ନୂଆଦିଲ୍ଲୀ: ବିହାରରେ କୌଣସି ଏକ ବଡ଼ ଖେଳ ହେବାକୁ ଯାଉଛି? ରାଷ୍ଟ୍ରୀୟ ଜନତା ଦଳ (RJD) ନେତାଙ୍କ ଦାବି ପରେ ଏହି ପ୍ରଶ୍ନ ଉଠିଛି।
RJD ର ବରିଷ୍ଠ ବିଧାୟକ ଭାଇ ବୀରେନ୍ଦ୍ର ଦାବି କରିଛନ୍ତି ଯେ, ବିହାରରେ ଶୀଘ୍ର ରାଜନୈତିକ ଖେଳ ହେବ। NDA ରେ ସବୁକିଛି ଅଲ୍ ଇଜ୍ ୱେଲ୍ ନାହିଁ ଏବଂ ଶୀଘ୍ର NDA ରେ ବିସ୍ଫୋରଣ ହେବ।
ଭାଇ ବୀରେନ୍ଦ୍ର ଆହୁରି କହିଛନ୍ତି ଯେ, “ନୀତୀଶ କୁମାର, ନିଶାନ୍ତ ବୁଝି ସାରିଛନ୍ତି, ଚିହ୍ନି ସାରିଛନ୍ତି କେଉଁ ଲୋକେ କେଉଁ ଦଳ ସହ ମିଶି ଖେଳ କରୁଛନ୍ତି, କେମିତି MLC ନିର୍ବାଚନରେ ଜେଡିୟୁକୁ ହରାଇ ଦିଆଗଲା। ନୂଆ ଖେଳ ଏବେ ଶୀଘ୍ର ହେବ, ଟିକେ ଅପେକ୍ଷା କରନ୍ତୁ।”
କଳ୍ପନାଜଳ୍ପନା ଆରମ୍ଭ:
RJD ନେତାଙ୍କ ଏହି ବୟାନ ପରେ ବିହାର ରାଜନୀତିରେ କଳ୍ପନାଜଳ୍ପନାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି, ରାଜ୍ୟ ରାଜନୀତିରେ କୌଣସି ନୂଆ ସମୀକରଣ ତିଆରି ହେବ କି?
ବିଜେପିର ପ୍ରତିକ୍ରିୟା:
ଅନ୍ୟପଟେ ବିଜେପି ମୁଖପାତ୍ର ନୀରଜ କୁମାର ଭାଇ ବୀରେନ୍ଦ୍ରଙ୍କ ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ସେ କହିଛନ୍ତି ଯେ, RJD ନେତାଙ୍କ ଏହି ବୟାନ ହତାଶରେ ପରିପୂର୍ଣ୍ଣ, ଭିତ୍ତିହୀନ ଓ କେବଳ ଗୁଜବ। ଭାଇ ବୀରେନ୍ଦ୍ର ନିଜ ଦଳ ଓ ଲାଲୁ ପରିବାରର ଅନ୍ତଃକଳହ ବିଷୟରେ କଥା ହେବା ଉଚିତ୍।
ସେ ଆହୁରି କହିଛନ୍ତି ଯେ, “ବିହାରରେ NDA ଲଗାତାର ବିକାଶ କାମରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବାସଭବନରେ NDA ବୈଠକ ହୋଇଥିଲା, ସମସ୍ତେ ସମ୍ରାଟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିହାରରେ NDA ସରକାରର ଏକ ବର୍ଷ ପୂରା ହେବାକୁ ଯାଉଛି। ୨୧ ନଭେମ୍ବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରକୁ ନୂଆ ଭେଟି ଦେବାକୁ ଆସୁଛନ୍ତି।”
RJD ର ବୟାନକୁ ବିଜେପି ସମ୍ପୂର୍ଣ୍ଣ ଖାରଜ କରିଛି।


