Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ
ଜାତୀୟ ଖବର

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀରେ CJP ସମର୍ଥନ
ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଦେଶିକା ପରୀକ୍ଷା ପାଇଁ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ଓ ଗତ ୧୦ ବର୍ଷ ଭିତରେ ୨୦୧୫, ୨୦୧୬, ୨୦୨୧, ୨୦୨୪କୁ ମିଶାଇ ୫ ଥର ନିଟ୍ ପେପର ଲିକ୍ ହେବା ଏବଂ ଅନ୍ୟ ପରୀକ୍ଷାଗୁଡ଼ିକ ସହିତ ୮୯ ଥର ହେବା ଘଟଣାକୁ ନେଇ ହୋଇଥିବା ଅନିୟମିତତା ସନ୍ଦର୍ଭରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍ତର ଦାୟିତ୍ବ ଓ ଇସ୍ତଫା ପ୍ରଦାନ ଦାବୀରେ ଦିଲ୍ଲୀରେ ଅଭିଜିତ୍ ଦିପକେଙ୍କ ନେତୃତ୍ବରେ କକ୍ରୋଚ୍ ଜନତା ପାର୍ଟି ତରଫରୁ ଜୁନ୍ ୨୦ରୁ ଚାଲିଥିବା ୧୪ ଦିନର ଧାରଣା ଓ ବିଶିଷ୍ଠ ଶିକ୍ଷାବିତ୍, ପରିବେଶବିତ୍ ସୋନମ୍ ଓ୍ବାଙ୍ଗଚୁକଙ୍କର ୬ଦିନର ଅନଶନ ସତ୍ୟାଗ୍ରହକୁ ସମର୍ଥନ କରି ଆଜି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଦିନିକିଆ ଅନଶନ ସତ୍ୟାଗ୍ରହ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହୋଇଯାଇଛି।

ଗତ ନିଟ୍ ପରୀକ୍ଷା ଲିକ୍ ଘଟଣାରେ ୧୪ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟା ଓ କକ୍ରୋଚ୍ ଜନତା ପାର୍ଟିର ୧୪ ଦିନର ଧାରଣା ସହିତ ସୋନମ୍ ଓ୍ବାଙ୍ଗଚୁକଙ୍କର ୬ ଦିନର ଅନଶନ ପରେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେବା ବେଳେ, ସେ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ନୀତିନ ନବୀନଙ୍କର ଧାରଣାରତ ସତ୍ୟାଗ୍ରହୀମାନଙ୍କୁ ଆତଙ୍କବାଦୀ ଓ ଦେଶର ବିଭାଜିତ ଶକ୍ତି କହି ଗାଳିଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବଦ୍ରଷ୍ଟା ହୋଇ ରହିବା କେବଳ ଏମାନଙ୍କର ସମ୍ବେଦନଶୂନ୍ୟତା ଓ ଉତ୍ତରଦାୟିତ୍ବ ହୀନତାର ଲକ୍ଷଣ ପ୍ରକାଶ ପାଉନାହିଁ, ବରମ୍ ସାମ୍ବିଧାନିକ ଗଣତାନ୍ତ୍ରିକ ମୂଲ୍ୟକୁ ନଷ୍ଟ କରିବା ସହିତ ଏକଛତ୍ରବାଦୀ ହୋଇ ଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ଶ୍ରୀ କୁମାର ପ୍ରକାଶ କରିଛନ୍ତି।

ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ପରେ ମେ ୧୨ ତାରିଖରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। କିନ୍ତୁ କକ୍ରୋଚ୍ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ୍ ଦିପକେଙ୍କ ନେତୃତ୍ବରେ ଜନ୍ତରମନ୍ତରରେ ଜୁନ୍ ୬ ତାରିଖରେ ପ୍ରଥମ ଦିନର ଧାରଣା ଦିଆଯାଇଥିଲା, ଯେଉଁଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍ତରଦାୟିତ୍ବକୁ ନେଇ ତାଙ୍କର ଇସ୍ତଫା ଦାବୀ କରାଯାଇଥିଲା। କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେବା ବା ପ୍ରଧାନମନ୍ତ୍ରୀଙ୍କ ଏ ବାବଦରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପରିଣାମରେ କକ୍ରୋଚ୍ ଜନତା ପାର୍ଟି ଜୁନ୍ ୨୦ ତାରିଖରୁ ଜନ୍ତରମନ୍ତରରେ ପୁନଃ ନିୟମିତ ଧାରଣା ଆରମ୍ଭ କରିଥିଲେ।

ଯେତେବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ସକରାତ୍ମକ ପଦେକ୍ଷେପ ଦେଖିବାକୁ ମିଳିଲା ନାହିଁ, ତେଣୁ ବାଧ୍ୟ ହୋଇ ବିଶିଷ୍ଠ ଶିକ୍ଷାବିତ୍ ଓ ପରିବେଶବିତ୍ ସୋନମ୍ ଓ୍ବାଙ୍ଗଚୁକ୍ ଜୁନ୍ ୨୮ ତାରିଖରୁ, ଆଜିକୁ ୬ ଦିନ ହେଲା ଅନଶନରେ ବସି ରହିଛନ୍ତି। ଏହି ଧାରଣା ଓ ଅନଶନକୁ ସମର୍ଥନ କରି ଚାଷୀ ନେତା ଗୁରୁନାମ ସିଂ ଚଡୌନିଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମେ ୨୬ରୁ ୩ ଦିନ ପାଇଁ ଏହି ଧାରଣା ଓ ଅନଶନରେ ଯୋଗଦେଇଥିଲେ। ଯେହେତୁ ଛାତ୍ରମାନଙ୍କ ଭବିଷ୍ଯତ ସହିତ ଖେଳଖେଳିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନାହାନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ଏବଂ ସୋନମ୍ ଓ୍ବାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଛି, ସେଥିପାଇଁ ଛାତ୍ରମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ଏବଂ ସୋନମ୍ ଓ୍ବାଙ୍ଗଚୁକଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସଂଗଠନ ପକ୍ଷରୁ ଭୁବନେଶ୍ବରର ପିଏମଜିରେ ଦିନିକିଆ ଅନଶନ ସତ୍ୟାଗ୍ରହ ଓ ଧାରଣା ଦିଆଯାଇଛି।

ଏହି ଅନଶନ ସତ୍ୟାଗ୍ରହରେ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ବାଇଁ, ସଂଗଠନର ରାଜ୍ୟ ମହିଳା ନେତ୍ରୀ ମଧୁମିତା ସାମଲ, ନବନିର୍ମାଣ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, କେନ୍ଦ୍ରାପଡ଼ା ସଂଯୋଜକ ଅକୃର ପଲେଇ, ସହସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଉପଦେଷ୍ଠା ଦାଶରଥି ସାହୁ ଉପସ୍ଥିତ ଥିଲେ।

ସେହିପରି ଜଗତସିଂହପୁରର ବରିଷ୍ଠ ଚାଷୀ ନେତା ଦୁର୍ଗା ଚରଣ ସ୍ବାଇଁ, ରଘୁନାଥ ନାୟକ, ଭଦ୍ରକର ବରିଷ୍ଠ ଚାଷୀ ନେତା ରବି ପଣ୍ଡା, ଭାଗୀରଥି ବାରିକ, ଜିଲ୍ଲା ସହସଂଯୋଜକ ସତ୍ୟ ନାୟକ, ଯୁବ ନେତା ପ୍ରଭାତ ମାହାଳିକ, ସନ୍ତୋଷ ଭାରତୀ, ଖୋର୍ଦ୍ଧାର ବରିଷ୍ଠ ଚଷୀ ନେତା ପ୍ରଫୁଲ ପରିଡ଼ା, ସହ ସଂଯୋଜକ ନିରଞ୍ଜନ ପ୍ରଧାନ, ନୟାଗଡ଼ ସଂଯୋଜକ ପ୍ରସନ୍ନ ପ୍ରଧାନ,  ଅଜୟ ମହାନ୍ତି, ଗଞ୍ଜାମର ଛାତ୍ର ନେତା ଗଣେଶ ବେହେରା, କଟକ ଜିଲ୍ଲା ସହସଂଯୋଜକର କୃଷ୍ଣ ଚନ୍ଦ୍ର ବେହେରା, ଅଶୋକ ମହାନ୍ତି, ରୂପେନ୍ଦ୍ର ରାଉତ, ଫୁଲବାଣୀର ଯୁବ ନେତା ବିଦ୍ୟୁତ କୁମାର, ଭୁବନେଶ୍ବର ଯୁବନେତା ଏସ. କେ. ଇନିଆଜ ପ୍ରମୁଖ ଉପସ୍ଥିତ ଥିଲେ।

CJP ସମର୍ଥନ ଅକ୍ଷୟ କୁମାର ଓଡିଶା ନବନିର୍ମାଣ କୃଷକ ସଂଗଠନ କକ୍ରୋଚ୍ ଜନତା ପାର୍ଟି ନବନିର୍ମାଣ କୃଷକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ–ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

July 4, 2026

ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026
Latest News

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026

ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ–ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

July 4, 2026

ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.