Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ
ରାଜ୍ୟ ଖବର

ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ

July 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJDBJPCONG
ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳି ରାଜନୀତି ସମ୍ପୂର୍ଣ୍ଣ ଗୋଳିଆ ହୋଇଛି। ବିରୋଧି ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ଶାସକ ବିଜେଡିର ଏ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡିପାରି ନାହିଁ।

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନିଜ ନିର୍ବାଚନ ମଣ୍ଡଳିରୁ ବର୍ଷକ ପାଇଁ ଦୁରେଇ ରହିଛନ୍ତି। ଫଳରେ ଚିଲିକାରେ ଶାସକ ବିଜେଡି ଏକ ପ୍ରକାର ନେତୃତ୍ବ ହୀନ ହୋଇପଡିଛି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡିର କୌଣସି ସ୍ଥାନୀୟ ନେତା ଫ୍ରଣ୍ଟଲାଇନକୁ ଆସିପାରୁ ନାହାଁନ୍ତି।

ଅନ୍ୟପକ୍ଷରେ ଏବେବି ଟିକେଟ ଆଶାୟୀ ଥିବା ପୂର୍ବତନ ରଘୁନାଥ ସାହୁ ଏକଲା ଚଲୋ ନିତିରେ ସଂଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳିର ପ୍ରତି ଛୋଟଛୋଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକେଟର ପ୍ରଥମ ଦାବିଦାର ବୋଲି ଦଳକୁ ସନ୍ଦେଶ ଦେବା ପାଇଁ ଚେଷ୍ଠା କରୁଛନ୍ତି। ଏପରିକି ରଘୁନାଥଙ୍କୁ ଯଦି ଦଳ ଟିକେଟ ନ ଦିଏ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ବୋଲି ତାଙ୍କ ସମର୍ଥକ ମାନେ କହି ବୁଲିଲେଣି।

ଏପରି ପରିସ୍ଥିତିରେ ପଞ୍ଚାୟତ ଏବଂ ଏନଏସି ସ୍ତରର ନେତାମାନେ ମଧ୍ୟ ବିଧାୟକ ପ୍ରାର୍ଥୀ ହେବା ସ୍ବପ୍ନ ଦେଖିବା ଆରମ୍ଭ କଲେଣି। ଯାହାକି ସୋସିଆଲ ମିଡ଼ିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ପାଖାପାଖି ଦଶ ବିଜେଡି ନେତା ବିଧାୟକ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ଦିନକୁ ଦିନ ଏହି ତାଲିକା ମଧ୍ୟ ବଢିବାରେ ଲାଗିଛି।

ନୂଆ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ପ୍ରତିନିଧି ତଥା କୁମାରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ମନୋଜ ପ୍ରଧାନ। ମନୋଜଙ୍କ ସମର୍ଥକମାନେ  ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ଗୁଡିକରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ସେ ମଧ୍ୟ ବିଧାୟକ ପ୍ରାର୍ଥୀ ବୋଲି ନିଜକୁ ପରୋକ୍ଷରେ ଦାବୀ କରିବାରେ ଲାଗିଛନ୍ତି।

ନିକଟରେ ବିଧାୟକ ଜଗଦ୍ଦେବଙ୍କ ଗ୍ରାଣ୍ଡ ଏଣ୍ଟ୍ରି କରିବା ପାଇଁ ଯେଉଁ ପ୍ରସ୍ତୁତି ବୈଠକ କରିଥିଲେ ସେଥିରେ ବିଜେଡିର ବହୁ ଆଗଧାଡ଼ିର ନେତା ତଥା ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିଲେ। ବିଶେଷ ସୂତ୍ର ମୁତାବକ ଅନୁପସ୍ଥିତ ନେତାମାନଙ୍କ ଉଦେଶ୍ୟ କିଛି ଅଲଗା ରହିଛି। ସେମାନେ ଏଥର ଚିଲିକାରେ ଆମଦାନୀ ନେତା ନୁହଁ ବରଂ ସ୍ଥାନୀୟ ନେତା ବିଜେଡିରୁ ବିଧାୟକ ହୁଅନ୍ତୁ ବୋଲି କର୍ମୀ ଏବଂ ନେତାମାନେ ଚାହୁଁଛନ୍ତି।

ଗୋଟିଏ ପଟେ ବିଜେପି ତାହାର ରଣନୀତି ପୁର୍ବରୁ ପ୍ରସ୍ତୁତ କରି ସଂଗଠନ ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ବିଜେଡିର ନେତାମାନେ ପରସ୍ପର କନ୍ଦଳରେ ବ୍ୟସ୍ତ ଅଛନ୍ତି। ଯାହାକି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏପରି ଗୋଳିଆ ସ୍ଥିତି ଦେଖି ଶାସକ ଦଳ କି ପ୍ରକାରର ଗୋଟି ଚାଳନା କରିବ ତାହା ଜଣାପଡି ନାହିଁ।

ତେବେ ସମସ୍ତଙ୍କ ନଜର ରହିଛି ଜୁଲାଇ ୨୮ ତାରିଖକୁ। କାରଣ ଉକ୍ତ ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ନିର୍ବାଚନମଣ୍ଡଳିକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ। ଏଥିପାଇଁ ଚାଲିଛି ବିରାଟ ଆୟୋଜନ। ତେବେ ବିଧାୟକ ନିର୍ବାଚନ ମଣ୍ଡଳିକୁ ଆସିବା ପରେ ଅସଲି ରାଜନୈତିକ ଖେଳ ଆରମ୍ଭ ହେବ ବୋଲି ଜଣାପଡିଛି। ସେତେବେଳେ ଚିଲିକାରେ ବିଜେଡି ସ୍ଥିତିର ଆକଳନ କରି  ହେବ।

BJD Chilika chilika ଚିଲିକା ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026
Latest News

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.