Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ
ଜାତୀୟ ଖବର

ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

December 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ପୁରୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।

ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ।

ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଆଜି ଅଭିନନ୍ଦନ ଜଣାଉଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ ଉପାଦାନ ପ୍ରଦାନ କରିଛି । ସୁଦୀର୍ଘ ସମୁଦ୍ର କୂଳ, ଦ୍ୱୀପାଞ୍ଚଳ, ସମୁଦ୍ରରେ ଯାତ୍ରା କରୁଥିବା ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି ୫,୦୦୦ ବର୍ଷ ପୂର୍ବରୁ ଭାରତର ଉପକୂଳ ଏବଂ ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲା।

ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଇତିହାସର ସ୍ମୃତିକୁ ବହନ କରିବା ଏବଂ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ଆଶା ନେଇ ଆଗକୁ ବଢ଼ିବା ସହିତ ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି। ଆମର ସୌଭାଗ୍ୟ, ଗୌରବ ଏବଂ ପରିଚୟ ସାଗର ଦ୍ୱାରା ପରିଭାଷିତ ହୋଇଥାଏ। ୨୦୪୭ ସୁଦ୍ଧା ଆମକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଭାରତୀୟ ନୌସେନା ସାମୁଦ୍ରିକ ନିରାପତ୍ତା ସୁନିଶ୍ଚିତ କରିବା ଜାରି ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

‘ନାରୀ ଶକ୍ତି’କୁ ଉପଯୁକ୍ତ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବାରେ ନୌସେନାର ଅଗ୍ରଣୀ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଥମ ସେନା ବିଭାଗ ରୂପେ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ସାମିଲ କରିଥିଲା।

ଦୁଇ ଜଣ ମହିଳା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ ଏବଂ ଲେଫ୍ଟନାଣ୍ଟ କମାଣ୍ଡର ରୂପା ‘ନାଭିକ ସାଗର ପରିକ୍ରମା-୨’ର ଅଂଶବିଶେଷ ଭାବରେ ଆଇଏନଏସଭି ତାରିଣୀରେ ବିଶ୍ୱ ପରିକ୍ରମା କରି ଏହି ନୂଆ ପରିବର୍ତ୍ତିତ ଧାରାର ସର୍ବୋତ୍ତମ ଉଦାହରଣ ପ୍ରଦାନ କରିଛନ୍ତି ।

President in Odisha ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୌସେନା ଦିବସ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.