Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା
ଜାତୀୟ ଖବର

Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା

August 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Foundation
Reliance Foundation: ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଘୋଷଣା

Reliance Foundation: କେରଳର ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆଗକୁ ଆସିଛି। ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

ପୀଡିତମାନଙ୍କୁ ତୁରନ୍ତ ସହାୟତା ଭାବରେ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାସନ, ରୋଷେଇ ବାସନକୁସନ, ପାନୀୟ ଜଳ, ମୌଳିକ ସ୍ୱଚ୍ଛତା ସାମଗ୍ରୀ, ଟେଣ୍ଟ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଉପଲବ୍ଧ କରାଯାଉଛି।

ପ୍ରଭାବିତ ପରିବାର ଯେଭଳି ପୁଣିଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରିପାରିବେ ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପୁସ୍ତକ ଏବଂ କ୍ରୀଡା ସାମଗ୍ରୀ ସହିତ ଶିକ୍ଷା ସହାୟତା ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳର କାର୍ଯ୍ୟ ସୁଗମ କରିବା ପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ଟାୱାର ସ୍ଥାପନ କରିଛି।

ଯାହାଦ୍ୱାରା ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁବ୍ୟବସ୍ଥିତ କରାଯାଇପାରିବ। ମନୋବୈଜ୍ଞାନିକ ଓ ସାମାଜିକ ଆଘାତ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ବିଶେଷଜ୍ଞ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।

କେରଳର ଏହି ଦୁଃଖଦ ଘଟଣା ନେଇ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନିତା ଅମ୍ବାନୀ କହିଛନ୍ତି, “ୱାୟାନାଡ଼ର ଲୋକଙ୍କ ଦୁଃଖ ଏବଂ ଭୂସ୍ଖଳନ ହେତୁ ହୋଇଥିବା ଅଶେଷ କ୍ଷୟକ୍ଷତିକୁ ନେଇ ଆମେ ଦୁଃଖିତ।

ଏହି ଦୁଃଖ ସମୟରେ ସମସ୍ତ ପ୍ରଭାବିତ ବ୍ୟକ୍ତି ଓ ପରିବାର ପ୍ରତି ଆମର ସମବେଦନା ଜଣାଉଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଆମର ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ଦିନରାତି କାର୍ଯ୍ୟ କରୁଛନ୍ତି। ଆମେ ଏହି କଠିନ ସମୟରେ କେରଳର ଲୋକମାନଙ୍କ ସହିତ ରହିଛୁ।”

ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ରିଲିଫ ସାମଗ୍ରୀ ସହିତ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ରାଜ୍ୟର ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି।

ପ୍ରତ୍ୟେକ କାର୍ଯ୍ୟ ରାଜ୍ୟ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟକାରୀ କରାଯାଉଛି ଯାହା ଦ୍ୱାରା ସହାୟତା ଠିକ୍ ସମୟରେ ପହଞ୍ଚିବ। ରିଲାଏନ୍ସ ଫାଉଣ୍ଡେସନ୍ ୱାୟାନାଡର ଲୋକଙ୍କୁ ଦୀର୍ଘକାଳୀନ ଭାବରେ ସମର୍ଥନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି।

Reliance Foundation Wayanad Landslides wayanada ରିଲାଏନ୍ସ ଫାଉଣ୍ଡେସନ ୱାୟାନାଡ
Share. Facebook Twitter LinkedIn Email WhatsApp Copy Link

Related Posts

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026
Latest News

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.