Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ରେଳପଥରେ ତିନୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ
ଜାତୀୟ ଖବର

ଭାରତୀୟ ରେଳପଥରେ ତିନୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

November 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍‌ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍‌ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ରେଳ ମନ୍ତ୍ରଣାଳୟର ମୋଟ ୭୯୨୭ କୋଟି ଟଙ୍କା (ପାଖାପାଖି) ତିନୋଟି ପ୍ରକଳ୍ପକୁ ଅନୁମୋଦନ କରିଛି।

ପ୍ରକଳ୍ପଗୁଡ଼ିକ ହେଲା:

୧. ଜଳଗାଓଁ – ମନମନ ୪ର୍ଥ ଲାଇନ (୧୬୦ କିଲୋମିଟର)

୨. ଭୁସାଓ୍ଵାଲ – ଖଣ୍ଡୱା ୩ୟ ଏବଂ ୪ର୍ଥ ଲାଇନ୍ (୧୩୧ କିଲୋମିଟର)

୩. ପ୍ରୟାଗରାଜ (ଇରାଦତଗଞ୍ଜ) – ମାଣିକପୁର ୩ୟ ଲାଇନ୍ (୮୪ କିମି)

ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ଏବଂ ମୁମ୍ବାଇ ଏବଂ ପ୍ରୟାଗରାଜ ମଧ୍ୟରେ ବ୍ୟସ୍ତବହୁଳ ସେକ୍ସନରେ ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରିବ।

ଏହି ପ୍ରକଳ୍ପଗୁଡ଼ିକ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ପରିକଳ୍ପନା ଅନୁଯାୟୀ ଅଟେ ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ “ଆତ୍ମନିର୍ଭରଶୀଳ” କରିବ ଯାହା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ୍ ସଂଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ତିନୋଟି ରାଜ୍ୟ ଯଥା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ତିନୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୬୩୯ କିଲୋମିଟର ବୃଦ୍ଧି କରିବ। ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ଗୁଡ଼ିକ ପ୍ରାୟ ୧୩୧୯ଟି ଗାଁ ଓ ପ୍ରାୟ ୩୮ ଲକ୍ଷ ଜନସଂଖ୍ୟାକୁ ସେବା ଯୋଗାଇ ଦେଉଥିବା ଦୁଇ ଆକାଂକ୍ଷୀ ଜିଲ୍ଲା (ଖଣ୍ଡୱା ଓ ଚିତ୍ରକୁଟ)କୁ ଯୋଗାଯୋଗ ବୃଦ୍ଧି କରିବ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମୁମ୍ବାଇ-ପ୍ରୟାଗରାଜ-ବାରାଣସୀ ମାର୍ଗରେ ଯୋଗାଯୋଗ ବୃଦ୍ଧି କରିବ ଏବଂ ଅତିରିକ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ, ନାସିକ୍ (ତ୍ରୟମ୍ବକେଶ୍ୱର), ଖଣ୍ଡୱା (ଓମକାରେଶ୍ୱର) ଏବଂ ବାରଣାସୀ (କାଶୀ ବିଶ୍ୱନାଥ)ର ଜ୍ୟୋତିର୍ଲିଙ୍ଗ ଯାତ୍ରା କରୁଥିବା ତୀର୍ଥଯାତ୍ରୀଏବଂ ପ୍ରୟାଗରାଜ, ଚିତ୍ରକୁଟ, ଗୟା ଏବଂ ଶିରିଡିର ଧାର୍ମିକ ସ୍ଥାନକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ଏହାବ୍ୟତୀତ ଖଜୁରାହୋ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ଅଜନ୍ତା ଓ ଏଲୋରା ଗୁମ୍ଫା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ଦେବଗିରି ଦୁର୍ଗ, ଅସିରଗଡ଼ ଦୁର୍ଗ, ରେୱା ଦୁର୍ଗ, ୟାଓ୍ଵାଲ ବନ୍ୟପ୍ରାଣୀ ଅଭୟାରଣ୍ୟ, କିଓଟି ଜଳପ୍ରପାତ ଓ ପୁରୱା ଜଳପ୍ରପାତ ଆଦି ବିଭିନ୍ନ ଆକର୍ଷଣରେ ଉନ୍ନତି ଆଣି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଇସ୍ପାତ, ସିମେଣ୍ଟ, କଣ୍ଟେନର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୫୧ ଏମଟିପିଏ (ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବାରେ ସହାୟକ ହେବ, କମ୍ CO2 ନିର୍ଗମନ (271 କୋଟି କିଲୋଗ୍ରାମ) ଯାହା କି 11 କୋଟି ବୃକ୍ଷରୋପଣ ସହିତ ସମାନ ।

*******

HS

 

 

ତୈଳ ଆମଦାନୀ ହ୍ରାସ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.