Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଟ୍ ଘଟଣା ନେଇ ବିଧାନସଭା ପଡିଲା ଉଠିଲା, ଅଚ୍ୟୁତ ସାମନ୍ତଙ୍କ ହାତ ଛାଡିଦେଲା ବିଜେଡି
ଜାତୀୟ ଖବର

କିଟ୍ ଘଟଣା ନେଇ ବିଧାନସଭା ପଡିଲା ଉଠିଲା, ଅଚ୍ୟୁତ ସାମନ୍ତଙ୍କ ହାତ ଛାଡିଦେଲା ବିଜେଡି

February 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
OdishaAssembly
କିଟ୍ ଘଟଣା ନେଇ ବିଧାନସଭା ପଡିଲା ଉଠିଲା, ଅଚ୍ୟୁତ ସାମନ୍ତଙ୍କ ହାତ ଛାଡିଦେଲା ବିଜେଡି

ଭୁବନେଶ୍ବର: କିଟ୍ ଘଟଣା ନେଇ ଆଜି ବିଧାନସଭା ପଡିଲା ଉଠିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ କିଟ୍ ବିରୋଧରେ ବିଷଉଦଗାର କରିଛନ୍ତି। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଦସ୍ୟଗଣ ଦାବୀ କରିଛନ୍ତି। ଏ ନେଇ କଂଗ୍ରେସ କିଟ ବିରୋଧରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଛି। ତେବେ ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି।

ହେଲେ ଆଜି ଶୂନ୍ୟକାଳରେ ଏବଂ ମୁଲତବି ଆଲୋଚନାରେ ଏ ନେଇ ବିଭିନ୍ନ ସଦସ୍ୟ କିଟ ବିରୋଧରେ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନାହିଁ ବୋଲି ଦାବୀ କରିଥିଲେ। ଏ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବୀ କରିଥିଲେ। ସରକାର କାହିଁକି ଏ ପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର ବୋଲି ସେ ଦାବୀ କରିଥିଲେ।

ସେ କହିଥିଲେ ଯେ, ଯଦି କଲେଜରେ କୌଣସି ଗଣ୍ଡଗୋଳ ହେଲା ତେବେ ପୁରା କଲେଜକୁ ସାଇନ ଡାଏ କରାଯାଏ। ହେଲେ କେବଳ ନେପାଳି ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ସାଇନ ଡାଏ କରାଗଲା। ସେ ସେହିପରି ଆଉ ଏକ ବଡ ଅଭିଯୋଗ କରିଥିଲେ। ତାହା ହେଲା କିଟ୍ ବିଶ୍ବବିଦ୍ୟାଳୟରେ କେତେ ଆଇଏଏସ ଓ ଆଇପିଏସ ଙ୍କ ସଂପର୍କିୟ ଚାକିରୀ କରିଛନ୍ତି ତାହା ତଦନ୍ତ କରାଯାଉ। ସେମାନଙ୍କ ଦ୍ବାରା କିଟ୍ କେତେ ଲାଭବାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରାଯାଉ।

ସେହିପରି ସରକାରୀ ଦଳର ବାବୁ ସିଂ ମଧ୍ୟ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସରକାର ତୁରନ୍ତ ତାଙ୍କୁ ଗିରଫ କରନ୍ତୁ। ଯେଉଁ ସାମନ୍ତ ମହର୍ଷି କଲେଜରେ ପାଠ ପଢାଉଥିବା ବେଳେ 800 ଟଙ୍କା ଦରମା ପାଉଥିଲେ ଏବେ ସେ 15 ହଜାର କୋଟି ଟଙ୍କାର ମାଲିକ କିପରି ହେଲେ ବୋଲି ପ୍ରଶ୍ନ କରିଥିଲେ। ସେ ନେଇ ତଦନ୍ତ କରାଯାଉ ବୋଲି ବାବୁ ସିଂ ଦାବୀ କରିଥିଲେ।

ଅନ୍ୟପକ୍ଷରେ ବିଧାୟକ ଅଶୋକ ଦାସ ମଧ୍ୟ ଅନୁରୂପ ଭାବେ କିଟ ବିରୋଧରେ ବିଷ ଉଦଗାର କରିଥିଲେ। ସେ କହିଥିଲେ ଯେ, ପୋଲିସ କିଟ ଅଧିକାରୀଙ୍କୁ ଗିରଫ କରିବାର ଦୁଇ ଘଣ୍ଟାରେ କିପରି ବେଲ ମିଳିଗଲା। ତେବେ ସରକାର କଣ କିଟ କୁ ସୁରକ୍ଷା ଦେଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ସେହିପରି ସେ କିଟ ପରିସରକୁ ନିଶାମୁକ୍ତ କରାଯାଉ ବୋଲି ଦାବୀ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ନେତାମାନେ ମଧ୍ୟ କିଟ୍ ବିରୋଧରେ କହିଥିଲେ। ଏକଦା ବିଜେଡି ସାଂସଦ ଥିବା ଅଚ୍ୟୁତ ସାମନ୍ତଙ୍କୁ ଆଉ ବିଜେଡି ସୁରକ୍ଷା ଦେଇ ଅପମାନିତ ହେବାକୁ ଚାହୁଁ ନାହିଁ। ଫଳରେ ଦଳର ବିଧାୟକ ଗଣେଶ୍ବର ବେହେରା କିଟ୍ ଘଟଣାରେ ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଥିଲେ।

kiit KIIT University odishaassembly ଅଚ୍ୟୁତ ସାମନ୍ତ କିଟ ବିଶ୍ବବିଦ୍ୟାଳୟ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026
Latest News

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026

ବଜେଟ୍ ଉପସ୍ଥାପନ ସହିତ ରେକର୍ଡ ସୃଷ୍ଟି କରିବେ ସୀତାରମଣ: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବ ନାମ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.