Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୧ ଲକ୍ଷ ଖର୍ଚ୍ଚ କରି ଚାଷୀ ପାଉଛନ୍ତି ବର୍ଷକୁ ୨୦୦୦ କୋଟି, ଅନୁଧ୍ୟାନ କଲେ ଓଡିଶାର ୫୭ ଜଣିଆ ପ୍ରତିନିଧି ଦଳ
ଜାତୀୟ ଖବର

୧୧ ଲକ୍ଷ ଖର୍ଚ୍ଚ କରି ଚାଷୀ ପାଉଛନ୍ତି ବର୍ଷକୁ ୨୦୦୦ କୋଟି, ଅନୁଧ୍ୟାନ କଲେ ଓଡିଶାର ୫୭ ଜଣିଆ ପ୍ରତିନିଧି ଦଳ

January 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୧ କୋଟି ଖର୍ଚ୍ଚ କରି ଚାଷୀ ପାଉଛନ୍ତି ବର୍ଷକୁ ୨୦୦୦ କୋଟି, ଅନୁଧ୍ୟାନ କଲେ ଓଡିଶାର ୫୭ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ଓଡିଶାର ୫୭ ଜଣିଆ ପ୍ରତିନିଧୀ ଦଳ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ମହାରାଷ୍ଟ୍ର ନାସିକସ୍ଥିତ ସହ୍ୟାଦ୍ରୀ ଫାର୍ମରେ ପାଞ୍ଚଦିନିଆ ପ୍ରଶିକ୍ଷଣ ନେବାକୁ ଯାଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମିଶନ୍ ଶକ୍ତି, ସହିତ ଅନ୍ୟ ୫ ଟି ଟିମ୍ ର କୃଷକ ଉତ୍ପାଦକ ଗୋଷ୍ଠୀ ପ୍ରତିନିଧି ଏଥିରେ ସାମିଲ ଅଛନ୍ତି। ନାସିକସ୍ଥିତ ଏହି ଫାର୍ମ କୌଣସି ସରକାରୀ ସହାୟତା ବିନା ମାତ୍ର ୧୧ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇ ଆଜିର ସମୟରେ ୨୦୦୦ କୋଟିରୁ ଉର୍ଦ୍ଧ୍ବର ବାର୍ଷିକ ଆୟ କରୁଛି ।

ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ‘ଏଠାରୁ ଯେଉଁ ଜ୍ଞାନ କୌଶଳ ସବୁ ଆପଣମାନେ ଶିଖିକରି ଫେରିବେ, ଓଡ଼ିଶା ଯାଇ ତାହାର ଉପଯୋଗ କରନ୍ତୁ। ଓଡ଼ିଶାର କୃଷି ଅର୍ଥନୀତିକୁ ଆହୁରି ସଶକ୍ତ କରିବାରେ ସହଭାଗୀ ହୁଅନ୍ତୁ ।’ ଆହୁରି ମଧ୍ୟ, ଆଗାମୀ ଦିନରେ ଓଡ଼ିଶାରୁ ଅନ୍ୟ କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ କୃଷକଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବା ଯୋଜନା ରହିଛି । ଏହା ସହ ଅନ୍ୟ ରାଜ୍ୟର କୃଷି ଉଦ୍ୟୋଗୀମାନେ ମଧ୍ୟ ଓଡ଼ିଶା ଆସନ୍ତୁ ଓ ଓଡ଼ିଶାରେ ନିବେଶ କରନ୍ତୁ ବୋଲି ଶ୍ରୀ ସିଂହଦେଓ କହିଥିଲେ ।

ପ୍ରତିନିଧୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ସହ୍ୟାଦ୍ରୀ ଫାର୍ମର ସିଏମଡି ଶ୍ରୀ ବିଳାସ ସିନ୍ଦେ ଓ ପ୍ରୋଗ୍ରାମ କୋରଡିନେଟର ଆଗ୍ରି ଭୋଲ୍ଟାକ ପ୍ରୋଜେକ୍ଟ, ସ୍ପ୍ରେ ଶୁଖାଇବା ୟୁନିଟ୍, କୃଷକ ସୁବିଧା କେନ୍ଦ୍ର, ପରୀକ୍ଷା ଲ୍ୟାବ, DISQ, ଅଙ୍ଗୁର ଫାର୍ମ, ସୋଲାର ଡ୍ରାୟର, ଶୈବାଳ ଉତ୍ପାଦନ ୟୁନିଟ୍ (ବର୍ଜ୍ୟ ଜଳରୁ), ଅଙ୍ଗୁର ପ୍ୟାକ୍ ହାଉସ୍ ଏବଂ କୋଲ୍ଡ ଷ୍ଟୋରେଜ୍, ଫଳ ପାଚିବା ଏବଂ ଆସେପ୍ଟିକ୍ ପୋକେସ୍ ପରି ଫାର୍ମର ଅମଳ ପରବର୍ତ୍ତୀ ସୁବିଧା, ଫ୍ରୋଜେନ୍ ଏବଂ ଫ୍ରିଜ୍ ଶୁଖାଇବା ୟୁନିଟ୍, ଏଫଏମସିଜି ପ୍ରକ୍ରିୟାକରଣ ୟୁନିଟ୍, ତାଲିମ କେନ୍ଦ୍ର, କାଜୁ ପ୍ରକ୍ରିୟାକରଣ ୟୁନିଟ୍, ବାୟୋ ଗ୍ୟାସ୍ ୟୁନିଟ୍, ସାମ୍ ଆଗ୍ରି ଡାଳିମ୍ବ ପ୍ରକ୍ରିୟାକରଣ ୟୁନିଟ୍ ଇତ୍ୟାଦି ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଶ୍ରୀ ମାଣିକରାଓ କୋକଟେ ମଧ୍ୟ ଆସି ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିଥିଲେ । ଏହି ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରୁଛନ୍ତି ।

ଏହି ପରିଦର୍ଶନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହିତ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ ।

କନକ ବର୍ଦ୍ଧନ ସିଂହଦେଓ କୃଷକ ଚାଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.