାଏନ୍ସ ଫାଉଣ୍ଡେସନ୍ ୱାୟାନାଡର ଲୋକଙ୍କୁ ଦୀର୍ଘକାଳୀନ ଭାବରେ ସମର୍ଥନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି।

Reliance Foundation Wayanad Landslides wayanada ରିଲାଏନ୍ସ ଫାଉଣ୍ଡେସନ ୱାୟାନାଡ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026
Latest News

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.