Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ
ଜାତୀୟ ଖବର

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha Rail Projects
Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

Odisha Rail Projects: ଜୁନାଗଡ଼ ଓ ନବରଙ୍ଗପୁର ନୂଆ ରେଳ ଲାଇନ, ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ସମେତ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି।

ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, ଜୁନାଗଡ଼ ଏବଂ ନବରଙ୍ଗପୁର (୧୧୬ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାମ ପାଇଁ ୨,୮୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପରେ ୩୭୬.୬୪ ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୫୮.୮୭ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୫୧.୬୮ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି। ଜମି ଅଧିଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଅଧିଗ୍ରହଣ କାର‌୍ୟ୍ୟ ହାତକୁ ନିଆଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର-ଜୟପୁର (୪୧ କିଲୋମିଟର) ନୂତନ ଲାଇନ ପ୍ରକଳ୍ପକୁ ୭୪୮ କୋଟି ଟଙ୍କା ଅଟକଳ ସହିତ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ ୨୯୧.୮୭ ହେକ୍ଟର ଘରୋଇ ଜମି ଅଧିଗ୍ରହଣ, ୩୩.୫୯ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୧୩.୪୭ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ ଜମି ଓଡ଼ିଶା ସରକାର ଯୋଗାଇବାକୁ ଥିବାରୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି। ଏପର‌୍ୟ୍ୟନ୍ତ, ମୋଟ ୩୩୮.୯୪ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୨.୪୧ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଇନ୍ଦ୍ରାବତୀ ନଦୀ ଉପରେ ସେତୁ ନିର୍ମାଣ କାର‌୍ୟ୍ୟ ହାତକୁ ନିଆଯାଇଛି।

ସେହିପରି ଜୟପୁର-ମାଲକାନଗିରି (୧୩୦ କିଲୋମିଟର) ନୂତନ ରେଳ ଲାଇନ ପ୍ରକଳ୍ପକୁ  ୨,୩୪୪ କୋଟି ଟଙ୍କା ବ୍ୟୟବରାଦ ଆଧାରରେ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ ୫୦୫.୪୩ ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୧୬୯.୬୮ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୪୫୨.୭୧ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏଥିପାଇଁ ଜମି ଅଧିଗ୍ରହଣ କାର‌୍ୟ୍ୟ ହାତକୁ ନିଆଯାଇଛି। ଏପର‌୍ୟ୍ୟନ୍ତ, ମୋଟ ୧,୧୨୭.୮୨ ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ ୧୬୭.୩୯ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶ୍ରୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ ଷ୍ଟେସନ (୧୭୪ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାର‌୍ୟ୍ୟ ୩,୫୯୨ କୋଟି ଟଙ୍କାରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ ୪୦୩.୨୩ ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, ୭୭.୭୬ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୨୦.୨୫ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି। ଜମି ଅଧିଗ୍ରହଣ ପାଇଁ ସକ୍ଷମ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଜମି ଅଧିଗ୍ରହଣ ହାତକୁ ନିଆଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, ୨୦୦୯-୨୦୧୪ ମଧ୍ୟରେ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କାର ରେଳ ବଜେଟ୍ ମିଳିଥିବା ବେଳେ କେବଳ ୨୦୨୫-୨୬ରେ ଏହାର ପ୍ରାୟ ୧୩ ଗୁଣ ଅଧିକ ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି। ସେହିପରି ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ରାକ୍ କାମ ହୋଇଥିବା ବେଳେ ବାର୍ଷିକ ହାରାହାରୀ ରେଳ ଲାଇନ୍ ନିର୍ମାଣ ୫୩.୪ କିଲୋମିଟର ଥିଲା। ଅନ୍ୟପଟେ ୨୦୧୪-୨୫ ମଧ୍ୟରେ ୨୧୫୦ କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଇଛି, ଅର୍ଥାତ୍ ବାର୍ଷିକ ହାରାହାରୀ ନୂଆ ରେଳ ଲାଇନ ନିର୍ମାଣ ୧୯୫.୪୫ କିଲୋମିଟର ରହିଛି, ଯାହାକି ୩.୫ ଗୁଣ ଅଧିକ ।

ଏପ୍ରିଲ୍ ୨୦୨୫ ସୁଦ୍ଧା ୬୭,୪୯୬ କୋଟି ଟଙ୍କା ବ୍ୟୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ରେଳ ଲାଇନର ଦୋହରୀକରଣ ସମେତ ମୋଟ୍ ୪,୦୧୦ କିଲୋମିଟରର ୪୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୨୮,୦୪୩ କୋଟି ଟଙ୍କା ବ୍ୟୟରେ ୧୪୨୯ କିଲୋମିଟର ଲମ୍ବ ରେଳ ଲାଇନ କାମ ଶେଷ ହୋଇସାରିଛି। ନିକଟରେ ୧୧ଟି ରେଳ ଲାଇନ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି।

ଏହାବ୍ୟତୀତ ୨୧ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି । ଗତ ତିନି ବର୍ଷ ମଧ୍ୟରେ ୪,୮୪୩ କିଲୋମିଟର ଲମ୍ବ ମୋଟ୍ ୩୦ଟି ନୂଆ ରେଳ ଲାଇନ ଏବଂ ୪୬ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

Odisha Rail Projects ଅଶ୍ବିନୀ ବୈଷ୍ଣବ ଓଡିଶା ରେଳ ପ୍ରକଳ୍ପ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026

ଆଜି ଜାନୁୟାରୀ ୧୮ ତାରିଖ ରବିବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

January 18, 2026

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026
Latest News

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026

ମହାନଦୀ ଜଳ ବିବାଦ ଉପରେ ଆନ୍ତଃମନ୍ତ୍ରାଳୟ କମିଟି ବୈଠକ

January 18, 2026

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.