Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହେଲା ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’
ଜାତୀୟ ଖବର

ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହେଲା ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’

September 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହେଲା 'ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର'

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରିଛି। ପ୍ରଥମ ଥର ପାଇଁ ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି।

ଦେଶର ବୃହତ୍ତମ କଳାକେନ୍ଦ୍ର ମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ପଦ୍ମ ଫୁଲ ଆକାରରେ ଡିଜାଇନ୍ କରାଯାଇଛି। ଏନଏମଏସିସି ମୁମ୍ବାଇ ସହରର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ।

ମ୍ୟାଡାମ୍ ଫିଗାରୋ ପତ୍ରିକା ଲେଖିଛି ଯେ “ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱ ମଞ୍ଚକୁ ନେବାର ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା।

ଏହାର ଅନେକ ପ୍ରେକ୍ଷାଳୟ ଏବଂ ଆର୍ଟହାଉସରେ ଭାରତୀୟ କଳାକାରମାନଙ୍କ ପ୍ରଦର୍ଶନୀଠାରୁ ଆରମ୍ଭ କରି ଶାସ୍ତ୍ରୀୟ ଗାୟନ-ବାଦନ-ନୃତ୍ୟ, ବ୍ରଡୱେ ମ୍ୟୁଜିକାଲ୍ ଏବଂ ଥିଏଟର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ଏହି କଳା କେନ୍ଦ୍ର ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି। ”

ଏନଏମଏସିସି ବ୍ୟତୀତ, ଏହି ତାଲିକାରେ ନ୍ୟୁୟର୍କର ରିଚାର୍ଡ ଗିଲ୍ଡର୍ ସେଣ୍ଟର, ଲସ୍ ଆଞ୍ଜେଲସର ଇନଟିଉଟ୍ ଡୋମ୍, ଆମଷ୍ଟରଡାମର ଡେଡ୍ ଏଣ୍ଡ ଗ୍ୟାଲେରୀ, ହଂକଂର ସୋଥବାୟସ ମେସନ୍, ବ୍ୟାଙ୍କକର ବ୍ୟାଙ୍କକ୍ ଆର୍ଟ ବିନାଲେ ଏବଂ ଜର୍ମାନୀର ଡାର୍କ ମ୍ୟାଟର ସାମିଲ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ହେଉଛି ଭାରତୀୟ କଳା କ୍ଷେତ୍ରରେ ଏହିଭଳି ପ୍ରଥମ ସାଂସ୍କୃତିକ କେନ୍ଦ୍ର। ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପିତ ଏହି କେନ୍ଦ୍ରର ଉଦ୍ଦେଶ୍ୟ ଭାରତର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟ ପରମ୍ପରାକୁ ସଂରକ୍ଷିତ ତଥା ପ୍ରୋତ୍ସାହିତ କରିବା।

ନୀତା ଆମ୍ବାନୀ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ମୁକେଶ ଆମ୍ବାନୀ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.