ଭୁବନେଶ୍ବର: ବହୁ ବିଳମ୍ବ ପରେ ଆଜି ବିଜୁ ଜନତା ଦଳ ବାକିଥିବା ଦୁଇଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଦଳ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିସାରିଥିବା ବେଳେ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲା ବାକି ରହିଥିଲା। ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଦୁଇ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପାଇଁ ପୂର୍ତନ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ ଏବଂ ବାଲେଶ୍ବର ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
ସେହିପରି ଦଳ ଛଅଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟ ନିଯୁକ୍ତ କରିଛି। ସେମାନେ ହେଲେ
ଖୋର୍ଦ୍ଧା- ମନ୍ନଥ ରାଉତରାୟ
ବାଲେଶ୍ବର- ଗୌତମ ବୁଦ୍ଧ ଦାସ
ଅନୁଗୁଳ- ନଳିନୀ କାନ୍ତ ପ୍ରଧାନ
ବୌଦ୍ଧ- ମହୀଧର ରଣା
ଢେଙ୍କାନାଳ- ନରୋତ୍ତମ ସାହୁ
କେଉଁଝର- ପ୍ରମୋଦ ପଟ୍ଟନାୟକ
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜେଡି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


