Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ନାନ୍‌’ରୁ ଆରମ୍ଭ, ବିଧାନସଭାରେ ଶେଷ! ୧୭୦ ଟଙ୍କାର ବିଲ୍‌କୁ ନେଇ ବିବାଦ
ଜାତୀୟ ଖବର

‘ନାନ୍‌’ରୁ ଆରମ୍ଭ, ବିଧାନସଭାରେ ଶେଷ! ୧୭୦ ଟଙ୍କାର ବିଲ୍‌କୁ ନେଇ ବିବାଦ

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଣାଜୀ: ଗୋଟିଏ ରେଷ୍ଟୁରାଣ୍ଟ ବିଲ୍‌କୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଏବେ ବିଧାନସଭାରେ ପହଞ୍ଚିଛି। ମାତ୍ର ୧୭୦ ଟଙ୍କାର ପନିର ଗାର୍ଲିକ୍‌ ନାନ୍‌କୁ ନେଇ ହୋଇଥିବା ବିବାଦରେ ଜଣେ ପୋଲିସ ଅଧିକାରୀ ଅଡ଼ୁଆରେ ପଡ଼ିଛନ୍ତି। ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଶେଷରେ ମାମଲା ଗୋଆ ବିଧାନସଭାରେ ଉଠିବା ସହ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଅଗଷ୍ଟ ୨୬ ତାରିଖରେ ପୋରଭୋରିମ୍‌ର ସୋକୋରୋସ୍ଥିତ ରୋହିତ ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟକୁ ସବ୍‌-ଇନ୍ସପେକ୍ଟର ବିରାଜ ସାୱନ୍ତ ତାଙ୍କ ବନ୍ଧୁ ଆକାଶ ପାଟିଲଙ୍କ ସହ ଯାଇଥିଲେ। ଖାଇବା ପରେ ପନିର ଗାର୍ଲିକ୍‌ ନାନ୍‌ର ଦାମକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ। ନାନ୍‌ର ମୂଲ୍ୟ ୧୭୦ ଟଙ୍କା ଥିବାକୁ ନେଇ ଆରମ୍ଭ ହୋଇଥିବା ଆଲୋଚନା ଧୀରେ ଧୀରେ ତୀବ୍ର ଯୁକ୍ତିତର୍କର ରୂପ ନେଇଥିଲା।

ଅଭିଯୋଗ ଅନୁଯାୟୀ, ଯୁକ୍ତିତର୍କ ସମୟରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ଏପରିକି ରାତି ୧୧ଟା ପରେ ରେଷ୍ଟୁରାଣ୍ଟ ଖୋଲା ରଖିଥିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ମାମଲାଟି ଚର୍ଚ୍ଚାକୁ ଆସିଥିଲା। ପରେ ଆଉ ଏକ ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ବିରାଜ ସାୱନ୍ତଙ୍କ ବନ୍ଧୁ ଆକାଶ ପାଟିଲ ପୁଣି ରେଷ୍ଟୁରାଣ୍ଟକୁ ଆସି କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଦାବି କରାଯାଇଛି।

ଘଟଣା ସମୟରେ ରେଷ୍ଟୁରାଣ୍ଟରେ ପିଲାମାନେ ମଧ୍ୟ ଉପସ୍ଥିତ ଥିବା ଏବଂ ସେମାନଙ୍କ ସାମ୍ନାରେ ଆପତ୍ତିଜନକ ଭାଷା ବ୍ୟବହାର ହୋଇଥିବା ଅଭିଯୋଗ ରହିଛି।

ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହି ଘଟଣା ଗୋଆ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ଘଟଣାକୁ ନେଇ ପୋଲିସ ଅଧିକାରୀଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବିରୋଧୀ ଦଳ ଏହାକୁ ପୋଲିସର କଥିତ ‘ଦାଦାଗିରି’ର ଉଦାହରଣ ବୋଲି ଅଭିଯୋଗ କରିଥିଲେ।

ଘଟଣାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଧାନସଭାରେ କହିଛନ୍ତି ଯେ ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ସମେତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଏବେ ୧୭୦ ଟଙ୍କାର ଏକ ପ୍ଲେଟ୍‌ ନାନ୍‌କୁ ନେଇ ଆରମ୍ଭ ହୋଇଥିବା ବିବାଦ କେଉଁ ମୋଡ଼ ନେଉଛି, ତାହା ଉପରେ ନଜର ରହିଛି।

controversy garlicnaan goaassembly
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026

ଡୋଭାଲଙ୍କ ସମର୍ଥନରେ ବାହାରିଲେ ପୂର୍ବତନ ସୈନିକ: ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.