Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ
ଜାତୀୟ ଖବର

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍‌ସ ଭୁବନେଶ୍ବର
ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

ଭୁବନେଶ୍ୱର: ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ସ୍ୱ-ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍‌ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଏହି ଜାତୀୟ ପ୍ରତିଷ୍ଠାନର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗକୁ ଏହି ସହୃଦୟତା, ଏମ୍‌ସ ଭୁବନେଶ୍ୱର ପାଇଁ ଏକ ଅସାଧାରଣ ସମ୍ମାନ ଭାବେ ପ୍ରତିଫଳିତ ହୋଇଛି। ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା, ଗବେଷଣା ଏବଂ ମେଡିକାଲ୍‌ ଶିକ୍ଷା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ସଫଳତା ତଥା ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟବାସୀଙ୍କ ବିଶ୍ବାସଭାଜନ, ପ୍ରଫେସର ଲକ୍ଷ୍ମୀ ବାଈଙ୍କୁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଦେଖାଇଥିବା ପରମ ଶ୍ରଦ୍ଧାର କାରଣ ପାଲଟିଛି।

୧୯୪୫ ମସିହାରେ ଡାକ୍ତରୀ ଡିଗ୍ରୀ ପ୍ରାପ୍ତ କରିବା ସହିତ ୧୯୮୬ ମସିହାରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରୁ ଅବସର ନେବା ପର୍ଯ୍ୟନ୍ତ ନିଃସ୍ୱାର୍ଥପର ଭାବରେ ଦେଶ ସେବା କରିବା ପରେ, ପ୍ରଫେସର ଲକ୍ଷ୍ମୀ ବାଈଙ୍କ ଅବଦାନ ଏମ୍‌ସ ଭୁବନେଶ୍ୱରର ପ୍ରଦର୍ଶନ, ନୈତିକତା ଏବଂ ସେବା ପ୍ରତି ତାଙ୍କର ଅଟଳ ବିଶ୍ୱାସକୁ ପ୍ରତିଫଳିତ କରେ। ସମସ୍ତଙ୍କୁ, ବିଶେଷକରି ଅବହେଳିତ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପ୍ରତିଷ୍ଠାନର ଲକ୍ଷ୍ୟ ପ୍ରତି ତାଙ୍କର ବିଶ୍ୱାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ବିଶ୍ୱସ୍ତ ବ୍ରାଣ୍ଡ୍‌ର ଏହା ଏକ ଗଭୀର ପ୍ରମାଣ।

ସମଗ୍ର ଏମ୍‌ସ ପରିବାର ଏବଂ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ମହାନ କାର୍ଯ୍ୟ ପାଇଁ ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି। “ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କ ଅସାଧାରଣ ଆଗ୍ରହ କେବଳ ଏକ ଆଶୀର୍ବାଦ ନୁହେଁ ବରଂ ଉଚ୍ଚମାନର ରୋଗୀ ସେବା, ଚିକିତ୍ସା ଶିକ୍ଷା ଏବଂ ଉନ୍ନତ ଗବେଷଣାରେ ଏମ୍‌ସ ଭୁବନେଶ୍ୱରର ନିରନ୍ତର ପ୍ରୟାସର ଏକ ଶକ୍ତିଶାଳୀ ସ୍ୱୀକୃତି,” ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।

ପ୍ରଫେସର ଲକ୍ଷ୍ମୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାଶିକୁ ଏମ୍‌ସ ପକ୍ଷରୁ ଏକ କର୍ପସ ପାଣ୍ଠି ଭାବରେ ପ୍ରତିଷ୍ଠା କରାଯିବ। ଏହା ସହାୟତାରେ ସ୍ତ୍ରୀ ରୋଗ ସମ୍ବନ୍ଧୀୟ କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଗବେଷଣା କରିବ ଏମ୍‌ସ। ଅସହାୟ ଏବଂ ଗରିବ ଲୋକଙ୍କୁ ସାମଗ୍ରୀକ କର୍କଟ ସେବା ପ୍ରଦାନ, ପ୍ରତିରୋଧକ ଅଙ୍କୋଲୋଜି ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ଏହା ବ୍ୟବହାର କରାଯିବ। କର୍ପସର ସର୍ବୋତ୍ତମ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରିବା ପାଇଁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଛି।

ଆଜି ପ୍ରଫେସର କେ. ଲକ୍ଷ୍ମୀଙ୍କର ଆଜି ଥିଲା ଶହେତମ ଜନ୍ମବାର୍ଷିକୀ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ତଥା ଅଫିସିଏଟିଂ କାର୍ଯ୍ୟନିର୍ବାହୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ନେତୃତ୍ୱରେ ଏଫ୍‌ଏମଟି ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି, ସ୍ତ୍ରୀରୋଗ ବିଭାଗୀୟ ମୁଖ୍ୟ ଡ. ସୌଭାଗ୍ୟ କୁମାର ଜେନା, ଡ. ପୃଥ୍ବୀରାଜ ସେଠୀ, ଦିବ୍ୟରଞ୍ଜନ ପଟ୍ଟନାୟକ ଏବଂ କମଳ କିଶୋର ମହାପାତ୍ର ପ୍ରମୁଖ ତାଙ୍କ ବ୍ରହ୍ମପୁର ଭାବନଗରସ୍ଥିତ ବାସଭବନରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କୁ କୃତଜ୍ଞତା ପ୍ରଦାନପୂର୍ବକ ୧୦୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ।

AIIMS Bhubaneswar ଏମ୍ସ ଭୁବନେଶ୍ବର ଏମ୍‌ସ ଭୁବନେଶ୍ବରକୁ ଦାନ କେ ଲକ୍ଷ୍ମୀବାଈ ପ୍ରଫେସର କେ ଲକ୍ଷ୍ମୀବାଈ
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.