Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌
ଜାତୀୟ ଖବର

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌
‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ନିବେଶ ବ୍ୟାଙ୍କ୍‌ ଜେଫ୍ରିଜ୍‌ ୯ ସେପ୍ଟେମ୍ବରରେ ପ୍ରକାଶ କରିଥିବା ଏହାର ରିପୋର୍ଟରେ ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଉପଲବ୍ଧିକୁ ଉଚ୍ଚ ପ୍ରଶଂସା କରିଛି। ବୃହତ ଘରୋଇ ବଜାର, ବେସରକାରୀ କ୍ଷେତ୍ରର ଅଧିକରୁ ଅଧିକ ଅଂଶଗ୍ରହଣ ଏବଂ ଦୀର୍ଘସ୍ଥାୟୀ ନୀତିଗତ ସମର୍ଥନ କାରଣରୁ ‘‘ଭାରତରେ ଏକ ନୂତନ ଶିଳ୍ପ ବିପ୍ଳବ’’ ଆସିଥିବା ସଂସ୍ଥା କହିଛି।

ବିଶେଷ କରି ମହାକାଶ କ୍ଷେତ୍ରକୁ ବେସରକାରୀ ସଂସ୍ଥା ପାଇଁ ଖୋଲିବା, ଡାଟା ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଟିକସ କୋହଳ କରିବା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଏବଂ ସ୍ଥାନୀୟ ପଦକ୍ଷେପ ସହିତ ସରକାରୀ ଜିପିୟୁ କ୍ରୟ ଭଳି ପ୍ରୟାସ ଏସବୁ ଉଦୀୟମାନ କ୍ଷେତ୍ରରେ ପ୍ରଗତିକୁ ଆଗେଇ ନେଉଥିବା ଜେଫ୍ରିଜ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଜେଫ୍ରିଜ୍‌ କହିଛି, ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷମତା ଥିବା ବିଶ୍ୱର ହାତଗଣତି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ସ୍କାଏରୁଟ୍‌, ପିକ୍ସେଲ ଓ ଅଗ୍ନିକୁଲ୍‌ ଭଳି ବେସରକାରୀ ସଂସ୍ଥା ବାଣିଜ୍ୟିକ ମହକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସର ହେଉଥିବାରୁ ଏହି ମହାକାଶ ଅର୍ଥବ୍ୟବସ୍ଥା ୨୦୩୦ ସୁଦ୍ଧା ୫ ଗୁଣ ବୃଦ୍ଧି ପାଇ ୪ ହଜାରରୁ ୪,୫୦୦ କୋଟି ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପ୍ରୋତ୍ସାହନ ନୀତିଗତ କାର୍ଯ୍ୟକାରିତାରୁ ପ୍ରାୟ ୨ ହଜାର କୋଟି ଡଲାର ନିବେଶରେ ରୂପାନ୍ତରିତ ହୋଇଛି। ଗୋଟିଏ ଚିପ୍‌ ଫାବ୍‌ ନିର୍ମାଣାଧୀନ ରହିଥିବା ବେଳେ ଏକାଧିକ ଓଏସଏଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ଆହୁରି ପ୍ରାୟ ୧୩ ଶହ କୋଟି ଡଲାର ମୂଲ୍ୟର ପ୍ରୋତ୍ସାହନ ଯୋଜନା ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଅଧିକ ମଜଭୁତ କରିବ।

ଅନୁରୂପ ଭାବେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଡାଟା ସେଣ୍ଟର କ୍ଷମତା ୫ ଗୁଣ ବୃଦ୍ଧି ପାଇ ୨ ଗିଗାୱାଟରେ ପହଞ୍ଚିଛି ଏବଂ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦ ଗିଗାୱାଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଫଳରେ ଶକ୍ତି, କୁଲିଂ, ନିର୍ମାଣ ଏବଂ ନେଟୱର୍କ କ୍ଷେତ୍ରରେ ୪୫ ହଜାର କୋଟି ଡଲାର ନିବେଶ ସୁଯୋଗ ସୃଷ୍ଟି ହେବ।

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଭାରତ ଆସେମ୍ବ୍ଲି ଠାରୁ ଆଗକୁ ବଢ଼ି ଉଚ୍ଚ ମୂଲ୍ୟ ବୃଦ୍ଧି ଏବଂ ସରଞ୍ଜାମ ଉତ୍ପାଦନରେ ପ୍ରବେଶ କରିଛି। ମୋବାଇଲ ସରଞ୍ଜାମ କ୍ଷେତ୍ରରେ ଘରୋଇ ମୂଲ୍ୟ ବୃଦ୍ଧି ୨୦% ରୁ କମ୍‌ ଥିବା ବେଳେ ଏହା ଆସନ୍ତା ୬ ବର୍ଷରେ ୫୦%ରେ ପହଞ୍ଚିବାର ଆଶା କରାଯାଉଛି।

ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌର ପିଭି ନିର୍ମାତା। ଦେଶର କାର୍ଯ୍ୟକ୍ଷମ ସେଲ୍ କ୍ଷମତା ପ୍ରାୟ ୩୫ ଗିଗାୱାଟ ଥିବା ବେଳେ ଆଉ ପ୍ରାୟ ୧୦୦ ଗିଗାୱାଟ ନିର୍ମାଣାଧୀନ ରହିଛି। ୨୦୩୦ ସୁଦ୍ଧା ମୂଲ୍ୟ ଶୃଙ୍ଖଳାର ପ୍ରାୟ ୯୦% ସ୍ଥାନୀୟ ଉତ୍ପାଦନ ହେବ ବୋଲି ଜେଫ୍ରିଜ୍‌ ପକ୍ଷରୁ ଆକଳନ କରାଯାଇଛି।

ଭାରତ ବିଶ୍ୱ ଏରୋସ୍ପେସ୍ ଚାହିଦା-ଯୋଗାଣ ଅସନ୍ତୁଳନର ଏକ ଲାଭାର୍ଥୀ ଭାବରେ ଉଭା ହେଉଛି। ଏହା ମୂଲ୍ୟ ପ୍ରତିଯୋଗିତାମୂଳକ ଉତ୍ପାଦନ ଏବଂ ଇଞ୍ଜିନିୟରିଂ ପ୍ରତିଭା ଦ୍ୱାରା ସମର୍ଥିତ। ବୋଇଂ ଓ ଏୟାରବସ୍ ପୂର୍ବରୁ ଭାରତରୁ ବାର୍ଷିକ ୧୪୦ରୁ ୧୬୦ କୋଟି ଡଲାର ସାମଗ୍ରୀ ଆମଦାନୀ କରୁଛନ୍ତି। ଅନ୍ୟପଟେ ଭାରତୀୟ ଫାର୍ମଗୁଡ଼ିକ ବିଶ୍ୱର ଓଇଏମ ଏବଂ ଟିୟର-୧ କମ୍ପାନୀଗୁଡ଼ିକୁ ଯୋଗାଣ କରୁଛନ୍ତି।

ଭାରତରେ ଘରୋଇ କ୍ଷେତ୍ରରେ ରହିଥିବା ବ୍ୟାପକ ସୁଯୋଗ, ବେସରକାରୀ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଏବଂ ସରକାରଙ୍କ ସହଯୋଗ ଫଳରେ ନୂତନ ଉଦ୍ୟୋଗର ବିସ୍ତାରକୁ ଜେଫ୍ରିଜ୍‌ ରିପୋର୍ଟରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହାଦ୍ୱାରା ଘରୋଇ ସାମର୍ଥ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷମତା ବଢ଼ିବ ବୋଲି ସଂସ୍ଥା କହିଛି।

ଜେଫ୍ରିଜ୍‌ ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଭାରତର ନୂତନ ଶିଳ୍ପ ବିପ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ୟୁଏଇର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026
Latest News

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

September 10, 2026

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ୟୁଏଇର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.