Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଟଙ୍କା ପେନସନ, ମୁଖ୍ୟମନ୍ତ୍ରୀ କଲେ ପ୍ରଦାନ
ଜାତୀୟ ଖବର

ଆଜିଠାରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଟଙ୍କା ପେନସନ, ମୁଖ୍ୟମନ୍ତ୍ରୀ କଲେ ପ୍ରଦାନ

January 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଟଙ୍କା ପେନସନ, ମୁଖ୍ୟମନ୍ତ୍ରୀ କଲେ ପ୍ରଦାନ

ନୂଆଦିଲ୍ଲୀ: ରାଜ୍ୟର ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର । ସେମାନଙ୍କ ହସ, ଖୁସି ଏବଂ ଯୁବ ସମାଜ ଉପରେ ସେମାନଙ୍କ ଅଖଣ୍ଡ ଆସ୍ଥା ହିଁ ଆମ ବିରଳ ସମ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରୀୟ ସାମାଜିକ କାର‌୍ୟ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ପେନସନ ପାଇବେ। କେନ୍ଦୁଝର ଜିଲ୍ଲାର ମଧ୍ୟ ୯,୯୧୩ ଜଣ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଆଜିର ଏହି କାର‌୍ୟ୍ୟକ୍ରମ ଏକ ଆଦର୍ଶ ସମାଜ ଆଡକୁ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ। ନୂଆ ସରକାର ଆପଣ ମାନଙ୍କୁ କଥା ଦେଇଥିଲେ, କଥା ରଖିଛନ୍ତି । ଆପଣ ମାନଙ୍କ ପାଇଁ ଏହି ବର୍ଦ୍ଧିତ ପେନସନର ଶୁଭାରମ୍ଭ କରି ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ମଣିଷ ଭାବରେ ଆପଣ ଯଦି, ବୟସ୍କ ଓ ଭିନ୍ନକ୍ଷମଙ୍କୁ କିଛି ସହାୟତା ବା ସହଯୋଗ କରିପାରନ୍ତି, ତାହା ବାସ୍ତବିକ ମନକୁ ଖୁସି ଦିଏ ଏବଂ ପୁଣ୍ୟ ଅର୍ଜନ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବୟସ୍କ, ଭିନ୍ନକ୍ଷମ ମାନେ ସେମାନଙ୍କର ସମସ୍ୟା ନେଇ ଆସିଥାନ୍ତି । ମୁଁ ଆଗ ପ୍ରାଧାନ୍ୟ ଦେଇ ସେମାନଙ୍କ ସମସ୍ୟା ଶୁଣେ ଓ ତା’ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥାଏ । ଗରିବ, ଭିନ୍ନକ୍ଷମ ଓ ଅସହାୟଙ୍କୁ ସାହାଯ୍ୟ କରି ମୁଁ ଯେଉଁ ସନ୍ତୋଷ ପାଉଛି, ତାହା ହେଉଛି ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ପୁଞ୍ଜି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଆମ ସରକାର ଆସିବାକୁ ମାତ୍ର ୭ ମାସ ହୋଇଛି । ଏହି ୭ ମାସ ମଧ୍ୟରେ ଆମ ସରକାର ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗତ ଦୁଇ ଦିନ ତଳେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ କାର‌୍ୟ୍ୟକାରୀ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ଏହା ମାଧ୍ୟମରେ ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ । ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହି ଯୋଜନାରେ ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଯୋଡିଛନ୍ତି । ଗାଁ ଗଣ୍ଡାର ଲୋକମାନେ ସହରର ଭଲ ଭଲ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସମୃଦ୍ଧି ତଥା ରାଜ୍ୟର ଚାଷୀ, ମହିଳା, ଶ୍ରମିକ, ଯୁବଗୋଷ୍ଠୀ ଇତ୍ୟାଦି ସମସ୍ତ ବର୍ଗର କଲ୍ୟାଣ ପାଇଁ ଆମ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଆଦିବାସୀ, ଗରିବ, ପଛୁଆ ଲୋକଙ୍କ ବିକାଶକୁ ଆମ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସବୁ ବର୍ଗର ଲୋକଙ୍କୁ ସମାନ ଖୁସି ଦେବାପାଇଁ ଆମ ସରକାର କାମ କରୁଛନ୍ତି। ରାଜ୍ୟର ଜନ ସାଧାରଣ ଚାହୁଁଥିବା ଅନୁଯାୟୀ କାମ ହେବ ଓ ରାଜ୍ୟର ବିକାଶ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରରେ ଖୁବ ଶୀଘ୍ର ମେଗା ଇସ୍ପାତ କାରଖାନା ନିର୍ମାଣ ହେବ, ଚଳିତ ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଉତ୍କର୍ଷ ଓଡିଶା କାର‌୍ୟ୍ୟକ୍ରମରେ ଏହି ଇସ୍ପାତ କାରଖାନା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହେବ। କେବଳ କେନ୍ଦୁଝର ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଓ କଳ କାରଖାନ ସ୍ଥାପନ ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ରକ୍ଷାକର ଜେନା, ଯୋଗେନ୍ଦ୍ର ନାୟକ, ରଜନୀ ମହାନ୍ତିଙ୍କୁ ବର୍ଦ୍ଧିତ ବୟସ୍କ ଭତ୍ତା ଏବଂ ସତ୍ୟଭାମା ସେଠୀ, ଅନିରୁଦ୍ଧ ଦାସ ଏବଂ ଜୟକୃଷ୍ଣ ମହନ୍ତଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ବୃନ୍ଦ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ଶ୍ରୀ ବଦ୍ରୀ ନାରୟଣ ପାତ୍ର, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡଃ ଫକିର ମୋହନ ନାୟକ ଏବଂ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ପ୍ରମୁଖ ଏହି ବର୍ଦ୍ଧିତ ଭତ୍ତା ବୟସ୍କ ଓ ଭିନ୍ନକ୍ଷମଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସହିତ ସେମାନଙ୍କ ଦୈନନ୍ଦିନ ଜୀବନ ନିର୍ବାହ କରିବାରେ ବେଶ୍ ସହାୟକ ହେବ ବୋଲି ବକ୍ତବ୍ୟ ରଖି କେନ୍ଦୁଝର ଓ ରାଜ୍ୟର ବିକାଶ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ପେନସନ ବାର୍ଦ୍ଧକ୍ୟ ଭତ୍ତା ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

September 14, 2025
Latest News

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭ

September 14, 2025

ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.