Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଅନୁ ଗର୍ଗ
ଜାତୀୟ ଖବର

ଓଡିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଅନୁ ଗର୍ଗ

September 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଅନୁ ଗର୍ଗ

ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିଥିଲେ।

ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାରଖଣ୍ଡ ରାଜ୍ୟର ଜଳସଂପଦ ବିଭଗ ସଚିବ ଶ୍ରୀ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ। ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି।

ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି। ଗତ ୨ ଦିନରେ ବର୍ଷ। ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ପାଢୀ ବାଲେଶ୍ୱର ଠାରେ ଅବସ୍ଥାନ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଜଳକା ନଦୀର ଜଳସ୍ତର ବର୍ତ୍ତମାନ ‘ମଥାନୀ’ ସେତୁ ଠାରେ ଆଜି ଦିନ ୯ ଘଟିକା ସମୟରେ ୬.୬ମିଟର ରେ ଥାଇ ଜଳପତନସ୍ତର ତଳକୁ ଖସୁଥିବା ଜଣାଯାଇଛି। ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସମୀକ୍ଷାରୁ ଜଣାପଡିଛି।

ସେହିପରି ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪ ମିଟରରେ ବିପଦ ସଙ୍କେତ ତଳେ ଥିବା ଜଣାଯାଇଛି ଏବଂ ଜଳପତନ ସ୍ତର ହ୍ରାସ ପାଉଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହୋଇଛି।

ଏହାପରେ ଶ୍ରୀମତୀ ଗର୍ଗ ରାଜ୍ୟର ବିଭିନ୍ନ ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ସ୍ଥିତିର ସମୀକ୍ଷା କରିଥିଲେ। ଆଜି ସକାଳ ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୯୧ ଫୁଟ, ରେଙ୍ଗାଲୀର ଜଳସ୍ତର ୧୨୧.୯୮ ମିଟର , ଅପର କୋଲାବର ଜଳସ୍ତର ୮୫୬.୯୫ ମିଟର, ବାଲିମେଳାରେ ଜଳସ୍ତର ୧୫୧୨.୫ ଫୁଟ ଏବଂ ଲୋୟର ଇନ୍ଦ୍ରାର ଜଳସ୍ତର ୨୬୪.୨୧ ମିଟର ରହିଥିଲା।

ଋଷିକୁଲ୍ୟା ଅବବାହିକାର ଧନେଇ ଡ୍ୟାମକୁ ବାଦ ଦେଇ ଅନ୍ୟ ସମସ୍ତ ୭ଟି ମଧ୍ୟମ ଜଳଭଣ୍ଡାରର ଜଳସ୍ତର ହାରାହାରି ଜଳସ୍ତର ୪୩% ରହିଛି। ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲେଶ୍ୱର ଜିଲ୍ଲାର ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଇଂଜିନିୟର ତଥା ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ରାଉତ, ଜଳ ସଂପଦ ବିଭାଗର ଆନ୍ତଃ ରାଜ୍ୟ ଦାୟିତ୍ୱରେ ଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ, ସର୍ବୋଚ୍ଚ ଯନ୍ତ୍ରୀ ତଥା ନୋଡାଲ ଅଧିକାରୀ (ବନ୍ୟା ନିୟନ୍ତ୍ରଣ) ଶ୍ରୀ ବିଜୟ କୁମାର ସାମଲ , ମୁଖ୍ୟ ଯନ୍ତ୍ରୀ ( ପ୍ଲାନିଂ ) ଶ୍ରୀ ସାଗର ମହାନ୍ତି, ମୁଖ୍ୟ ଯନ୍ତ୍ରୀ , ଏଚ୍ ଏଚ୍, ଜିଆଇଏସ ଶ୍ରୀ ସୁଜିତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଅନୁ ଗର୍ଗ ଓଡିଶା ବନ୍ୟା ବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.