ଦାରୁ ପ୍ରାପ୍ତି ସ୍ଥାନରେ ରଥଯାତ୍ରା ଉତ୍ସବ ଶେଷ

Published: Jul 2, 2023, 6:13 pm IST

ଖୋର୍ଦ୍ଧା: ଦାରୁପ୍ରାପ୍ତି ସ୍ଥାନ ଖୋର୍ଦ୍ଧା ଦଧିମାଛ ଗାଡ଼ିଆରେ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ରଥରେ ନୀତି ପୂଜା ବିଦ୍ଧି ଅନୁଯାୟୀ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ସମାପନ ହୋଇଛି। ଚଳିତ ବର୍ଷ ମଧ୍ୟ ଘଂଟ ବାଦ୍ୟ ଓ ସଂକୀର୍ତନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ଏହାପରେ ଭକ୍ତ ମାନସ ରଞ୍ଜନ ପଟ୍ଟନାୟକ ଛେରା ପହଁରା କରିଥିଲେ।

ପାରମ୍ପରିକ ରୀତି ନୀତି ରଥରେ ପୂଜା କରାଯାଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଭକ୍ତମାନେ ରଥକୁ ଟାଣି ଟାଣି ନିକଟରେ ଥିବା ମାଉସୀ’ମା ମନ୍ଦିର (ମହାବୀର ମନ୍ଦିର) ନିକଟକୁ ଯାଇଥିଲା। ଏହି ଅବସରରେ ଦାରୁ କ୍ଷେତ୍ରରେ ଦାରୁ ଦେବତା ପୁସ୍ତକ ଉନ୍ମୋଚିତ ହୋଇଥିଲା।ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ପରମ୍ପରା ଅନୁଯାୟୀ ଶେଷ ହେବା ପରେ ନିଳାଦ୍ରୀ ବିଜେ ସମାପନ ହୋଇଛି।

୧୯୯୬ ମସିହା ଏପ୍ରିଲ ୭ ତାରିଖରେ ଶ୍ରୀକ୍ଷେତ୍ର ନିବାସୀ ବଡ ଠୁକରଙ୍କ ନବକଳେବର ହୋଇଥିଲା। ଶ୍ରୀ ଜଗନ୍ନାଥଙ୍କ ନବକଳେବର ପାଇଁ ଖୋର୍ଧା ଦଧିମାଛ ଗାଡ଼ିଆରୁ ଦାରୁ ଆସିଥିଲା। ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାଠାରୁ ୧୦କିଲୋମିଟର ଦୂର ରହିଛି ଦଧିମାଛ ଗାଡ଼ିଆ। ମା’ମଙ୍ଗଳାଙ୍କ ଦୈବୀଶକ୍ତିର ଅପାର କରୁଣାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଦଧଇମାଛ ଗାଡିଆର ମାନସ ରଞ୍ଜନ ପଟ୍ଟନାୟକଙ୍କ ବାଡିପଟ ବିଲହୁଡ଼ାରେ ରହିଥିବା ଦଇତାପତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା।

ଏହାପରେ ବନଜାଗ ଦଳ ସେଠାରେ ପହଂଚିଥିଲେ। ସେଠାରେ ଥିବା ନିମ୍ବ ଗଛର ଗୋଲେଇଥିଲା ୧୨ଫୁଟ୍‌, ମୂଳ ଠାରୁ ଶାଖାପ୍ରଶାଖା ମଧ୍ୟରେ ବ୍ୟବଧାନ ରହିଥିଲା ୧୨ଫୁଟ୍। ଏଥିରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସ୍ପଷ୍ଟ ଭାବେ ଦେଖା ଦେଉଥିଲା। ବିଭିନ୍ନ ନୀତି ପରମ୍ପରା ପରେ ଦଇତାପତିମାନେ ଏହି ବୃକ୍ଷକୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ରୂପେ ଚିହ୍ନଟ କରିଥିଲେ। କାଳକ୍ରମେ ଏହି ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା। ଏଠାରେ ରଥ ଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି।

Related posts