Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା
ଜାତୀୟ ଖବର

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଅକ୍ଷୟ ତୃତୀୟା
କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

ସୁବାସ କୁମାର ତାରଣିଆଁ

ଭାରତ ଏକ କୃଷି ପ୍ରଧାନ ଦେଶ। ଭାରତର ଶତକଡ଼ା ୭୫ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଏକଦା କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କୃଷିଜୀବି ରାଷ୍ଟ୍ର ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଦେଶର ୧୪୦ କୋଟି ଜନତା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି। କାରଣ ବିନା ଖାଦ୍ୟରେ ମଣିଷ ଜୀବନ ଯାପନ କରିବା ଅସମ୍ଭବ। ତେଣୁ ଚାଷୀମାନେ ହିଁ ଖାଦ୍ୟର ଅଭାବକୁ ପୂରଣ କରିଥାନ୍ତି। ସେଥିପାଇଁ ଚାଷୀଙ୍କୁ ଅନ୍ନଦାତା ବୋଲି କୁହାଯାଏ।

ଓଡ଼ିଶାରେ ସାଧାରଣତଃ ଧାନ, ବିରି, ମୁଗ, କୋଳଥ, ହରଡ଼, ନଳିତା, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଚାଷ କରାଯାଇଥାଏ। ‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’ ଏହି ଉକ୍ତିଟିକୁ ପ୍ରମାଣିତ କରି ଚାଷୀଟି ବଢି ଭୋରରୁ କଂସାଏ ପଖାଳ ଓ ଶାଗଭଜା ଖାଇ ତାର ଅତି ଆପଣାର ସାଥୀ ବଳଦଙ୍କୁ ଯୋଚି ଲଙ୍ଗଳ ଧରି ବିଲକୁ ଯାଏ ଚାଷ କାମ ପାଇଁ। ଖରା ବର୍ଷାକୁ ଖାତିର ନ କରି ନିଜ ଜମିକୁ ଉର୍ବର କରି ସୁନାର ଫସଲ ପଳାଇବା ପାଇଁ ଅହରହ ପ୍ରୟାସ କରିଥାଏ। ସମୟର ପରିବର୍ତ୍ତନ ଫଳରେ ପୁରାତନ ଚାଷ ପଦ୍ଧତିକୁ ଛାଡ଼ି ଆଧୁନିକ ପଦ୍ଧତିରେ ଉନ୍ନତମାନର ବିହନ, କୀଟନାଶକ ଔଷଧ ଓ ରାସାୟନିକ ସାର ପ୍ରୟୋଗ ମାଧ୍ୟମରେ କିପରି କମ୍ ଜମିରେ ଅଧିକ ଫସଲ ଅମଳ କରିପାରିବ ସେଥିପ୍ରତି ଅଧିକ ଦୃଷ୍ଟି ଦେଉଛି ଚାଷୀ।

କୃଷି ଉପରେ ନିର୍ଭରଶୀଳ ଓଡ଼ିଶାରେ ଯେତେସବୁ ପର୍ବପର୍ବାଣୀ ରହିଛି ସେସବୁର ମୂଳ ଉତ୍ସ ହେଉଛି କୃଷି। ରଜପର୍ବ ହେଉ ବା ଅଗ୍ନିଉତ୍ସବ, ମାଣବସା ଗୁରୁବାର ଅବା ପଣା ସଂକ୍ରାନ୍ତି ସବୁକିଛି କୃଷିଭିତ୍ତିକ। କାରଣ କୃଷକର ଖଡ଼ିଛୁଆଁ ଦିବସ ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ କୃଷିକର ଆଦ୍ୟପର୍ବ ଆରମ୍ଭ ହୋଇଥାଏ। ଶୁଦ୍ଧପୁତ୍ତ ହୋଇ ଏହିଦିନ ମାହେନ୍ଦ୍ର ବେଳା ଦେଖି ଯେକୌଣସି କାଯ୍ୟଁକଲେ ଶୁଭଫଳ ମିଳିଥାଏ।

ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ମଧ୍ୟ ଚାଷୀ ଅବଦାନ ଅତୁଳନୀୟ। କାରଣ ଆମ ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ ପଡ଼ୋଶୀ ରାଷ୍ଟ୍ରକୁ ପଠାଯାଉଥିବା ବେଳେ ପଡ଼ୋଶୀ ରାଷ୍ଟ୍ରରେ ଉତ୍ପାଦିତ ଦ୍ରବ୍ୟ ମଧ୍ୟ ଆମ ଦେଶକୁ ଆସିଥାଏ ଯାହାକୁ ଆମଦାନୀ ଓ ରପ୍ତାନୀ କୁହାଯାଏ। ବେଳେ ବେଳେ କିଛି କୁଟନୈତିକ ଶକ୍ତି ପ୍ରୟୋଗ କରି ଅନେକ ରାଷ୍ଟ୍ର ଆମ ଦେଶକୁ ଦ୍ରବ୍ୟ ରପ୍ତାନୀ କରିବାରେ ଜାଣିଶୁଣି ସମସ୍ୟା ସୃଷ୍ଟି କରନ୍ତି। ଫଳରେ ଦେଶରେ କଳାବଜାରୀ ଓ ଅଭାବୀ ବିକ୍ରି ଦେଖାଦିଏ ଏବଂ ଏଥିପାଇଁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହୁଏ, ଯାହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ୁଥିବା ବେଳେ ଏହାର ଫାଇଦା ନେଅନ୍ତି କିଛି ଅସାଧୁ ବ୍ୟବସାୟୀମାନେ।

ତେବେ ଯେଉଁ କୃଷକ ଦିନ ରାତି ପରିଶ୍ରମ କରି ନିଜ ରକ୍ତକୁ ପାଣି କରି ଦେଶକୁ ଖାଦ୍ୟଶସ୍ୟ ଯୋଗାଉଛି, ସେହି କୃଷକ ଏବେ ଘୋର ସଙ୍କଟ ଦେଇ ଗତିକରୁଛି ଓ ଚାଷର ଭବିଷ୍ୟତ ମଧ୍ୟ ଅନ୍ଧାରରେ। ସେହିପରି କୃଷକର ପ୍ରଧାନ ପର୍ବ ଅକ୍ଷୟ ତୃତୀୟା। ଏହି ପବିତ୍ର ଦିନରେ କୃଷକମାନେ ବଡ଼ିଭୋରରୁ ଅଖିମୁଠି ଅନୁକୂଳ କରି ନିଜ କ୍ଷେତରେ ବିହନ ବୁଣି ପ୍ରଥମେ ଚାଷ ଆରମ୍ଭ କରିଥାଏ। ଯେଉଁ ଚାଷକୁ ଅମଳ କରି କୃଷକଭାଇମାନେ ସାରା ଦେଶକୁ ଖାଦ୍ୟ ଯୋଗାଇଥାଏ।

କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହି ପବିତ୍ର ଦିନକୁ ଛୁଟି ଘୋଷଣା କରିବାକୁ କୃଷକଭାଇମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବା କୃଷକମାନଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। କାରଣ କୃଷକ ଆଜି ଉପଯୁକ୍ତ ପ୍ରୋତ୍ସାହନରୁ ବଞ୍ôଚତ। ଯଦି ଚାଷୀକୁ ଉପଯୁକ୍ତ ପ୍ରୋତ୍ସାହନ ସହିତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇପାରିବ, ତେବେ ଜଣେ ଚାଷୀ ଭଲ ଫସଲ ଉତ୍ପାଦନ କରିପାରିବ ଓ ଚାଷ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବ। କିନ୍ତୁ ଉପଯୁକ୍ତ ପ୍ରୋତ୍ସାହନର ରାଶି ସାଙ୍ଗକୁ ଆବଶ୍ୟକୀୟ ସାମଗ୍ରୀ ଅଭାବରୁ ଫସଲରେ କ୍ଷତି ଘଟୁଛି ଏବଂ ଚାଷୀ ଆତ୍ମହତ୍ୟା କରୁଛି।

ସେହିପରି ଦୈବ ଦୁର୍ବିପାକ ଘଟଣା ପାଇଁ ମଧ୍ୟ ଚାଷ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’। ଜଳସେଚନ ପ୍ରତି ଯଥେଷ୍ଟ ପ୍ରାଧାନ୍ୟ ଦିଆ ନଯିବାରୁ ଜଳ ସଙ୍କଟରୁ ଚାଷୀ ମରୁଡ଼ିର ସମ୍ମୁଖୀ ହେଉଛି ଓ ଅତ୍ୟଧିକ ବୃଷ୍ଟିବାତ ଓ ବନ୍ୟା ଫଳରେ କ୍ଷେତରେ ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହିବା ଫଳରେ ଫସଲ ପଚି ନଷ୍ଟ ହୋଇଯାଉଛି । ଫଳରେ ଚାଷୀଟି ଋଣ କରି ଚାଷରେ ଲଗାଇଥିବା ପୁଞ୍ଜି ଶୁଝି ନପାରି ଆତ୍ମହତ୍ୟା କରୁଛି।

ଆମ ଦେଶରେ ସରକାରୀ ପଦପଦବୀରେ ଅବସ୍ଥାପିତ ବଡ଼ ବଡ଼ ଅଫିସରଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ କିରାଣୀ ଓ ପିଅନ ପର୍ଯ୍ୟନ୍ତ ନିଜର ଚାକିରୀ କାଳ ମଧ୍ୟରେ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟଦକ୍ଷତା ତୁଳନାରେ ଢେର ଅଧିକ ଦରମା ପାଇବା ସହିତ ସରକାରୀ ସୁବିଧା ଯଥା ମାଗଣା ଘର, ଗାଡ଼ି, ସ୍ୱାସ୍ଥ୍ୟ ସେବା, ଇପିଏଫ୍ ଓ ଇଏସ୍‌ଆଇ ଇତ୍ୟାଦି ସୁବିଧା ପାଉଛନ୍ତି ଏବଂ ଅବସର ପରେ ସାରା ଜୀବନ ପେନ୍‌ସନ ପାଇ ସୁଖ ସ୍ୱାଚ୍ଛନ୍ଦରେ ଜୀବନ ଅତିବାହିତ କରୁଛନ୍ତି।

ସେହିପରି ରାଜନୀତି କ୍ଷେତ୍ରରେ ଜନପ୍ରତିନିଧିମାନେ ମାତ୍ର ୫ ବର୍ଷ ପାଇଁ ନିର୍ବାଚିତ ହେଉଥିଲେ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ ନିଜର ମୋଟା ଅଙ୍କର ଦରମା ସହିତ ଅସାଧୁ ଉପାୟରେ ପ୍ରଚୁଳ କଳାଧନ ଠୁଳ କରି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପେନ୍‌ସନ ପାଇ ଜୀବନ ଅତିବାହିତ କରନ୍ତି ଏବଂ ପାରିବାରିକ ରାଜନୀତିକୁ ଆପଣେଇ ନିଜେ ରାଜନୀତିରୁ ଦୂରେଇ ରହି ନିଜ ପୁଅ, ଝିଅଙ୍କୁ ସୁଯୋଗ ଦେଇ ଟଙ୍କାର ପାହାଡ଼ ସୃଷ୍ଟିକରି ଚାଲନ୍ତି ବହୁ ବିଳାସପୂର୍ଣ୍ଣ ଅଟ୍ଟାଳିକାର ମାଲିକ ବନୁଥିବା ବେଳେ ଚାଷୀଟି ନିଜ କ୍ଷେତରୁ ଚାଷକାର୍ଯ୍ୟ ସାରି ଘରକୁ ଫେରିଲା ପରେ ଘରେ ରୋଷେଇ କରିବା ପାଇଁ ସଉଦା ନଥିବା ବେଳେ ଅର୍ଥ ଅଭାବରୁ ପୁଅର ପାଠପଢାରେ ଡ଼ୋରୀ ବନ୍ଧା ହେଉଛି, ଋଣ ପରିଶୋଧ କରିନପାରିବାରୁ ଗାଁ ସାହୁକାରଙ୍କ ଜୁଲମ୍ ଚାଷୀକୁ ଆତ୍ମହତ୍ୟା କରିବାକୁ ଏକ ପ୍ରକାର ବାଧ୍ୟ କରୁଛି, ପରିବାରର ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରି ଚଷା ପୁଅ ଝିଅମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନେତା, ମନ୍ତ୍ରୀମାନେ ସେମାନଙ୍କ ଝିଅ ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସୁଥିବା ବେଳେ ଜଣେ କୃଷକ ନିଜ ଝିଅ ବାହାଘର ପାଇଁ ଅର୍ଥ ଅଭାବରୁ ଘରର ପଟ୍ଟା ପାଉତି ଗାଁ ସାହୁକାର ପାଖରେ ବନ୍ଧା ପକାଇଲାଣି ତ ଆଉ କେଉଁଠି ତାର ଅତି ଆପଣାର ସାଥୀ ନିଜର ବଳଦକୁ ବିକିବାକୁ ବାଧ୍ୟ ହେଉଛି।

ଅପର ପକ୍ଷରେ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଚାଷୀ ପ୍ରତି ଶକ୍ତ ଧକ୍କା ଲାଗିଛି। ଫଳରେ ଚାଷରେ ଉନ୍ନତି ଘଟିଛି ସତ, ମାତ୍ର ଚାଷୀ କିନ୍ତୁ ରସାତଳକୁ ଗତି କରୁଛି। ଟ୍ରାକ୍ଟରର ବ୍ୟବହାର ଯୋଗୁ ଚାଷୀ ତାର ବଳଦ ଓ ଲଙ୍ଗଳ ସାହାଯ୍ୟରେ ଜମିକୁ ଚାଷ କରି ଦି’ପଇସା ରୋଜଗାର କରି ନିଜର ପରିବାର ଭରଣ ପୋଷଣ କରୁଥିଲା ସେ ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆଉ ହଳ ଲଙ୍ଗଳ କ୍ଷେତରେ ଦେଖିବାକୁ ମିଳୁନାହିଁ, ବଳଦ ଏବେ ଅଦରକାରୀ ହୋଇଯାଇଛି ଏବଂ ଲଙ୍ଗଳ ଘରେ ରହି ରହି କିଛିଦିନ ପରେ ନଷ୍ଟ ହୋଇଯାଉଛି।

ସେହିପରି ଧାନ ରୁଆ ସମୟରେ ଚାଷୀ ତାର ସ୍ତ୍ରୀ ଓ ପିଲାଙ୍କୁ ଧରି ଧାନ ରୋଇ କିଛି ରୋଜଗାର କରି ଭବିଷ୍ୟତ ପାଇଁ ସଞ୍ଚୟ କରୁଥିବା ବେଳେ ଏବେ ସେ ସ୍ଥାନ ପୂରଣ କରିଛି ଧାନରୁଆ ମେସିନ୍‌, ଯାହା ଫଳରେ କିଛି ଶିଳ୍ପ ପ୍ରତିଷ୍ଠାନ ଓ ଟ୍ରାକ୍ଟର ମାଲିକମାନେ ମାଲେମାଲ ହେଉଛନ୍ତି। ସେହିପରି ପ୍ରଶାସନିକ ଅଧିକାରୀ, ଜମି ମାଫିଆ ଓ ଦଲାଲମାନଙ୍କ ମିଳିତ ଚକ୍ରାନ୍ତରେ ଚାଷ ଜମିର କିସମ ପରିବର୍ତ୍ତନ କରାଯାଇ ଘରବାରିରେ ପରିଣତ କରାଯାଉଛି। ଫଳରେ ଏହି ଜମି ଦଲାଲ ଓ ମାଫିଆ ମାନେ ଚାଷୀଙ୍କୁ ଧମକ ଚମକ ଦେଇ ସେମାନଙ୍କ ଜମିକୁ ଶାଗମାଛ ଦରରେ କିଣି ତାକୁ ପ୍ଲଟିଂ କରି, ଘରବାରି ଦର୍ଶାଇ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି ଓ ଆଉ କିଛି ଜମି ଚଢା ଦର କାରଣରୁ ପଡ଼ିଆ ହୋଇ ପଡ଼ିରହୁଛି । ଫଳରେ ଚାଷୀ ଅନେକ କ୍ଷତି ସହୁଥିବା ବେଳେ ଚାଷରେ ବାଧା ସୃଷ୍ଟି ହେଉଛି ଓ ‘ଜୟ ଯବାନ ଜୟ କିଷାନ’ ଆଜି ‘ଜୟ ଯବାନ ଜୟ ପ୍ରଶାସନ’ରେ ପରିଣତ ହୋଇଛି।

କୃଷକମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ ସମାଜସେବୀ ତଥା ଉଦୀୟମାନ ଯୁବକ ପ୍ରତାପ କୁମାର ସାହୁ ନିଜ ଗ୍ରାମ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରାହିଁପୁର ପଞ୍ଚାୟତର ମଣିଜୋରୀ ଗ୍ରାମରେ ଭାରତର ସର୍ବପ୍ରଥମ କୃଷକ ମନ୍ଦିର ପ୍ରତିଷ୍ଠା କରିଥିଲେ। ବିପ୍ଲବୀ କବି ରବି ସିଂ ଓ ପ୍ରାକ୍ତନ ସାଂସଦ ମୋହନ ଜେନା ଏହି କୃଷକ ମନ୍ଦିରକୁ ଉଦ୍‌ଘାଟନ କରିଥିଲେ। ସେହିଦିନ ଠାରୁ ପ୍ରତିବର୍ଷ କୃଷକମାନଙ୍କର ପବିତ୍ର ଉତ୍ସବ ‘ଅକ୍ଷୟ ତୃତୀୟ’ ଦିନ ଉକ୍ତ କୃଷକ ମନ୍ଦିରରେ ହୋମଯଜ୍ଞ କରାଯିବା ସହ ହଳ ପ୍ରତିଯୋଗିତା, ଗାଈ ଗୋରୁମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥାଏ। ସେଠାରେ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ହଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ କୃତି କୃଷକ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଥାଏ।

ଦେଶରେ ସମୁଦାୟ ଚାଷୀମାନଙ୍କ ମଧ୍ୟରୁ ଅଶୀ ଭାଗ ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର ଚାଷୀ। କୃଷି ଦେଶର ପଚାଶଭାଗ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଉଥିଲା ବେଳେ ସେମାନଙ୍କୁ ଅବହେଳା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅନେକ ଧାନଚାଷୀ, ମୁଗ ଚାଷୀ, ଆଖୁଚାଷୀଙ୍କ ଭଳି ଆହୁରି ଅନେକ ଚାଷୀ ଏବେ ବି ସରକାରୀ ସାହାଯ୍ୟ ସୁବିଧାକୁ ଚାହିଁ ବସିଛନ୍ତି। ଆଧୁନିକ ଜ୍ଞାନକୌଶଳ, ଉନ୍ନତମାନ ବିହନର ଅଭାବ ସହିତ ଜଳସେଚନର ସୁବିଧା, ବିଶେଷକରି ପାଣିପାଗ ସମ୍ବନ୍ଧୀୟ ତଥ୍ୟ ପ୍ରଦାନରେ ବିଫଳତା, ବ୍ୟାଙ୍କମାନଙ୍କ ତରଫରୁ ଋଣ ପ୍ରଦାନରେ ଅବହେଳା, ଗାଁ ସାହୁକାରର କୃଷକମାନଙ୍କ ପ୍ରତି ଜୁଲମ, ଉତ୍ପାଦିତ ଦ୍ରବ୍ୟର କ୍ରୟ ବିକ୍ରୟ ପାଇଁ ସ୍ଥାନ ଚିହ୍ନଟ ନ କରିବା, ଭାଗଚାଷୀମାନଙ୍କୁ ଚିହ୍ନଟ ପ୍ରକ୍ରିୟାରେ ଜାଣିଶୁଣି ଅବହେଳା କରିବା, ଉତ୍ପାଦିତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା ନକରିବା କାରଣରୁ ଚାଷୀ ଆଜି ଦେଶର ଅନ୍ନଦାତା ହୋଇଥିଲେ ମଧ୍ୟ ତାର ଅଭାବ ଦେଖାଦେଇଛି।

ଏଥିପାଇଁ ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇ ସେମାନଙ୍କୁ ଅନ୍‌ଲାଇନ ମାଧ୍ୟମରେ ପଞ୍ଜିିକରଣ କରିବା, ପ୍ରତିରାଜ୍ୟ ଓ ଜିଲ୍ଲାରେ କୃଷି ଗବେଷଣା କେନ୍ଦ୍ର ଖୋଲାଯାଇ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ସେମାନଙ୍କୁ ତାଲିମ୍ ଦେବା, ବୃଷ୍ଟି ଜଳକୁ ସଂରକ୍ଷତି ରଖି ତାକୁ ଚାଷ ସମୟରେ ଠିକ ଭାବେ ବିନିଯୋଗ କରିବା, ବହୁ ପାରିମାଣରେ ଶୀତଳ ଭଣ୍ଡାର ନିର୍ମାଣ କରି ଉତ୍ପାଦିତ ଦ୍ରବ୍ୟସବୁକୁ ସୁରକ୍ଷିତ ରଖିବା ସହିତ ଗରିବ କୃଷକଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ଏକ କୃଷକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ଦୈବୀ ଦୁର୍ବିପାକ ଓ ଅତ୍ୟାବଶ୍ୟକ ସମୟରେ ଏହି ପାଣ୍ଠିର ସୁବିନିଯୋଗ କରିବା, ଚାଷ କ୍ଷେତ୍ରରେ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଅକ୍ଷୟ ତୃତୀୟାକୁ ସରକାରୀ ଭାବେ ଛୁଟି ଘୋଷଣା କରିବା, ସରକାରୀ ପଦାଧିକାରୀଙ୍କ ଭଳି କୁଶଳୀ ତଥା ଅଭିଜ୍ଞ ଚାଷୀମାନଙ୍କୁ ପୁରସ୍କୃତ କରାଯିବା ସହିତ ସରକାରୀ କର୍ମଚାରୀଙ୍କ ଭଳି କୃଷକମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଲାଗୁ କରାଯାଏ, ତେବେ ଯାଇ ଚାଷୀର ସବୁ ସମସ୍ୟା ଦୂର ହୋଇପାରନ୍ତା ଓ ଚାଷୀମାନଙ୍କୁ ଆଉ ଆତ୍ମହତ୍ୟା କରିବାକୁ ପଡ଼ନ୍ତା ନାହିଁ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ଅକ୍ଷୟ ତୃତୀୟା କୃଷକର ଖଡ଼ିଛୁଆଁ ପର୍ବ ସୁବାସ କୁମାର ତାରଣିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.